ଆଜିର ରାଶିଫଳ : ୦୩ ଜୁଲାଇ ୨୦୨୨, ରବିବାର : ଆଜି ଏହି ରାଶିର ଲୋକମାନେ ନିଜ ଶତ୍ରୁ ମାନଙ୍କ ଠାରୁ ସତର୍କ ରହିବେ

ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଘରର ଖର୍ଚ୍ଚ ବଢିପାରେ। ପାରିବାରିକ ଜୀବନରେ କିଛି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ଜୀବନସାଥୀଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ଆପଣଙ୍କର ମଜାଳିଆ ସ୍ଵଭାବ ଯୋଗୁଁ ସମସ୍ତେ ଆପଣଙ୍କୁ ପସନ୍ଦ କରିବେ। ପ୍ରେମ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣ ଆଜି ଅଧିକ ଭାବୁକ ହୋଇ ପାରନ୍ତି।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। ଆପଣ ନିଜ ଜୀବନର ସବୁଠାରୁ କଠିନ ପରିସ୍ଥିତିକୁ ସୁଧାରିବାରେ ସଫଳ ହେବେ। ଭାବନାତ୍ମକ ରୂପରେ ଆପଣ ନିଜକୁ ନିୟନ୍ତ୍ରଣ ରଖନ୍ତୁ।ଆଜି ଅନ୍ୟମାନଙ୍କ ଉପରେ ଖୁବ୍ ଶୀଘ୍ର ଭରସା କରନ୍ତୁ ନାହିଁ। କ୍ୟାରିୟର ସମ୍ବନ୍ଧିତ କିଛି ସୁଖଦ ସମାଚାର ଆପଣଙ୍କୁ ମିଳିବ। କୌଣସି କାର୍ଯ୍ୟ ବଶତଃ ବିଦେଶ ଯାତ୍ରା କରି ପାରନ୍ତି।ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ। ସମୟର ସଠିକ ସଦୁପଯୋଗ କରନ୍ତୁ।ପ୍ରେମ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାପ୍ତ ହୋଇଯିବ।

ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆମଦାନୀରେ ବୃଦ୍ଧି ହେବ।ପିତାମାତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ନଦେବା ହାନିକାରକ ସାବ୍ୟସ୍ତ ହୋଇପାରେ, ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଘରର ଖର୍ଚ୍ଚ ବଢିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ କିଛି ଦାମୀ ଉପହାର ଦେଇ ପାରନ୍ତି।

କର୍କଟ ରାଶି :-ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବ।ଯଦି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।ଆପଣଙ୍କୁ ନିଜ ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ, ଏହାଦ୍ଵାରା ଆପଣଙ୍କୁ ଫାଇଦା ମିଳିବ।ଏହି ରାଶିର ଛାତ୍ରଛାତ୍ରୀଙ୍କୁ ବହୁତ ଅବସର ପ୍ରାପ୍ତ ହେବ। ଘରେ ଧାର୍ମିକ ଅନୁଷ୍ଠାନର ଆୟୋଜନ କରନ୍ତୁ, ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂତ ହୋଇଯିବ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ।’

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆର୍ଥିକ ମାମଲା ଦୃଷ୍ଟିରୁ ସତର୍କ ରହିବାର ଆବଶ୍ୟକତା ରହିଛି। ଚାକିରି କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ ହୋଇ ପାରେ। ପାରିବାରିକ ଜୀବନକୁ ଆନନ୍ଦ ଉଲ୍ଲାସର ସହିତ ଉପଭୋଗ କରନ୍ତୁ। ବୈବାହିକ ଜୀବନ ସୁଖମୟ ସାବ୍ୟସ୍ତ ହେବ। କୌଣସି ରଚନାତ୍ମକ କାର୍ଯ୍ୟରେ ଆପଣ ଯୋଗଦାନ କରି ପାରନ୍ତି। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। ଆପଣଙ୍କୁ ପ୍ରେମ ମାମଲାରେ ଅଧିକ ସାବଧାନ ରହିବାକୁ ପଡ଼ିବ। କାରଣ ଏହି ସମୟରେ ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। କ୍ୟାରିୟରକୁ ନେଇ ଆପଣ ଉତ୍ସାହିତ ରହିବେ। ସନ୍ଧ୍ୟା ସମୟରେ ଆପଣ ନିଜ ସନ୍ତାନଙ୍କ ସହିତ ସମୟ ଅତିବାହିତ କରିବେ। ପୁରୁଣା ସମ୍ପତ୍ତିରୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟସେବାରେ ଜଡିତ ଲୋକଙ୍କୁ ପୁରସ୍କାର ପ୍ରାପ୍ତ ହୋଇପାରେ। ଆପଣଙ୍କର ଆକର୍ଷଣ ଓ ସୁନ୍ଦରତା ସମସ୍ତଙ୍କୁ ମୋହିତ କରି ଦେଇପାରେ।ଘରର ବରିଷ୍ଠ ଲୋକଙ୍କ ଆଶୀର୍ବାଦ ଗ୍ରହଣ କରି ସବୁ କାର୍ଯ୍ୟରେ ହାତ ଦିଅନ୍ତୁ, ଦେଖିବେ ଖୁବ୍ ଶୀଘ୍ର ସଫଳ ହେବେ।

ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।ଜୀବନରେ ଆପଣ ଅନେକ ସ୍ଥାନରୁ ଶିକ୍ଷା ଗ୍ରହଣ କରିବେ। ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ।ଆପଣଙ୍କୁ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବା ଉଚିତ। ବୈବାହିକ ଜୀବନରେ ମଧୁରତା ଆସିବ।ଆପଣଙ୍କର ଆକର୍ଷଣୀୟ ବ୍ୟକ୍ତିତ୍ଵ ଯୋଗୁଁ ଲୋକେ ଆପଣଙ୍କ ପରାମର୍ଶ ଗ୍ରହଣ କରିବେ। ପ୍ରେମୀଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବେ। କିନ୍ତୁ ଧ୍ୟାନ ରଖିବେ କି କୌଣସି ସମ୍ପର୍କୀୟ ଆପଣଙ୍କ ସମ୍ପର୍କକୁ ବିଗାଡିବା ପାଇଁ ପ୍ରୟାସ କରି ପାରନ୍ତି।

ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅନି ଆପଣ ଅଧିକ ଭାବୁକ ହୋଇ ପାରନ୍ତି। କୌଣସି ସମ୍ପର୍କୀୟ ଆପଣଙ୍କ ବିଚାରକୁ ବିଚଳିତ କରି ପାରନ୍ତି। ପାରିବାରିକ ମାହୋଲ ଆନନ୍ଦମୟ ହେବ। ପିତାମାତା ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରିବେ।ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ସୁଖଦ ସମାଚାର ମିଳିବ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ଆପଣଙ୍କର ଏକାପଣ ହୁଏତ ଆପଣଙ୍କୁ ଦୁର୍ବଳ କରି ଦେଇ ପାରେ, ତେଣୁ ସମସ୍ତଙ୍କ ସହିତ ମିଳାମିଶା କରନ୍ତୁ। କୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ବହୁତ ଦିନର ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପ୍ରେମ ଜୀବନକୁ ସୁଦୃଢ କରିବା ପାଇଁ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ନିଜ ସାଥୀଙ୍କ ଉପରେ ଅତୀତ ବିଶ୍ୱାସ ରଖନ୍ତୁ।

ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିବାର ଲୋକଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। କ୍ୟାରିୟରରେ ଆଶାନୁରୂପ ସଫଳତା ହାସଲ କରିବେ। ବ୍ୟବସାୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହାସହିତ କୌଣସି ଅନୁଭବୀଙ୍କ ପରାମର୍ଶ ଗ୍ରହଣ କରନ୍ତୁ।ଠାକୁରଙ୍କୁ ପଞ୍ଚାମୃତ ଭୋଗ ଅର୍ପଣ କରନ୍ତୁ, ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହେବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ ସଠିକ ବୁଝାମଣା ରହିବା ନିହାତି ଜରୁରୀ ଅଟେ। ଏହାଦ୍ବାରା ସମ୍ପର୍କରେ ସ୍ନେହ ଓ ବିଶ୍ୱାସ ବଢ଼ିଥାଏ।

କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣ ନିଜ ବନ୍ଧୁଙ୍କର ଖରାପ ବ୍ୟବହାରର ପ୍ରତ୍ୟୁତ୍ତର ଦିଅନ୍ତୁ ନାହିଁ। ସମୟ ଆସିଲେ ପରିସ୍ଥିତିରେ ଆପେ ସୁଧୁରି ଯିବ।ଆପଣଙ୍କର ବିଚାର ନୂତନ ଓ ସକାରାତ୍ମକ ରହିବ। ବ୍ୟବସାୟରେ ଅଧିକ ଲାଭବାନ ହୋଇ ପାରନ୍ତି।ଆପଣଙ୍କୁ ଏଭଳି ଅନୁଭବ ହୋଇ ପାରେ କି, ଜୀବନସାଥୀ ଆପଣଙ୍କୁ ନୀଚ ଭାବନାରେ ଦେଖି ପାରନ୍ତି।ଅଯଥା କଥା ଉପରେ କେବେବି ଧ୍ୟାନ ଦିଅନ୍ତୁ ନାହିଁ ଅର୍ଥାତ ଏଗୁଡ଼ିକୁ ଅଣଦେଖା କରନ୍ତୁ।ପ୍ରେମ ଜୀବନରେ ବିବାହ କରିବାକୁ ଚାହୁଁଥିବା ଯୋଡିଙ୍କ ଆଶା ସଫଳ ହେବ।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ଜୀବନର ସବୁ ସମସ୍ୟାର ଅନ୍ତ ହେବ। କୌଣସି ସମ୍ପର୍କୀୟଙ୍କ ସହିତ ବୈଚାରିକ ମତଭେଦରେ ଆପଣ ଜିତିବେ। ଘର ମାମଲାରେ ଆପଣ ବ୍ୟସ୍ତ ରହିବେ। କୌଣସି ସ୍ଥାନରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।ଦେବୀ ଦୁର୍ଗାଙ୍କର ଉପାସନା କରନ୍ତୁ, ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।ପରିବାରରେ ହସଖୁସିର ମାହୋଲ ରହିବ। ଆପଣ ଯାହାକୁ ପ୍ରେମ କରୁଛନ୍ତି, ତାଙ୍କୁ ହିଁ ବିବାହ କରିବାର ଯୋଗ ରହିଛି। ଈଶ୍ବରଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଯୋଡ଼ି ଉପରେ ରହିଛି।

Leave a Reply

Your email address will not be published. Required fields are marked *