ଶ୍ରାବଣ ମାସରେ କରି ନିଅନ୍ତୁ ଏହି ଦୁଇଟି କାମ । ମାସ ପୁରିବା ଆଗରୁ ପୂରଣ ହେବ ସବୁ ମନସ୍କାମନା :-

ଶ୍ରାବଣ ମାସକୁ ମହାଦେବ ଶିବଙ୍କ ମାସ କୁହାଯାଏ । ଯେଉଁ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ଭଗବାନ ଖୁବଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ଭକ୍ତଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଏପରି କୁହାଯାଏ ଯେ ଶ୍ରାବଣ ମାସରେ ଭଗବାନ ଶିବ ।ମାତା ପାର୍ବତୀଙ୍କ ସହିତ ପୃଥିବୀ ଭ୍ରମଣ କରନ୍ତି । ବର୍ଷ ସାରା ଶିବଙ୍କୁ ପୂଜା କଲେ ଶିବ ଯେତିକି ପ୍ରସନ୍ନ ନହୁଅନ୍ତି କେବଳ ଏହି ଶ୍ରାବଣ ମାସରେ ପୂଜା କଲେ ଏବଂ ନିଷ୍ଠାର ସହିତ କେବଳ ଏକ ଲୋଟା ଜଳ ଅର୍ପଣ କଲେ ଭଗବାନ ଶିବ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇ ଯାଆନ୍ତି । ଅନେକ ଲୋକ ଏହି ଶ୍ରାବଣ ମାସରେ କାଉଁରି ଆଣି ଭଗବାନଙ୍କ ଉପାସନା କରନ୍ତି । ଆଉ କିଛି ଲୋକ ସୋମବାର ପ୍ରତ୍ୟୁଷ ଏବଂ ଶିବ ରାତ୍ରି ପାଳନ କରି ଭଗବାନ ଶିବଙ୍କ ଆଶୀର୍ବାଦ ଲାଭ କରନ୍ତି । କିନ୍ତୁ ମନେ ରଖନ୍ତୁ ଭଗବାନ ଶିବ ଯେତେ ଜଲଦି ପ୍ରସନ୍ନ ହୁଅନ୍ତି ସେତେ ଜଲଦି କ୍ରୋଧିତ ମଧ୍ୟ ହୁଅନ୍ତି । ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଶିବଙ୍କ ପୂଜା ଏବଂ ଉପାସନା ସମୟରେ କିଛି ଏପରି ଭୁଲ ଅଛି ଯାହା ଆଦୌ କରିବା ଉଚିତ ନୁହେଁ । ନଚେତ ଭଗବାନ ଶିବ ପ୍ରସନ୍ନ ହେବା ବଦଳରେ କ୍ରୋଧିତ ହୋଇ ଯାଆନ୍ତି । ତେଣୁ ଆଜିକାର ଲେଖାରେ ଆମେ ଜାଣିବା ଯେ ଭଗବାନ ଶିବଙ୍କ ପୂଜନରେ କେଉଁ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ ।

୧ . ବେଲ ପତ୍ର :-

ଏହା ସମସ୍ତଙ୍କୁ ଜଣା ଯେ ବେଲପତ୍ର ଭଗବାନ ଶିବଙ୍କର ବେଶ ପ୍ରିୟ । କିନ୍ତୁ ସବୁ ପ୍ରକାରର ବେଲ ପତ୍ର ଶିବଙ୍କୁ ପସନ୍ଦ ନଥାଏ । ଏହା ଆପଣଙ୍କୁ ଜଣା ଯେ ଗୋଟିଏ ଡେମ୍ଫରେ ତିନୋଟି ପତ୍ର ଥିଲେ ହିଁ ମହାଦେବଙ୍କୁ ଅର୍ପଣ କରିବା ଉଚିତ । କିନ୍ତୁ ଅନେକ ସମୟରେ ଲୋକେ ତିନୋଟି ପତ୍ର ନଥାଇ ଗୋଟିଏ ପତ୍ର ବି ଅର୍ପଣ କରି ଦିଅନ୍ତି । ମାତ୍ର ଏହାଦ୍ବାରା ମହାଦେବ କ୍ରୋଧିତ ହୁଅନ୍ତି । ଏହାବ୍ୟତୀତ ଛିଡ଼ି ଯାଇଥିବା କିମ୍ବା କଟିଯାଇଥିବା ବେଲ ପତ୍ର ଅର୍ପଣ କଲେ ମଧ୍ୟ ମହାଦେବ ଶିବ କ୍ରୋଧିତ ହୁଅନ୍ତି । ତେଣୁ ସବୁବେଳେ ତିନୋଟି ପତ୍ର ଥିବା ଏବଂ ଭଲ ପତ୍ରହିଁ ଶିବଙ୍କୁ ଅର୍ପଣ କରିବା ଉଚିତ । ବେଲ ପତ୍ର ଅର୍ପଣ କରିବା ସମୟରେ ଉଚିତ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।

ବେଲପତ୍ରକୁ ଶିବଲିଙ୍ଗରେ ଅର୍ପଣ କରିବା ସମୟରେ ମସୃଣ ଭାଗକୁ ଶିବ ଲିଙ୍ଗ ଉପରେ ରଖନ୍ତୁ ଏବଂ ଶିର ଭାଗକୁ ଉପରକୁ କରି ରଖନ୍ତୁ । ମହାଦେବ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ପୂର୍ବରୁ ତାହାକୁ ଜଳରେ ଶୁଦ୍ଧ କରାଇ ନିଅନ୍ତୁ । ମନେ ରଖନ୍ତୁ କୌଣସି ସୋମବାର କିମ୍ବା ଶିବରାତ୍ରିରେ ବେଲପତ୍ର ଛିଡ଼ାଇବା ଆଦୌ ଶୁଭ ହୋଇ ନଥାଏ । ତେଣୁ ସୋମବାର ପୂର୍ବଦିନ କିମ୍ବା ଶିବରାତ୍ରି ପୂର୍ବଦିନ ହିଁ ବେଲପତ୍ର ଛିଡ଼ାଇ ରଖି ନିଅନ୍ତୁ । କାରଣ ବେଲପତ୍ରକୁ କେବେବି ବାସୀ ମାନାଯାଏ ନାହିଁ । ବେଲପତ୍ର ଚଢ଼ାଇବା ସମୟରେ ମଧ୍ୟମା ଏବଂ ତର୍ଜନୀ ଆଙ୍ଗୁଠି ଦ୍ୱାରା ହିଁ ବେଲପତ୍ର ଧରନ୍ତୁ । ଏହାବ୍ୟତୀତ ବେଲପତ୍ର ଚଢ଼ାଇସାରିବା ପୂର୍ବରୁ ଏବଂ ପରେ ଜଳ ଅର୍ପଣ କରନ୍ତୁ ।

୨ . କ୍ଷୀର :-

ଆମ ଶାସ୍ତ୍ର ଅନୁଯାୟୀ ଭଗବାନ ଶିବଙ୍କୁ କ୍ଷୀର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ମହାଦେବ ଶିବଙ୍କ ଭକ୍ତ ପୂଜା ସମୟରେ କ୍ଷୀର ଅର୍ପଣ କରିଥାନ୍ତି । କିନ୍ତୁ ଏହା ମନେ ରଖନ୍ତୁ ଯେ କେବଳ କଞ୍ଚାକ୍ଷୀର ହିଁ ମହାଦେବଙ୍କୁ ଅର୍ପଣ କରିବା ଉଚିତ ନଚେତ ମହାଦେବ କ୍ରୋଧିତ ହେବେ । ଏହାବ୍ୟତୀତ ତମ୍ବା ପାତ୍ରରେ ଭୁଲରେବି କ୍ଷୀର ଅର୍ପଣ କରନ୍ତୁ ନାହିଁ । କାରଣ ତମ୍ବା ପାତ୍ରରେ କ୍ଷୀର ବିଷ ସମାନ ହୋଇଯାଏ । ଯାହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହେବା ପରିବର୍ତ୍ତେ ଆହୁରି କ୍ରୋଧିତ ହୋଇ ଯାଆନ୍ତି । ତେଣୁ କ୍ଷୀର ଚଢ଼ାଇବା ସମୟରେ ଷ୍ଟିଲ , ପିତ୍ତମ କିମ୍ବା ଚାନ୍ଦି ପାତ୍ର ହିଁ ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷୀର ନାହିଁ ତେବେ ପାଣିରେ ଏତିକି କ୍ଷୀର ମିଶାନ୍ତୁ ଯେ ତାହା ଧଳା ରଙ୍ଗ ରହିବ । କିନ୍ତୁ ଧ୍ୟାନ ରଖିବେ ଯେ କ୍ଷୀର କଞ୍ଚା ହୋଇଥିବା ଆବଶ୍ୟକ ।

୩ . ଚାଉଳ , ହଳଦୀ ଏବଂ ସିନ୍ଦୁର :-

ଭୁଲରେବି ଶିବଲିଙ୍ଗରେ ଚାଉଳ , ହଳଦୀ କିମ୍ବା ସିନ୍ଦୁର ଚଢାନ୍ତୁ ନାହିଁ । କାରଣ ତାହା ମହାଦେବ ଶିବଙ୍କର ବୈରାଗୀ ଅବତାର ଅଟେ । ଆପଣ ଚାହିଁଲେ ସମ୍ପୂର୍ଣ୍ଣ ଗୋଟା ଚାଉଳ ଅର୍ପଣ କରି ପାରିବେ । କିନ୍ତୁ ଯଦି ଆପଣ ଭଗବାନ ଶିବଙ୍କ ଫୋଟ କିମ୍ବା ପ୍ରତିମୂର୍ତ୍ତୀକୁ ପୂଜା କରୁଛନ୍ତି ତେବେ ହଳଦୀ ଏବଂ ସିନ୍ଦୁର ଚଢ଼ାଇ ପାରିବେ ।

୪ . ନାଲି ଫୁଲ :-

ଶିବଙ୍କ ପ୍ରତିମୂର୍ତ୍ତିକୁ ଆପଣ ନାଲି ଫୁଲ ଚଢ଼ାଇ ପାରିବେ ମାତ୍ର ଶିବଲିଙ୍ଗକୁ ଆଦୌ ନୁହେ । କାରଣ ଏହା ମହାଦେବଙ୍କ ବୈରାଗୀ ରୂପ ଅଟେ । ଯେଉଁ ଜିନିଷ ସୌଭାଗ୍ୟର ପ୍ରତୀକ ହୋଇଥାଏ ତାହାକୁ ଶିବଲିଙ୍ଗରେ ଭୁଲରେବି ଚଢ଼ାନ୍ତୁ ନାହିଁ ।

୫ . ଶଙ୍ଖ :-

ମହାଦେବ ଶିବଙ୍କୁ ଏକାଦଶୀ ଦିନ ଶଙ୍ଖରେ ଅଭିଷେକ କରାଯାଏ । କିନ୍ତୁ ସବୁଦିନ ନୁହେଁ । ଶଙ୍ଖରେ କେବେବି ଶିବଙ୍କୁ ଜଳ ଅର୍ପଣ କରିବା ଉଚିତ ନୁହେଁ । କାରଣ ଶିବଙ୍କ ପୂଜାରେ ଶଙ୍ଖ ବର୍ଜିତ ହୋଇଥାଏ । ଏହାବ୍ୟତୀତ ନଡ଼ିଆ ପାଣି ମଧ୍ୟ ଚଢ଼ାଇବା ଉଚିତ ନୁହେଁ । ଆପଣ ଚାହିଁଲେ ଭଗବାନ ଶିବଙ୍କୁ ଶୁଖିଲା ନଡ଼ିଆ ଅର୍ପଣ କରି ପାରିବେ ।

୬ . ତୁଳସୀ :-

ଭୁଲରେବି ମହାଦେବନ ଶିବଙ୍କୁ ତୁଳସୀ ଅର୍ପଣ କରିବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଏହା ଆଦୋୖ ଭଲ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *