ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖି ଦିଅନ୍ତୁ ମାତ୍ର ତୁଳସୀ ପତ୍ର , ହେବ ଚମତ୍କାର , ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ତୁଳସୀ ଗଛ ଆମ ଶରୀରରେ ପ୍ରାୟ ଅନେକ ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଏମିତିକି କ୍ୟାନସର ଏବଂ ହୃଦଘାତ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ତୁଳସୀ ଔଷଧି ରୂପରେ ବ୍ୟବହୃତ ହୋଇଥାଏ । ଖାଲି ଆମ ଦେଶରେ ନୁହେଁ ବରଂ ତୁଳସୀର ଔଷଧୀୟ ଗୁଣ ବିଷୟରେ ଜାଣିବା ପରେ ଭାରତ ବାହାରେ ମଧ୍ୟ ଅନେକ ଲୋକ ଘରେ ତୁଳସୀ ଗଛ ରଖିବା ଆରମ୍ଭ କରି ସାରିଲେଣି । ଆମ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ପ୍ରତି ହିନ୍ଦୁ ଘରେ ରହିବା ନିତାନ୍ତ ଜରୁରୀ ଅଟେ । ଘରେ ତୁଳସୀ ଗଛ ଖାଲି ରଖିବା ନୁହେଁ କି ବରଂ ପୂଜା କରିବା ମଧ୍ୟ ଉଚିତ । ତୁଳସୀ ଗଛକୁ ରଖିବାର ନିର୍ଦିଷ୍ଟ ସ୍ଥାନ ମଧ୍ୟ ରହିଛି । ନଚେତ ଘର ପରିବାର ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ ।

ତୁଳସୀ ଗଛକୁ ଅନେକ ବାସ୍ତୁ ଦୋଷ କାଟିବା ପାଇଁ ଉପଯୋଗ କରାଯାଏ । ତୁଳସୀ ଗଛକୁ ଉପଯୋଗ କରି ଅନେକ ଉପାୟ ଅବଲମ୍ବନ ମଧ୍ୟ କରାଯାଏ । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ପୂଜା କରିବା ସମୟରେ ୩ ରୁ ୪ ମିନିଟ କୌଣସି ମନ୍ତ୍ରର ଜପ କରିବା ଉଚିତ । ତୁଳସୀ ଗଛ ପାଖରେ ଏହି କ୍ଷମତା ଥାଏ ସେ ସକାରାତ୍ମକତା ବିସ୍ତାର କରିବା ସହିତ ସବୁଠାରୁ ଅଧିକ ଅମ୍ଳଜାନ ନିର୍ଗତ କରିଥାଏ ଯାହାକି ମନୁଷ୍ୟର ବଞ୍ଚିବା ପାଇଁ ବରଦାନ ଅଟେ । ଅନେକ ସମୟରେ ତୁଳସୀ ଗଛ ମରି ଯିବାର କାରଣ ଏହା ଯେ ଘର ଉପରକୁ ଆସିବାକୁ ଥିବା ବଡ଼ ବିପଦ ତୁଳସୀ ଗଛ ନିଜ ଉପରକୁ ନେଇଯାଏ । ଯାହାଦ୍ୱାରା ତୁଳସୀ ଗଛ ମରିଯାଏ । ଏହାଦ୍ବାରା ଘର ଉପରୁ ସମସ୍ୟା ହଟିଯାଏ । ତେଣୁ ଏମିତିରେ ସେହି ଶୁଖିଲା ତୁଳସୀ ଗଛକୁ ପୋତି ଦିଅନ୍ତୁ କିମ୍ବା କୌଣସି ଜଳାଶୟରେ ବିସର୍ଜନ କରି ନୂଆ ତୁଳସୀ ଗଛ ଲଗାଇ ଗଛ ମୂଳରେ ପାଣି ଦିଅନ୍ତୁ ।

ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଦିନ ରାତିରେ ଚାରୋଟି ତୁଳସୀ ପତ୍ର ତକିଆ ତଳେ ରଖି ଶୋଇଲେ ଏଥିରୁ ବାହାରୁଥିବା ସକାରାତ୍ମକ ତରଙ୍ଗ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ଶ୍ୱାସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯାଏ । ଖରାପ ସ୍ୱପ୍ନ ମଧ୍ୟ ଆସି ନଥାଏ । ତେବେ ଏହି ଉପାୟ କରିବା ପରେ ଆଗାମୀ ଦିନ ସେହି ଚାରୋଟି ତୁଳସୀ ପତ୍ରରୁ ଦୁଇଟି ସେବନ କରି ଅନ୍ୟ ଦୁଇଟିକୁ ସଂଗ୍ରହ କରି ରଖନ୍ତୁ ଏବଂ ଏହିପରି ୪୩ ଦିନ ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣ ସବୁ କ୍ଷେତ୍ରରେ ସଫଳ ହେଉଛନ୍ତି ତେବେ ତୁଳସୀ ଗଛର ମୂଳକୁ ଘରକୁ ଆଣି ପାଣିରେ ଧୋଇ ଏକ ହଳଦିଆ କପଡ଼ାରେ ଗୁଡ଼ାଇ ଗୁରୁବାର ଦିନ ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣ କାମରେ ସଫଳତା ମଧ୍ୟ ଅର୍ଜନ କରିବେ

ଅନେକ ସମୟରେ ଘର ପରିବାର କିମ୍ବା ସଦସ୍ୟଙ୍କ ଉପରେ ଖରାପ ଦୃଷ୍ଟି ପଡିଥିବା ଅନୁମାନ ହୁଏ । ଏପରି ହେଲେ ସାତୋଟି ତୁଳସୀ ପତ୍ର ଏବଂ ସାତୋଟି ଗୋଲମରିଚ ନେଇ ହାତରେ ଧରି ଯେଉଁ ବ୍ୟକ୍ତିଙ୍କ ନଜର ହଟାଇବାର ଥିବ ତାଙ୍କ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ୨୧ ଥର ଓଁ ମନ୍ତ୍ର ଜପ କରି ବୁଲାଇ ନିଅନ୍ତୁ ଏବଂ ଗୋଲମରିଚକୁ ସେହି ବ୍ୟକ୍ତିଙ୍କୁ ଚୋବାଇବାକୁ ଦେଇ ଦିଅନ୍ତୁ ଏବଂ ତୁଳସୀ ପତ୍ରକୁ ମଧ୍ୟ ଚୋବାଇବାକୁ ଦେଇ ଦିଅନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ଘରର ସବୁ ସମସ୍ୟା ଦୂର ହୋଇଯିବ । ସବୁ ଖରାପ ନଜର ମଧ୍ୟ ଦୂରେଇ ଯିବ ।

ଛୋଟ ପିଲାଙ୍କୁ ସବୁବେଳେ ତୁଳସୀ ଚାୟରେ ରଖିବା ଇସିଜିୟ । ଏହାଦ୍ବାରା ତାଙ୍କର ବୁଦ୍ଧିରେ ବିକାଶ ହୋଇଥାଏ । ଏସବୁ ବ୍ୟତୀତ ତୁଳସୀ ଗଛ ମୂଳରେ ପିଲା ମାନେ ପାଠ ପଢିବାକ୍ଷ ବସିଲେ ପଢିବାରେ ଆଗ୍ରହ ମଧ୍ୟ ଆସିଥାଏ । ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ ହୋଇଥାଏ । ମାନସିକ ଦୁଶ୍ଚିନ୍ତା ଦୂର ହୋଇଯାଏ । ଦେବଦେବୀଙ୍କ କୃପା ସର୍ବଦା ବଜାୟ ରହେ ।

Leave a Reply

Your email address will not be published. Required fields are marked *