ପବିତ୍ର ଶ୍ରାବଣ ମାସରେ ଭୁଲରେବି କରନ୍ତୁ ନାହିଁ ଏହି କାମ , ନଚେତ ସବୁ ପୂଜାପାଠ ହୋଇଯିବ ବେକାର :-

ଶ୍ରାବଣ ମାସଟି ଖୁବ ପବିତ୍ର ମାସ ହୋଇଥାଏ । ଏହି ମାସକୁ ପ୍ରେମର ମାସ ମଧ୍ୟ କୁହାଯାଏ । ଶ୍ରାବଣ ମାସଟି ଭଗବାନଙ୍କ ଶିବଙ୍କ ମାସ ହୋଇଥାଏ । ଏହିମାସର ପ୍ରତ୍ୟେକ ସୋମବାର ଯଦି ବ୍ୟକ୍ତି ଭଗବାନ ଶିବଙ୍କ ବ୍ରତ ରଖି ନିଷ୍ଠାର ସହିତ ବ୍ରତ ପାଳନ କରେ ତେବେ ମହାଦେବ ଅତି ପ୍ରସନ୍ନ ହୁଅନ୍ତି ଏବଂ ସେହି ବ୍ୟକ୍ତି ଦୁନିଆର ସବୁ ଖୁସିର ଅଧିକାରୀ ହୋଇଥାଏ । ଚଳିତ ବର୍ଷ ଶ୍ରାବଣ ମାସରେ ମଧ୍ୟ ଭଲ ଯୋଗ ବନୁଛି । ସବୁ ମାସ ଭଳି ଚଳିତ ବର୍ଷ ମଧ୍ୟ ସୋମବାର ବ୍ରତରେ ଅନେକ କିଛି ଶୁଭ ପରିଣାମ ହେବ । ଏହି ବର୍ଷ ଶ୍ରାବଣ ମାସ ୨୦୨୨ ଜୁଲାଇ ୧୪ ଗୁରୁବାରରେ ପଡ଼ୁଛି । ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୧୮ ରେ ପଡ଼ୁଛି । ଅଗଷ୍ଟ ୧୨ ରେ ଶ୍ରାବଣ ମାସର ଶେଷର ଗୋଟିଏ ଦିନ ପୂର୍ବରୁ ରକ୍ଷା ବନ୍ଧନ ମଧ୍ୟ ପାଳନ ହେବାକୁ ଯାଉଛି ।

ତେବେ ଚଳିତ ବର୍ଷ ଶ୍ରାବଣ ମାସ ବ୍ରତ କରିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ । ନଚେତ ଆପଣଙ୍କ ବ୍ରତର ସୁଫଳ ପ୍ରାପ୍ତ ହେବ ନାହିଁ । ଶ୍ରାବଣ ମାସରେ କିଛି ଏପରି ଭୁଲ ଅଛି ଯାହା ଆଦୌ କରିବା ଉଚିତ ନୁହେଁ । ତାସହିତ କିଛି ମହିଳା ଏପରି ଅଛନ୍ତି ଯେଉଁମାନେ ଶ୍ରାବଣ ମାସ ବ୍ରତ କରିବା ମଧ୍ୟ ଉଚିତ ନୁହେଁ । ନଚେତ ଘର ପାପ ଲାଗିଥାଏ ଏବଂ ଘର ପରିବାର ବର୍ବାଦ ହୋଇଯାଏ । ଆଜିକାର ଲେଖାରେ ଆମେ ତିନୋଟି ଜିନିଷ ବିଷୟରେ ମଧ୍ୟ କହିବୁ ଯାହାକୁ ଭଗବାନ ଶିବଙ୍କୁ ଚଢ଼ାଇବା ମଧ୍ୟ ଉଚିତ ନୁହେଁ । ତେଣୁ ଚାଲନ୍ତୁ ଜାଣିନେବା ।

ଶ୍ରାବଣ ମାସରେ କିଛି ନିୟମର ପାଳନ କରିବା ଉଚିତ । ଯେପରିକି ଶ୍ରାବଣ ମାସ ସକାଳୁ ଜଲଦି ଉଠିବା ଆବଶ୍ୟକ । ଏହି ମାସରେ ସବୁଜ ପନିପରିବା ଦୂଷିତ ହୋଇଯାଏ ଏବଂ ପୋକ ହୋଇଯାଏ । ତେଣୁ ଏହି ଖାଦ୍ୟ ଖାଇବା ଦ୍ୱାରା ମହାଦେବ ଶିବ କ୍ରୋଧିତ ହୋଇଯାନ୍ତି । ଏହି ମାସରେ ବାଇଗଣ ଖାଇବା ମଧ୍ୟ ବର୍ଜିତ ଅଟେ । ନଚେତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ । ଶ୍ରାବଣ ମାସରେ ଘରେ କାନ୍ଦ ବୋବାଳି ନକରି ସର୍ବଦା ଖୁସିରେ ରହିବା ଉଚିତ ଏବଂ ମାଂସ , ମଦ , ପିଆଜ ରସୁଣ ଆଦି ସେବନ ମଧ୍ୟ କରିବା ଉଚିତ ନୁହେଁ । ଘରର କୌଣସି ସଦସ୍ୟ ଯଦି ନକରାତ୍ମକତା ପ୍ରସାରଣ କରିଥାନ୍ତି ତେବେ ତାହା ଘୋର ପାପ ଅଟେ ।

ଏହାଦ୍ବାରା ମହାଦେବ କ୍ରୋଧିତ ହୋଇ ଯାଆନ୍ତି । ଶିବଙ୍କୁ ପରିଷ୍କାର ପରିଚ୍ଛନ୍ନତା ଖୁବ ପ୍ରିୟ ହୋଇଥାଏ । ତେଣୁ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ । ରାତିରେ ଜଲଦି ଶୋଇବା ସହିତ ସକାଳୁ ଶୀଘ୍ର ଉଠିବା ଶ୍ରାବଣ ମାସର ଏକ ବଡ଼ ନିୟମ ନଚେତ ଘର ପରିବାର ଉପରକୁ ସମସ୍ୟା ଆସିଥାଏ । ଏହି ମାସରେ କେଶ କିମ୍ବା ନଖ କାଟିବା ଉଚିତ ନୁହେଁ । ଶ୍ରାବଣ ମାସ ବ୍ରତ ସମୟରେ ଗରିବଙ୍କ ସେବା କଲେ ତାହାର ଅନେକ ଗୁଣା ଫଳ ମିଳିଥାଏ । ମଧୁର ବଚନ କହୁଥିବା ବ୍ୟକ୍ତିଙ୍କୁ ଏହି ୠତୁରେ ଭଗବାନ ମହାଦେବଙ୍କର ସିଧାସଳଖ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ସମୟରେ ଭୋକିଲା ଜୀବ ଏବଂ ଘରକୁ ଆସିଥିବା ବ୍ୟକ୍ତିଙ୍କୁ ଭୋଜନ ଦାନ କରିବା ଉଚିତ ।

ଶ୍ରାବଣ ମାସରେ ଏହି ପାଞ୍ଚଟି ଜିନିଷ କରିବା ଉଚିତ ନୁହେଁ :-

୧ . ଜୋତା ଚପଲ :-

ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି କିମ୍ବା ଲିଙ୍ଗ ଥିବା ସ୍ଥାନକୁ ଜୋତା ଚପଲ ପିନ୍ଧି ଆଦୋୖ ଯିବା ଉଚିତ ନୁହେଁ । ଏହାଦ୍ୱାରା ମହାଦେବ କ୍ରୋଧିତ ହୋଇ ଯାଆନ୍ତି ଏବଂ ଘର ପରିବାର ଉପରକୁ ସମସ୍ୟା ମାଡ଼ି ଆସେ । ଆଉ ଏମିତିରେ ବି ଶାସ୍ତ୍ର ଅନୁଯାୟୀ ଚମଡ଼ା ଚପଲ ଅଶୁଦ୍ଧ ହୋଇଥାଏ ।

୨ . ମାସିକ ଧର୍ମ :-

ମାସିକ ଧର୍ମ ହୋଇଥିବା ମହିଳାଙ୍କୁ ଶିବ ଲିଙ୍ଗ ଛୁଇଁବା ଘୋର ପାପ ହୋଇଥାଏ । ଏହାସହିତ ଏହି ସମୟରେ ମହିଳାଙ୍କୁ ତୁଳସୀ ଚଉରା ପୂଜାପାଠ କିମ୍ବା ଜଳ ଅର୍ପଣ କରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ତୁଳସୀ ଗଛ ଶୁଖିଯିବା ସହିତ ପରିବାର ଉପରକୁ ସମସ୍ୟା ମାଡ଼ିଆସେ । ପୁଣି ଦାରିଦ୍ର୍ୟତା ଏବଂ କଳହ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ ।

୩ . ବାସ୍ତୁ ଅନୁସାରେ ଘରେ ଶିବ ଲିଙ୍ଗ ରଖିଲେ ଲିଙ୍ଗ ଉପରେ ସର୍ବଦା ଜଳଧାରା ପ୍ରବାହିତ କରାଯିବା ଉଚିତ । କାରଣ ଶିବ ଲିଙ୍ଗରୁ ସର୍ବଦା ଶକ୍ତି ପ୍ରକଟ ହୋଇଥାଏ । ତେଣୁ ଜଳ ଧାରା ଥଣ୍ଡା ରଖିବା ପାଇଁ ଆବଶ୍ୟକ ହୋଇଥାଏ ।

୪ . ଭୁଲରେବି ତୁଳସୀ ଏବଂ ଶିବଲିଙ୍ଗକୁ ପାଖରେ ରଖନ୍ତୁ ନାହିଁ । ଶାସ୍ତ୍ର ଅନୁଯାୟୀ ଶିବ ଲିଙ୍ଗରେ କେବେବି ତୁଳସୀ ଅର୍ପଣ କରାଯାଏ ନାହିଁ । ଏହାଦ୍ବାରା ସବୁ ଦେବଦେବୀ ଏବଂ ସ୍ୱୟଂ ଦେବୀ ତୁଳସୀ ଏବଂ ଭଗବାନ ଶିବ ମଧ୍ୟ କ୍ରୋଧିତ ହୋଇ ଯାଆନ୍ତି । ଯାହାର ପରିଣାମ ସ୍ୱରୂପ ବ୍ୟକ୍ତିକୁ ବର୍ବାଦିର ସାମ୍ନା କରିବାକୁ ପଡ଼ିଥାଏ ।

୫ . ସଂଭୋଗ କରିଥିବା ବ୍ୟକ୍ତି ଘରର ମନ୍ଦିର କିମ୍ବା ବାହାର ମନ୍ଦିରକୁ ପ୍ରବେଶ କରିବା ଉଚିତ ନୁହେଁ । ଏହାଦ୍ୱାରା ସମଗ୍ର ଦେବଦେବୀ ଉକ୍ତ ବ୍ୟକ୍ତି ଉପରେ ଅତିଷ୍ଠ ହୋଇ ଯାଆନ୍ତି ଏବଂ ସେହି ବ୍ୟକ୍ତିଙ୍କ ଜୀବନକୁ ବିପଦ ମାଡ଼ି ଆସେ ।

ଶ୍ରାବଣ ମାସ ବ୍ରତରେ ମହିଳା ଏହି ଫଳ କେବେ ଖାଇବା ଉଚିତ ନୁହେଁ :-

୧ . ଅନେକ ସମୟରେ ଅନେକ ବ୍ୟକ୍ତି ସୋମବାର ବ୍ରତ କରି ଅନ୍ୟ ଠାରୁ କରଜ ଆଣି ଫଳ ଆଣନ୍ତି । ଧାର ଟଙ୍କାରେ ଅଣା ଯାଇଥିବା ଫଳ ଭଗବାନଙ୍କୁ କ୍ରୋଧିତ କରିଥାଏ ଏବଂ ବ୍ରତ ଅଧା ରହିଯାଏ । ଯଦି ଆପଣଙ୍କୁ ବ୍ରତ ସମୟରେ କେହି କିଛି ଖାଇବାକୁ ଦେଉଛନ୍ତି ତେବେ ତାହା ଉତ୍ତମ ଅଟେ ।

୨ . ନାସପାତି ଖାଇବା ଉଚିତ ନୁହେଁ :-

ଯଦି ଆପଣ ଶ୍ରାବଣ ମାସର ସୋମବାର ବ୍ରତ କରୁଛନ୍ତି ତେବେ ନାସପାତି ଆଦୌ ଖାଆନ୍ତୁ ନାହିଁ । ଏହାଦ୍ୱାରା ବ୍ରତ ପୂରଣ ହୁଏନାହିଁ ଏବଂ ଭଗବାନ ମଧ୍ୟ କ୍ରୋଧିତ ହୁଅନ୍ତି ।

୩ . ପୁରୁଣା ଅଟା :-

ଯଦି ଶ୍ରାବଣ ମାସରେ ଆପଣ ପୁରୁଣା ଅଟାରେ ତିଆରି ରୋଟି ଖାଉଛନ୍ତି ତେବେ ଶାସ୍ତ୍ର ଅନୁସାରେ ତାହା ଆଦୌ ଭଲ ନୁହେଁ । କାରଣ ପୁରୁଣା ଅଟାରେ ପୋକ ହେବାର ସମ୍ଭାବନା ଥାଏ ଏବଂ ତାହାକୁ ଖାଇବା ଦ୍ୱାରା ବ୍ରତ ସମ୍ପୂର୍ଣ୍ଣ ହୋଇ ନଥାଏ ।

ହିନ୍ଦୁ ପରମ୍ପରା ଅନୁସାରେ ଏହି କିଛି ବ୍ୟକ୍ତି ଶ୍ରାବଣ ମାସ ବ୍ରତ କରିବା ଉଚିତ ନୁହେଁ ।

୧ . ଯଦି ଆପଣ ବିବାହ କରିଛନ୍ତି କିନ୍ତୁ ହିନ୍ଦୁ ପରମ୍ପରା ଅନୁଯାୟୀ ସାତ ଫେରା ନେଇ ନାହାଁନ୍ତି ତେବେ ଶ୍ରାବଣ ମାସ ବ୍ରତ କରି ପାରିବେ ନାହିଁ । ସାତ ଫେରା ପରେ ହିଁ ଆପଣ କୌଣସି ଧାର୍ମିକ ଅନୁଷ୍ଠାନରେ ଉପସ୍ଥିତ ହୋଇପାରିବେ ଏବଂ ବ୍ରତ ମଧ୍ୟ ରଖି ପାରିବେ ।

୨ . ମନରେ କୁବିଚାର ଥିବା ଲୋକ :

ମନରେ କୁବିଚାର ଥିବା ଲୋକ ବ୍ରତ କରିବା ଉଚିତ ନୁହେଁ । ଏମିତିରେ ତ ସେମାନଙ୍କ କୁବିଚାର କାରଣରୁ ଭଗବାନ ଶିବ କ୍ରୋଧିତ ରହନ୍ତି ତେଣୁ ସେମାନେ ବ୍ରତ କଲେ ଭଗବାନ ଶିବ ରୁସ୍ଟ ହୁଅନ୍ତି ।

୩ . ବେଶ୍ୟା ମାନେ ମଧ୍ୟ ଭୁଲରେ ବ୍ରତ ରଖିବା ଉଚିତ ନୁହେଁ ।

୪ . କୁଆଁରୀ କନ୍ୟା ମାନେ ଭୁଲରେବି ଶିବଙ୍କୁ ଜଳ କିମ୍ବା କ୍ଷୀର ଅର୍ପିତ କରିବା ଉଚିତ ନୁହେଁ ।

୫ . ଯଦି ଆପଣ ଏକୁଟିଆ ଏବଂ ନିଜ ପାର୍ଟନର ଠାରୁ ଅଲଗା ରହୁଛନ୍ତି ତେବେ ଏକ ହୋଇଯାଅନ୍ତୁ । ଦମ୍ପତ୍ତି ମିଳିତ ଭାବରେ ଏହି ପ୍ରାର୍ଥନା କଲେ ଭଲ ଫଳ ପାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *