ଅନ୍ୟର ଅଇଁଠା ଖାଉଥିଲେ କିମ୍ବା ଖୁଆଉଥିଲେ ନିଶ୍ଚିତ ଜାଣି ରଖନ୍ତୁ । ନଚେତ ହୋଇଯିବେ ବର୍ବାଦ :-

ହିନ୍ଦୁ ଧର୍ମଶାସ୍ତ୍ର ହିଁ ହିନ୍ଦୁ ଧର୍ମର ମସ୍ତକ ଅଟେ । ପ୍ରାଚୀନ କାଳରେ ମୁନି ଋଷି ମାନେ ଯେଉଁସବୁ ନିୟମକୁ ପାଳନ କରିଥିଲେ ସେହିସବୁକୁ ଉଜ୍ଜୀବିତ ରଖିବା ପାଇଁ ଆମ ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣନା କରି ଯାଇଛନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ନିୟମ ଅନୁଯାୟୀ ହିଁ ଦୁନିଆ ପରିଚାଳିତ ହେଉଛି । କିନ୍ତୁ ଆଜିକାଲି ଲୋକେ ଏହାକୁ ହେୟାଜ୍ଞାନ କରି ଅନେକ କିଛି ଭୁଲ କାମ କରୁଛନ୍ତି । ଯାହାଦ୍ୱାରା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଶାସ୍ତ୍ର ଅନୁଯାୟୀ ଅନ୍ୟର ଅଇଁଠା ଖାଉଥିବା କିମ୍ବା ଅନ୍ୟକୁ ଅଇଁଠା ଖୁଆଉଥିବା ବ୍ୟକ୍ତି ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଏହି ବିଷୟରେ କହିବୁ । ଏହାବ୍ୟତୀତ କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ ତାହା ମଧ୍ୟ କହିବୁ ।

୧ . ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ର ଜାତକର ଅନ୍ୟ ଭାଗ ବାଣୀ , ସୁଖ , ଧନ ସଞ୍ଚୟ ଏବଂ ଜୀବନରେ ମିଳିବାକୁ ଥିବା ସୁଖକୁ ସମ୍ବୋଧିତ କରିଥାଏ । ଯଦି ସେହି ଭାଗରେ ନକରାତ୍ମକତା ଆସେ ତେବେ ତାର ବ୍ୟବହାରରେ କର୍କଶତା ଆସିଥାଏ । ଅର୍ଥାତ ଯେମିତି ଅନ୍ନ ସେମିତି ମନ । ତେଣୁ ଯଦି କୌଣସି ବ୍ୟକ୍ତି ସହିତ ଆପଣ ଖାଉଛନ୍ତି ଏବଂ ତାଙ୍କ ମନରେ କୌଣସି କ୍ଳେଶ ଚିନ୍ତାଧାରା ରହିଛି ତେବେ ତାଙ୍କ ଅଇଁଠା ଖାଇଲେ ଆପଣ ନିଶ୍ଚିତ ଭାବରେ ସେହି ବ୍ୟକ୍ତିର ଚିନ୍ତାଧାରା ଦ୍ୱାରା ପରିଚାଳିତ ହେବେ । ଏହି କାରଣରୁ ହିଁ ସନ୍ଥ ମହାତ୍ମା ମାନେ ଏକୁଟିଆ ହିଁ ଭୋଜନ କରିଥାନ୍ତି ।

୨ . ଯେଉଁ ବ୍ୟକ୍ତିଙ୍କ ଅଇଁଠା ଆପଣ ଖାଉଛନ୍ତି ଯଦି ତାଙ୍କ ଜାତକରେ ମଙ୍ଗଳ ଦୋଷ ଅଛି ଏବଂ ତାଙ୍କର ମଙ୍ଗଳ ସର୍ବଦା ଭାରି ରହିଥାଏ ତେବେ ସାବଧାନ ହୋଇ ଯାଆନ୍ତୁ । ମଙ୍ଗଳ ଜଣେ ଖୁବ କ୍ରୋଧି ଦେବତା ଅଟନ୍ତି । ତେଣୁ ଯଦି ଆପଣ ଏପରି ବ୍ୟକ୍ତିଙ୍କ ଅଇଁଠା ଖାଉଛନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ମଙ୍ଗଳର ପ୍ରଭାବ ପଡ଼ିପାରେ ।

