ବାସ୍ତୁ ଅନୁସାରେ ଯଦି ଆପଣ ଘରେ ଏପରି ମନ୍ଦିର ରଖୁଛନ୍ତି ତେବେ ବିନାଶ ନିଶ୍ଚିତ !

ସାଧରଣତଃ ସବୁ ଘରେ ଏକ ସ୍ୱତନ୍ତ୍ର ପୂଜାଘର ରହିବା ଜରୁରୀ ଅଟେ । ଏଣେତେଣେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫୋଟ ସ୍ଥାପନ କରିବା ଠିକ ହୋଇ ନଥାଏ । ଏହାଦ୍ବାରା ଭଗବାନ କ୍ରୋଧିତ ହୋଇ ପାରନ୍ତି । ଘର ମନ୍ଦିର ନିର୍ମାଣ କରିବାର ମଧ୍ୟ ବାସ୍ତୁ ଅନୁଯାୟୀ ଅନେକ ନିୟମ ବିଧି ରହିଛି । ଯାହାକୁ ଯଦି ଆପଣ ଠିକ ଭାବରେ ନମାନନ୍ତି ତେବେ ଘରର ବିନାଶ ହୋଇଯାଏ । ଅନେକ ଲୋକ କାଠରେ ତିଆରି ମନ୍ଦିର ସ୍ଥାପନ କରିଥାନ୍ତି । ମାତ୍ର ଆଉ କିଛି ଲୋକ ପଥର , ଲୁହା ଏବଂ ମାର୍କେଟରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ମନ୍ଦିର ମଧ୍ୟ ନିର୍ମାଣ କରିଥାନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କେଉଁ ମନ୍ଦିର ସ୍ଥାପନ କରିବା ଭଲ ହୋଇଥାଏ ସେହି ବିଷୟରେ କହିବୁ । ଏହାବ୍ୟତୀତ ଘର ମନ୍ଦିରରେ କେଉଁ ଜିନିଷ ରଖିଲେ ବର୍ବାଦି ଆସିଥାଏ ସେହି ବିଷୟରେ ମଧ୍ୟ କହିବୁ ।

୧ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କାଠରେ ତିଆରି ମନ୍ଦିର ସ୍ଥାପନ କରିବା ଉଚିତ । ଘରେ ଲୁହାର ମନ୍ଦିର ରଖିଲେ ରାହୁ କେତୁର ବାସ ହୋଇଥାଏ ।

୨ . ଘରେ ମନ୍ଦିର ସ୍ଥାପନ କରିବାର ଏକ ଉଚିତ ସ୍ଥାନ ମଧ୍ୟ ରହିଥାଏ । ବାସ୍ତୁ ଅନୁଯାୟୀ ଘରର ଐଶାନ୍ୟ କୋଣରେ ମନ୍ଦିର ସ୍ଥାପନ କରିବା ଭଲ ହୋଇଥାଏ । ଆପଣ ଚାହିଁଲେ ପଶ୍ଚିମ ଦିଗରେ ମଧ୍ୟ ମନ୍ଦିର ସ୍ଥାପନ କରି ପାରିବେ ।

୩ . ଭୁଲରେ ବି ଘର ମନ୍ଦିରରେ କୌଣସି ଗୋଟିଏ ଦେବଦେବୀଙ୍କ ଫୋଟ ନରଖି ଯୁଗଳ ମୂର୍ତ୍ତି କିମ୍ବା ଦେବଦେବୀ ଯେପରିକି ରାମ ସୀତା , ରାଧା କୃଷ୍ଣ ଏବଂ ବିଷ୍ଣୁଙ୍କ ସହିତ ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତ୍ତି ସ୍ଥାପନ କରନ୍ତୁ । ଏହାଦ୍ବାରା ପରିବାରରେ ସୁଖ ସମୃଦ୍ଧି ବଜାୟ ରହେ । ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ମଧୁରତା ଆସିଥାଏ । ପରିବାରରେ କ୍ଳେଶ ଦେଖା ଦିଏ ନାହିଁ ।

୪ . ମନେ ରଖନ୍ତୁ ଯେଉଁ ଘରର ମନ୍ଦିରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ନଥାଏ ସେହି ଘରେ କେବେବି ଭଗବାନଙ୍କ ଆଶୀର୍ବାଦ ବର୍ଷା ହୁଏ ନାହିଁ । କାରଣ ଭଗବାନ ଗଣେଶଙ୍କୁ ସର୍ବପ୍ରଥମ ସ୍ଥାନ ଦିଆଯାଇଛି ।

୫ . ଘରର ମନ୍ଦିରରେ ହନୁମାନ ମୂର୍ତ୍ତି ରଖିବା ଭଲ ହୋଇଥାଏ । କାରଣ ହନୁମାନଙ୍କୁ ପୂଜା କଲେ ବୁଦ୍ଧି ଏବଂ ବଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଘରେ ମଙ୍ଗଳ ହୋଇଥାଏ । ଏହାଦ୍ବାରା ଗ୍ରହ ଶାନ୍ତ ହୋଇଯାଏ ଏବଂ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ।

