ଜୁନ ୨୪ ଏକାଦଶୀରେ ଗାଈକୁ ଖୁଆନ୍ତୁ ଏହି ଗୋଟିଏ ଜିନିଷ , ସବୁ ସମସ୍ୟା ଦୂର ହୋଇଯିବ :-

ଆଷାଢ଼ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଯୋଗିନୀ ଏକାଦଶୀ ବ୍ରତ ରଖାଯାଏ । ଏହି ଯୋଗିନୀ ଏକାଦଶୀ କଲେ ଜୀବନରେ ସମୃଦ୍ଧି ଏବଂ ଆନନ୍ଦ ପ୍ରାପ୍ତି ହୋଇଥାଏ । ଏପରି କୁହାଯାଏ ଯେ ଯୋଗିନ ବ୍ରତ କରିବା ଏବଂ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇ ପୁଣ୍ୟ ଅର୍ଜନ କରିବା ସହିତ ସମାନ ହୋଇଥାଏ । ଚଳିତ ବର୍ଷର ଯୁନ ୨୪ ରେ ଯୋଗିନ ଏକାଦଶୀ ରହିଛି ଯାହାକି ଜୁନ ୨୩ ରାତି ୯.୪୧ ରେ ଆରମ୍ଭ ହୋଇ ଏବଂ ୨୪ ତାରିଖ ରାତି ୧୧.୧୨ ରେ ସମାପ୍ତ ହେଉଛି । ଏହି ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ । ଯୋଗିନୀ ଏକାଦଶୀ ତିଥି ଦ୍ୱାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ସବୁ ପ୍ରକାରର ପାପରୁ ମୁକ୍ତି ମିଳିଥାଏ ।

ଏହିଦିନ ଲକ୍ଷ୍ମୀ ନାରାୟଣ ଯୋଗ ରହିଛି । ତେଣୁ ଉଭୟ ଲକ୍ଷ୍ମୀ ଏବଂ ନାରାୟଣଙ୍କ ପୂଜା କରିବା ଖୁବ ଲାଭଦାୟୀ ହୋଇଥାଏ । ଯୋଗିନୀ ଏକାଦଶୀ ଦିନ ସକାଳୁ ସ୍ନାନ କରି ପୂଜା ଘରକୁ ସଫାସୁତୁରା କରିବା ଉଚିତ । ତାପରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ତାହାକୁ ଗଙ୍ଗା ଜଳରେ ଅଭିଷେକ କରାଇ , ଘିଅ ଦୀପ ଜାଳି , ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ । ଏହିଦିନ ବିଷ୍ଣୁଙ୍କୁ ଖିରି କିମ୍ବା ହାଲୁଆ ଭୋଗ ଭାବରେ ଲଗାନ୍ତୁ । ତେବେ ଏହି ବିଶେଷ ଦିନ କିଛି ନିୟମ ପାଳନ କରିବା ଉଚିତ ଯାହାଦ୍ୱାରା ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ ।

ଏହିଦିନ ଯଦି ଆପଣ ବ୍ରତ କରୁଛନ୍ତି କିମ୍ବା ନକରିଲେ ବି ଭାତ ଖାଆନ୍ତୁ ନାହିଁ । କାରଣ ଭାତରେ ଅଧିକ ଜଳ ଥାଏ ଯାହା ଉପରେ ଚନ୍ଦ୍ରମାଙ୍କ ପ୍ରଭାବ ଥାଏ । ଏମିତିରେ ନି ଏହିଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ ଏବଂ କାହା ବିଷୟରେ ବି ଏଣୁତେଣୁ ମନ୍ଦ କଥା କହିବା ଉଚିତ ନୁହେଁ । ତେଣୁ ଶାସ୍ତ୍ରରେ ଏକାଦଶୀ ଦିନ ଅନ୍ନ ଭୋଜନ ବର୍ଜିତ ମାନା ଯାଇଛି । ତେଣୁ ଆଜି ଆମେ ଏହି ଲେଖାରେ ଗୋଟିଏ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ଏକାଦଶୀ ଦିନ କଲେ ସବୁ ସମସ୍ୟାର ସମାଧାନ ମିଳିଯିବ ।

ଏହିଦିନ ସକାଳୁ ସ୍ନାନ କରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଦେଶୀ ଘର ଦୀପ ଜଳାନ୍ତୁ । ଦୀପକୁ କୌଣସି ଏକ ଛୋଟ ଥାଳିରେ ଫୁଲ ପାଖୁଡ଼ାରେ ସଜାନ୍ତୁ ଏବଂ ଧୂପବତୀ ଜଳାନ୍ତୁ । ତାପରେ ପ୍ରଥମ ପୂଜା ଗଣେଶ , ତାପରେ ଶ୍ରୀହରି ବିଷ୍ଣୁ ଏବଂ ତାପରେ ମାତା ଲକ୍ଷ୍ମୀଙ୍କୁ ହଳଦୀ ଏବଂ ସିନ୍ଦୁରରେ ତିଳକ କରନ୍ତୁ । ଏହାପରେ ଏକ ପାତ୍ରରେ ଅଳ୍ପ ଶୁଦ୍ଧ ଘିଅ ଗୁଡ଼ ରଖନ୍ତୁ । ଗୁଡ଼ ନଥିଲେ ଅଳ୍ପ ମିଶ୍ରୀ କିମ୍ବା ଚିନି ରଖନ୍ତୁ । ଏହାକୁ ତିନି ଦେବଦେବୀଙ୍କୁ ଭୋଗ ଲଗାନ୍ତୁ । ବିଷ୍ଣୁଙ୍କୁ ଭୋଗ ଲଗାଇବା ସମୟରେ ସେଥିରେ ତୁଳସୀ ପତ୍ର ନିଶ୍ଚିତ ଦିଅନ୍ତୁ ।

ଏପରି କଲେ ମାତା ଲକ୍ଷ୍ମୀ , ଶ୍ରୀ ଗଣେଶ ଏବଂ ଶ୍ରୀ ବିଷ୍ଣୁ ପ୍ରସନ୍ନ ହୁଅନ୍ତି । ମନେ ରଖନ୍ତୁ ଯେ ଏକାଦଶୀ ଦିନ ତୁଳସୀ ଗଛର ପତ୍ର ଛିଡାଇବା ଭଲ ହୋଇନଥାଏ । ତେଣୁ ପୂର୍ବ ଦିନ ହିଁ ତୁଳସୀ ପତ୍ର ଛିଡ଼ାଇ ରଖନ୍ତୁ । କିମ୍ବା ତୁଳସୀ ଗଛ ତଳେ ପଡିଥିବା ପତ୍ରକୁ ନେଇ ନିଅନ୍ତୁ । ତୁଳସୀ ପତ୍ର ଏବଂ ବେଲ ପତ୍ରକୁ କେବେବି ବାସୀ ମାନା ଯାଏ ନାହିଁ । ଏହାପରେ ଓଁ ଗଣ ଗଣପତୟେ ନମଃ । ଏହି ମନ୍ତ୍ର ୧୧ ଥର ଜପ କରନ୍ତୁ । ତାପରେ ଓଁ ନମଃ ଭଗବତେ ବାସୁଦେବାୟ ଏକ ମାଳି ଜପ କରନ୍ତୁ । ଶେଷରେ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଓଁ ମହା ଲକ୍ଷ୍ମୈ ନମଃ ଜପ କରନ୍ତୁ ।

ଏହାପରେ ହାତ ଯୋଡି ସବୁ ଦେବଦେବୀଙ୍କୁ ନମସ୍କାର କରି ନିଜର ସମସ୍ୟା ବିଷୟରେ କୁହନ୍ତୁ । ଏହାପରେ କିଛି ଅଟାରେ କେବଳ ପାଣି ଢାଳି ବିନା ଲୁଣ ପକାଇ ଏକ ରୋଟି ତିଆରି କରନ୍ତୁ ଏବଂ ସେଥିରେ ପୂଜାରେ ଲାଗିଥିବା ଘିଅ ଏବଂ ଗୁଡ଼ ଲଗାଇ ନିଜ ମସ୍ତକରେ ଲଗାଇ ଗୋ ମାତାଙ୍କୁ ଖୁଆଇ ଦିଅନ୍ତୁ । ଏହାପରେ ଦେବୀ ଦେବତାଙ୍କ ସ୍ମରଣ କରି ଗୋମାତାଙ୍କୁ ପ୍ରଣାମ କରନ୍ତୁ । ଏପରି ମାନ୍ୟତା ଅଛି ଯେ ଗୋମାତାଙ୍କ ଶରୀରରେ ୩୩ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ । ତେଣୁ ଗୋମାତା ଙ୍କ ପୂଜା କଲେ ସବୁ ସମସ୍ୟା ଠିକ ହେବା ସହିତ ଗୋମାତାଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ । ଘରୁ ସବୁ ସମସ୍ୟା ଦୁରେଇ ଯାଏ । ଏହାବ୍ୟତୀତ ବ୍ରାହ୍ମଣଙ୍କୁ ମଧ୍ୟ ଭୋଜନ କରାଇ ପାରିବେ ।

Leave a Reply

Your email address will not be published. Required fields are marked *