୩ . ଯେଉଁ ବ୍ୟକ୍ତିଙ୍କ ଅଇଁଠା ଆପଣ ଖାଉଛନ୍ତି ସେ କେବଳ ଆପଣଙ୍କ ହିତ ଚାହିଁବ । ଏହା ଆଦୌ ସମ୍ଭବ ନୁହେଁ । ଅନେକ ସମୟରେ ତନ୍ତ୍ର ମନ୍ତ୍ର ଏବଂ କଳାଯାଦୁର ପ୍ରୟୋଗ କରି ଖାଦ୍ୟରେ ଲୋକେ ଏପରି ଜିନିଷ ମିଶାଇ ଦିଅନ୍ତି ଯାହାଦ୍ୱାରା ଆପଣ ତାଙ୍କ ବଶବର୍ତ୍ତୀ ହୋଇ ପାରନ୍ତି । ଏପରି କଳାଯାଦୁର ପ୍ରୟୋଗ ପ୍ରାୟତଃ ଅଇଁଠା ଭୋଜନ ସହିତ ହିଁ କରାଯାଏ ।

୪ . ଅନେକ ସମୟରେ ଆପଣ ଯେଉଁ ବ୍ୟକ୍ତିର ଅଇଁଠା ଖାଆନ୍ତି ସେହି ବ୍ୟକ୍ତି ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଏପରି ବ୍ୟକ୍ତିର ଅଇଁଠା ଖାଇବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଭିତରେ ମଧ୍ୟ ପ୍ରବେଶ କରିବ । ଯାହାଦ୍ୱାରା ସେହି ସମସ୍ୟାରୁ ମୁକୁଳିବା ଅନେକ ସମୟରେ ସମ୍ଭବ ହୁଏନାହିଁ । ତେଣୁ କୌଣସି ବ୍ୟକ୍ତିର ଅଇଁଠା ଖାଇବା ଆଦୌ ଉଚିତ ନୁହେଁ ।

୫ . ଯଦି ଆପଣ କୌଣସି ଏପରି ବ୍ୟକ୍ତିର ଅଇଁଠା ଖାଉଛନ୍ତି ଯିଏକି ରୋଗାକ୍ରାନ୍ତ ତେବେ ସତର୍କ ରୁହନ୍ତୁ । କାରଣ ତାଙ୍କ ଅଇଁଠା ଖାଇବା ଦ୍ୱାରା ସଂକ୍ରମଣ ରୋଗ ଆମକୁ ମଧ୍ୟ ହୋଇପାରେ । ଶାସ୍ତ୍ର ଅନୁଯାୟୀ ଭୋଜନ କରିବା ପୂର୍ବରୁ ଦୁଇହାତ , ଦୁଇ ଗୋଡ଼ ଏବଂ ମୁହଁକୁ ଭଲ ଭାବରେ ଧୋଇ ଖାଇବା ଉଚିତ । ଏପରି କୁହାଯାଏ ଯେ ଓଦା ଗୋଡ଼ରେ ଭୋଜନ କରୁଥିବା ବ୍ୟକ୍ତି ଦିର୍ଘାୟୁ ପ୍ରାପ୍ତ କରନ୍ତୁ । ଏହାବ୍ୟତୀତ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ସୁମରଣା କରି ମଧ୍ୟ ଭୋଜନ କରିବା ଉଚିତ । ଅଳ୍ପ ଭୋଜନ କାଉ କାଉ ଏବଂ ବଣିକୁ ଦେବା ଉଚିତ । ନିଜର ଅଇଁଠା ଭୋଜନ କେବେ କୌଣସି ମଣିଷ କିମ୍ବା ପଶୁପକ୍ଷୀଙ୍କୁ ଦାନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *