ଆମ ଜୀବନରେ ଲୁଣର ଅନେକ ମହତ୍ତ୍ୱ ରହିଛି । ଲୁଣ ବିନା ଅଧିକାଂଶ ଭୋଜନ ସେବନ ଯୋଗ୍ୟ ହୋଇ ପାରେ ନାହିଁ । ଆମ ଶାସ୍ତ୍ରରେ ଲୁଣର ପ୍ରୟୋଗ ଦ୍ୱାରା ମଣିଷ ଜୀବନର ଅନେକ ସମସ୍ୟାକୁ ସାଧରି ହୁଏ । ଲୁଣ ଆମର ଆୟୁଷ ମଧ୍ୟ ବଢ଼ାଇ ଥାଏ । ସେହିପରି ଲୁଣ ମଧ୍ୟ ଅନେକ ପ୍ରକାରର ରହିଛି ଯେପରିକି ପାହାଡ଼ି ଲୁଣ ଏବଂ ସମୁଦ୍ରି ଲୁଣ । କୁହାଯାଏ ଯେ ଯଦି ଜାତକରେ ଚନ୍ଦ୍ରମା ଦୁର୍ବଳ ଅଛି ତେବେ ପାହାଡ଼ି ଲୁଣର ଉପଯୋଗ କରାଯାଏ । ଏଥିରେ ସାଧାରଣ ଲୁଣ କିମ୍ବା ସମୁଦ୍ରି ଲୁଣର ଉପଯୋଗ କରାଯାଏ ନାହିଁ । ଏହାଦ୍ବାରା ଆପଣଙ୍କର ରକ୍ତଚାପ ଜନିତ ସମସ୍ୟା ଦୂରେଇ ଯିବ । ଘରର କୌଣସି କୋଣରେ ସର୍ବଦା ଏକ କାଚ ପାତ୍ରରେ ଲୁଣ ଭରି ରଖିବା ଉଚିତ । ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ।
କେବେବି ଘରେ ପ୍ଲାଷ୍ଟିକ ଏବଂ ଷ୍ଟିଲ ପାତ୍ରରେ ଲୁଣ ରଖିବା ଉଚିତ ନୁହେଁ । କାରଣ ଏହା ଦୁର୍ଭାଗ୍ୟ ଆଣିଥାଏ ଏବଂ ଶୋକର କାରଣ ହୋଇପାରେ । କେବଳ କାଚ ପାତ୍ର କିମ୍ବା କାଚ ଡବାରେ ହିଁ ଘରେ ଲୁଣ ଭର୍ତ୍ତି କରି ରଖନ୍ତୁ । ଏପରି କରିବା ଦ୍ୱାରା ଘରୁ ନକରାତ୍ମକତା ଦୂରେଇ ଯାଏ । ଘରେ ଥିବା ସୂକ୍ଷ୍ମ କିଟାଣୁ ଦୂରେଇ ଯାଇଥାଏ । ଟଏଲେଟରେ ମଧ୍ୟ କ୍ରିସ୍ଟାଲ ଲୁଣ ଭର୍ତ୍ତି ଏକ ଡବା ରଖିବା ଉଚିତ ଏବଂ ତାହାକୁ ପ୍ରତି ୧୫ ଦିନରେ ଥରେ ବଦଳାଇବା ଉଚିତ । ଲୁଣକୁ କେବେ କାହାକୁ ହାତରୁ ହାତକୁ ଦେବା ଉଚିତ ନୁହେଁ । ବରଂ ଏହି କାମ ଚାମଚ ବ୍ୟବହାର କରି କରନ୍ତୁ । ଘରର ନକରାତ୍ମକତା ନାଶ ପାଇଁ ଭିନ୍ନ ଲୁଣ ମଧ୍ୟ ଆପଣ ବ୍ୟବହାର କରି ପାରିବେ । ନଚେତ ଏହା ଆପଣଙ୍କ ଦୁର୍ଭାଗ୍ୟ ବଢ଼ାଇ ଥାଏ । ଏହାସହିତ ପ୍ୟାକେଟ ହୋଇଥିଲେ ମଧ୍ୟ ତାହା ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସମ୍ବନ୍ଧ ଖରାପ ହୋଇଥାଏ ।
ଯଦି ଆପଣଙ୍କ ଘର ଉପରେ କୌଣସି ସମସ୍ୟା ରହିଛି ତେବେ କଳା ଲୁଣକୁ ଏକ ନାଲି କପଡ଼ାରେ ବାନ୍ଧି ଘରେ ଟାଙ୍ଗି ଦେବା ଉଚିତ । ତେବେ ଏହି ଉପାୟ କରି ଆପଣ ତାହାକୁ ନିଜ ଦୋକାନ , ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଟାଙ୍ଗି ପାରିବେ । ଏପରି କରିବା ଦ୍ୱାରା ନକରାତ୍ମକତା ନଷ୍ଟ ହେବା ସହିତ କୌଣସି ଶତ୍ରୁ ମଧ୍ୟ ଆପଣଙ୍କର କିଛି ବିଗାଡ଼ି ପାରିବେ ନାହିଁ । ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ଅଛି ତେବେ ଘରେ ରଖୁଥିବା ଲୁଣରେ କିଛି ଲବଙ୍ଗ ପକାଇ ରଖନ୍ତୁ । ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ ଏବଂ ଧନ ଲାଭ ହୋଇଥାଏ । ଏକ କାଚ ଗ୍ଲାସରେ ପାଣି ନେଇ ସେଥିରେ କିଛି ଲୁଣ ମିଶାଇ ଘରର ନୈରୁତ କୋଣରେ ରଖିବା ଉଚିତ । ଏହାଦ୍ୱାରା ଘରର ସମସ୍ୟା ଦୂର ହୋଇଯାଏ ।
ବଳକା ଲୁଣକୁ ୱାଶରୁମରେ ଫ୍ଲୋସ କରି ଦିଅନ୍ତୁ । ଯଦି ଦାରିଦ୍ର୍ୟତା ସମସ୍ୟା ଜନିତ ଭୟ ଅଛି ତେବେ ପ୍ରତ୍ୟେକ ସପ୍ତାହରେ ଥରେ ଘରେ ପୋଛା କରିବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ । କେବଳ ଗୁରୁବାରକୁ ଛାଡ଼ି ଅନ୍ୟ ଦିନ ମାନଙ୍କରେ ଆପଣ ଏହା କରି ପାରିବେ । ଏହାଦ୍ବାରା ଘରର ଆର୍ଥିକ ସ୍ଥିତି ସୁଧାରି ଯାଏ । ସାଧରଣତଃ ଛୋଟ ପିଲାଙ୍କ ନଜର ହଟାଇବା ପାଇଁ ବ୍ୟବହାର କରାଯାଉଛି । ଲୁଣ ରାଇ ର ସାତୋଟି ଦାନା ଏବଂ କିଛି ଶୁଖିଲା ନାଲି କଞ୍ଚା ଲଙ୍କା ନଜର ଲାଗିଥିବା ପିଲା କିମ୍ବା ବ୍ୟକ୍ତିଙ୍କ ଉପର ଦେଇ ନୁଳାଇ ଆଣନ୍ତୁ । ତାପରେ ଏହାକୁ ଜଳାଇ ଦେବା ଉଚିତ ।
ଯଦି ଆପଣଙ୍କୁ ଜୀବନରେ କୌଣସି ସନୟଟେ ଏକୁଟିଆ ଲାଗୁଛି ତେବେ ଦୁଇ ହାତରେ ଦୁଇ ମୁଠା ଲୁଣ ନେଇ ୨୭ ଥର ଓଁ ଓଁ ଉଚ୍ଚାରଣ କରନ୍ତୁ । ତାପରେ ହାତ ଖୋଲି ଲୁଣକୁ ପାଣିରେ ବୋହାଇ ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ । ଧ୍ୟାନ ରଖନ୍ତୁ ଯେପରି ଏଣେତେଣେ ଲୁଣକୁ ପକାଇବେ ନାହିଁ । ଏହାଦ୍ବାରା ମନକୁ ଶାନ୍ତି ମଧ୍ୟ ମିଳିବ । ଏପରି ଲାଗିବ ଯେପରି ଆପଣଙ୍କର ବହୁତ ବଡ଼ ବୋଝ ସେହି ଲୁଣ ସହିତ ଚାଲି ଯାଇଛି ।