୬ . ଘରର ମନ୍ଦିରରେ ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱରଙ୍କ ମିଳିତ ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ । ଏପରି କଲେ ଆପଣଙ୍କ ଦୁଃଖ କଷ୍ଟ ବହୁତ ଜଲଦି ଦୂରେଇ ଯିବ ଏବଂ ଆପଣଙ୍କୁ ଏହାର ଫଳ ଖୁବଶୀଘ୍ର ମିଳିବ ।

୭ . ଘରେ କେବେବି ଦୁଇଟି ମନ୍ଦିର ରଖନ୍ତୁ ନାହିଁ । କାରଣ ଏହା ଅଶୁଭ ହୋଇଥାଏ ।

୮ . ଘରେ କେବେବି ଅଯୁଗ୍ମ ସଂଖ୍ୟକ ମୂର୍ତ୍ତି ରଖିବା ଉଚିତ ନୁହେଁ । ଯେମିତି ୩ କିମ୍ବା ୫ ଏପରି ସଂଖ୍ୟକ ମୂର୍ତ୍ତି ରଖିବା ଉଚିତ ନୁହେଁ । ନଚେତ ଏହା ଅଶୁଭ ହୋଇଥାଏ ।

୯ . ଘରେ କେବେବି ଭୁଲରେ ବି ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ ରଖିବା ଆଦୌ ଉଚିତ ନୁହେଁ । ଏହାବ୍ୟତୀତ ଘରେ ଶିବଙ୍କର କୌଣସି ପ୍ରତିମା ରଖିବା ଉଚିତ ନୁହେଁ ।

୧୦ . ପୂଜା କାରବାର ସବୁଠାରୁ ଉପଯୁକ୍ତ ମୁହୁର୍ତ୍ତ ହେଉଛି ସକାଳ ୪ ରୁ ୬.୪୫ ମଧ୍ୟରେ । ଏହି ସମୟରେ ସକାରାତ୍ମକ ଶକ୍ତି ସକ୍ରିୟ ରହିଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ମାତ୍ର ୧୨ ଟା ପରେ ପୂଜା କଲେ ସେହି ପୂଜା ତାନ୍ତ୍ରିକକୁ ପ୍ରାପ୍ତ ହୋଇଥାଏ ।ଏପରି ପୂଜା ପ୍ରେତ ଆତ୍ମା ପାଇଁ କରାଯାଏ ।

୧୧ . ମନୁଷ୍ୟକୁ ନିଜ ମନ ଅନୁସାରେ ପୂଜାପାଠ କରିବା ଉଚିତ । ପୂଜାପାଠ କରିବା ଦ୍ୱାରା ଶାନ୍ତି ପ୍ରାପ୍ତ ହୋଇଥାଏ ଏବଂ ନିଜର ସବୁ ଚିନ୍ତାର ସମାପ୍ତି ହୋଇଯାଏ ।

୧୨ . ମଣିଷକୁ ପ୍ରତ୍ୟେକ ଦିନ ମନ୍ଦିର ଯିବା ଉଚିତ ଏବଂ କୌଣସି ସ୍ୱତନ୍ତ୍ର ଦିନରେ ବ୍ରତ ମଧ୍ୟ ରଖିବା ଉଚିତ । ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବିବାହିତା ମହିଳାଙ୍କୁ ଶୁକ୍ରବାର ବ୍ରତ ନିଶ୍ଚୟ ରଖିବା ଉଚିତ । ଏହାଦ୍ୱାରା ଘରେ ଅମାପ ଧନ ପ୍ରାପ୍ତି ହୋଇଥାଏ ।

୧୩ . ଭୁଲରେ ବି ମାତା ଦୁର୍ଗାଙ୍କ କ୍ରୋଧିତ ଅବସ୍ଥାର ଫୋଟ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାସହିତ ମହାକାଳର ଫୋଟ ମଧ୍ୟ ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଯଦି କୌଣସି ଫୋଟ କିମ୍ବା ମୂର୍ତ୍ତି ଭାଙ୍ଗି ଯାଇଛି ତେବେ ତାହାକୁ ଜଳରେ ବିସର୍ଜିତ କରିଦେବା ଉଚିତ ।

୧୪ . ସ୍ୱାମୀ ସ୍ତ୍ରୀଙ୍କ କକ୍ଷରେ ଭୁଲରେବି ଦେବଦେବୀଙ୍କ ପ୍ରତିମା ରଖିବା ଉଚିତ ନୁହେଁ । ଏହାଦ୍ବାରା ଘୋର ପାପ ଲାଗିଥାଏ । ଏହାସହିତ ବାଥରୁମ ପାଖରେ ମନ୍ଦିର ରହିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *