ଘରେ ସକାଳୁ ଝାଡୁ ଲଗାଇବାର ୨ ମିନିଟ ପୂର୍ବରୁ ଏହି ଗୋଟିଏ କାମ କଲେ ହୋଇଥାଏ ଧନ ବର୍ଷା :-

ଘରେ ହେଉ କିମ୍ବା ଅଫିସରେ ସବୁ ସ୍ଥାନରେ ସଫାସୁତୁରା କରିବା ପାଇଁ ଝାଡୁର ଆବଶ୍ୟକତା ପଡ଼ିଥାଏ । ତେଣୁ ଏହା ଆମ ଜୀବନରେ ଖୁବ ମହତ୍ତ୍ୱପୂର୍ଣ୍ଣ ଅଟେ । ଶାସ୍ତ୍ର ଅନୁସାରେ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଏ । ଆହୁରି ମଧ୍ୟ ଯଦି ମଣିଷ ଝାଡୁ କିଣିବା , ବ୍ୟବହାର କରିବା କିମ୍ବା ରଖିବା ସମୟରେ କିଛି ନିୟମର ପାଳନ ନକରେ ତେବେ ଅନେକ ସମସ୍ୟା ସହିବାକୁ ପଡ଼ିଥାଏ । ଏହାଦ୍ବାରା ଦାରିଦ୍ର୍ୟତା ଆସିବା ସହ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି ।

ଶାସ୍ତ୍ର ଅନୁଯାୟୀ ଯୋଡ଼ା ସଂଖ୍ୟାରେ ଝାଡୁ କିଣିବା ଉଚିତ ନୁହେଁ । ଏହାଦ୍ବାରା ଜୀବନରେ ଅନେକ ସମସ୍ୟା ଆସିଥାଏ । ଯଦି କୌଣସି ବ୍ୟବହାର କରୁଥିବା କୌଣସି ଝାଡ଼ୁ ଖସି ଯାଉଛି ତେବେ ତାହାକୁ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଖସି ଯାଇଥିବା ଝାଡୁକୁ ପୁଣିଥରେ ବାନ୍ଧି ବ୍ୟବହାର କରିବା ଦ୍ୱାରା ପରିବାର ଉପରକୁ ଘୋର ସମସ୍ୟା ଆସିଥାଏ । ତେବେ ବାସ୍ତୁ ଅନୁଯାୟୀ ଝାଡୁକୁ ଏମିତି କିଛି ସ୍ଥାନରେ ରଖିବା ଉଚିତ ନୁହେଁ ଯାହାଦ୍ୱାରା ଧନ ହାନୀ ହୋଇଥାଏ ।

ସାଧରଣତଃ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଘରେ ଜାଗା ଅଭାବ କାରଣରୁ ଏଣେତେଣେ ଝାଡୁ ରଖିଥାନ୍ତି ଏବଂ ଯାହାକୁ ଛିଡ଼ା କରି ରଖନ୍ତି । ଯାହାକି ବାସ୍ତବରେ ଆଦୌ ଶୁଭ ହୋଇ ନଥାଏ । ଝାଡୁକୁ ଏଣେତେଣେ ନପକାଇ କୌଣସି ଗୋଟିଏ ସ୍ଥାନରେ ଲୁଚାଇ ରଖିବା ଉଚିତ । ଯେପରିକି କାହାର ନଜର ଝାଡୁ ଉପରେ ନପଡ଼େ । ସେହିପରି ଶାସ୍ତ୍ର ଅନୁଯାୟୀ ଝାଡୁକୁ ଛିଡ଼ା କରି ରଖିବା ଦ୍ୱାରା ଘରେ ଧନହାନୀ ହୋଇଥାଏ ଏବଂ କାରବାର ନଷ୍ଟ ହୋଇଥାଏ । ସେହିପରି ଯଦି ଆପଣ କୌଣସି ଟଙ୍କା , ଗହଣା ରଖୁଥିବା ସ୍ଥାନ ପାଖରେ ଝାଡ଼ୁ ରଖୁଛନ୍ତି ତେବେ ତାହା ମଧ୍ୟ ଅଶୁଭ ଅଟେ ।

ଭୁଲରେବି ସନ୍ଧ୍ୟା ସମୟରେ ଝାଡ଼ୁ ମାରିବା ଉଚିତ ନୁହେଁ । କାରଣ ସନ୍ଧ୍ୟା ସମୟ ହେଉଛି ମାତା ଲକ୍ଷ୍ମୀଙ୍କ ସମୟ । ତେଣୁ ଏହି ସମୟରେ ଝାଡ଼ୁ ମାରିଲେ ମାତା ଲକ୍ଷ୍ମୀ ରୁସ୍ଟ ହୁଅନ୍ତି । ଯଦି କୌଣସି କାରଣ ବଶତଃ ଝାଡ଼ୁ ମାରିବାକୁ ବାଧ୍ୟ ହେଉଛନ୍ତି ତେବେ ଝାଡୁ ମାରିବା ପରେ ଅଳିଆ ବାହାରେ ନପକାଇ ଗୋଟିଏ କୋଣକୁ ରଖନ୍ତୁ ଏବଂ ସକାଳ ହେଲେ ତାହାକୁ ବାହାରେ ଫିଙ୍ଗି ଦିଅନ୍ତୁ । ଝାଡୁକୁ ଆପଣ ଏଣେତେଣେ ନରଖି ଘରର ଏକ କକ୍ଷର ପଶ୍ଚିମ ଦିଗରେ ରଖନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଯଦି କୌଣସି ସମୟରେ ଆପଣଙ୍କ ଗୋଡ଼ରେ ଝାଡୁ ସ୍ପର୍ଶ ହେଉଛି ତେବେ ପୁଣିଥରେ ସେହି ଝାଡୁ ଉପରେ ପାଦ ରଖି ମାତା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।

କାରଣ ଝାଡୁକୁ ବେଖାତିର କଲେ ଧନ ସମ୍ବନ୍ଧୀୟ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ଝାଡୁ କିଣିବା ସମୟରେ ମଧ୍ୟ କିଛି କଥା ପ୍ରତି ଦୃଷ୍ଟି ଦେବା ଉଚିତ । ଝାଡୁ କିଣିବା ସମୟରେ ଝାଡୁ ମୁଠିରେ ନାଲି କିମ୍ବା ଧଳା କପଡ଼ା ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘରେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ । ଏହାଦ୍ବାରା ଜୀବନରେ କେବେବି କୌଣସି ଅପମାନର ସାମ୍ନା କରିବାକୁ ମଧ୍ୟ ପଡ଼ି ନଥାଏ । ଯଦି ଆପଣ ନୂଆ ଝାଡୁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ହିଁ ଉପଯୁକ୍ତ ଦିନ ଅଟେ । ଯଦି ଆପଣ ଝାଡୁକୁ କୌଣସି ସ୍ଥାନରେ ବାହାରେ ରଖୁଛନ୍ତି ତେବେ ସେପରି ଆଦୌ କରନ୍ତୁ ନାହିଁ । କାରଣ ଝାଡୁ ଉପରେ ସିଧାସଳଖ ସୂର୍ଯ୍ୟ ରଶ୍ମି ପଡ଼ିଲେ ଆପଣଙ୍କ ଜୀବନକୁ ସମସ୍ୟା ଆସିବ । ରାତ୍ରି ସମୟରେ ଝାଡୁକୁ କୌଣସି ଏକ ସ୍ଥାନରେ ଲୁଚାଇ ରଖନ୍ତୁ ।

ରାତିରେ ଝାଡୁ ରଖିବା ସମୟରେ ଝାଡୁ ପାଖରେ ଏକ ଚିମୁଟା ଜିରା ପକାଇ ଦିଅନ୍ତୁ ଏବଂ ସକାଳୁ ସେହି ଜିରାକୁ ଝାଡୁ ଦ୍ୱାରା ବାହାରକୁ ବାହାର କରି ଦିଅନ୍ତୁ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରିବ ନାହିଁ । ଝାଡୁକୁ ଭୁଲରେ ବି ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ । ନଚେତ ଘରକୁ ଧନ ଆସିବା ବନ୍ଦ ହୋଇଯିବ । ସକାଳୁ ଉଠିବା ମାତ୍ରେ ସିଧାସଳଖ ଝାଡୁ ଲଗାଇବା ଉଚିତ ନୁହେଁ । ସର୍ବପ୍ରଥମେ ମୁଖ୍ୟଦ୍ୱାର ଖୋଲି ଦ୍ୱାରର ଦୁଇ ପାର୍ଶ୍ଵରେ ତିନି ଚାରି ବୁନ୍ଦା ଗଙ୍ଗା ଜଳ ସିଞ୍ଚି ତାପରେ ହିଁ ଝାଡୁ କରିବା ଉଚିତ । ଏପରି କଲେ ସୁଖ ସମୃଦ୍ଧି ଆସିବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *