ଶୁକ୍ରବାର ମହାଏକାଦଶୀ ଦିନ ଘରର କବାଟରେ ଫିଙ୍ଗି ଦିଅନ୍ତୁ ଏହି ଗୋଟିଏ ଜିନିଷ । ହୋଇଯିବେ କୋଟିପତି :-

ଶୁକ୍ରବାର ଦିନ ଏକାଦଶୀ ତିଥି ହେଲେ ଏହି ଦିନର ମହତ୍ତ୍ୱ ବଢ଼ିଯାଏ । କାରଣ ଏକାଦଶୀ ତିଥିର ସ୍ୱାମୀ ବିଷ୍ଣୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ସମର୍ପିତ ଅଟେ । ତେଣୁ ଏହିଦିନ ପୂଜାପାଠ କଲେ ଉଭୟ ଦେବାଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ଶୁକ୍ରବାର ଏବଂ ଏକାଦଶୀ ତିଥିରେ କିଛି କାମ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯିବ ଏବଂ ଅସୀମ ଧନପ୍ରାପ୍ତି ହେବ ।

ଯଦି ଆପଣଙ୍କ ପରିବାରରେ କୌଣସି ସମସ୍ୟା ଅଛି ତେବେ ଏହି ଶୁକ୍ରବାର ଦିନ ସକାଳୁ ଉଠି ଏକ ଶଙ୍ଖରେ ଜଳ ଭରି ଘରର ମୁଖ୍ୟ ଦ୍ୱାରରେ ତିନୋଟି ରେଖା ଟାଣି ଦିଅନ୍ତୁ । ଏହାପରେ ମୁଖ୍ୟ ଦ୍ୱାରରେ ପାଣି ପକାଇ ଝାଡୁ କରନ୍ତୁ । ପୁରା ଘରେ ହଳଦୀ କିମ୍ବା ଫିଟିକିରି ମିଶା ପାଣିରେ ପୋଛା ଲଗାନ୍ତୁ । ମୁଖ୍ୟ ଦ୍ୱାରରେ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ । ଯାହାଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ହେବା ସହିତ ଘରର ଅଶାନ୍ତି ଦୂରେଇ ଯାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ଉପାସନା ପୁରା ନିଷ୍ଠାର ସହିତ କଲେ ଘରେ ଆର୍ଥିକ ସମସ୍ୟା ଦୂରେଇ ଯାଏ । ଏହା ବ୍ୟତୀତ ଆମେ କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ତେବେ ଆର୍ଥିକ ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ । ଏହାବ୍ୟତୀତ ଜୀବନର ସବୁ ସମସ୍ୟା ମଧ୍ୟ ଶେଷ ହୋଇଯିବ ।

କନକଧାରାସ୍ତୋତ୍ର ପାଠ ଯଦି ତିନି ବର୍ଷ ପର୍ଯ୍ୟନ୍ତ କରାଯାଏ ତେବେ ଅମାପ ଧନ ପ୍ରାପ୍ତି ହୋଇଥାଏ । ଏହାଦ୍ବାରା ଧୀରେ ଧୀରେ ଜୀବନରେ ସୁଖ ପ୍ରାପ୍ତି ଏବଂ ଧନ ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ସୁଗନ୍ଧିତ ଗୋଲାପ ଅତର ମାତା ଲକ୍ଷ୍ମୀଙ୍କୁ ନିଶ୍ଚିତ ଅର୍ପିତ କରନ୍ତୁ । ପ୍ରଥମେ ତାହାକୁ ମାତାଙ୍କ ଚରଣରେ ସ୍ପର୍ଶ କରାଇ ନିଜ ହାତରେ ଲଗାନ୍ତୁ । ଏପରି କରିବା ଦ୍ୱାରା ଘର ସୁଖ ଶାନ୍ତିରେ ପୁରି ଉଠିବ ଏବଂ ଆର୍ଥିକ ସମସ୍ୟା ସବୁଦିନ ପାଇଁ ଗାଏବ ହୋଇଯିବ । ଦ୍ୱିତୀୟତଃ ଆପଣ ଏହି ଦିନ ମାତା ଲକ୍ଷ୍ମୀଙ୍କୁ ଧଳା ମିଠାଇ ଭୋଗ ଲଗାଇ ନିଜ ପରିବାର ସହିତ ମଧ୍ୟ ଖାଆନ୍ତୁ । କାରଣ ଧଳା ବସ୍ତୁ ମାତାଙ୍କର ସବୁଠାରୁ ଅଧିକ ପ୍ରିୟ ହୋଇଥାଏ ।

ମାତ୍ର ଭୋଗ ଲଗାଇବା ସମୟରେ ତୁଲାସୀ ପତ୍ର ଲଗାଇବା ଉଚିତ ନୁହେଁ । ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ କଳହ କରିବା ଉଚିତ ନୁହେଁ । କାରଣ ଏହିଦିନ ଝଗଡ଼ା ଆରମ୍ଭ ହେଲେ ତାହାର ସମାଧାନ ହେବ ନାହିଁ କିମ୍ବା ବିଳମ୍ବରେ ସମାଧାନ ହେବ । ଯଦି ଏହି ଶୁକ୍ରବାର ଦିନ ଏକ ନାଲି କପଡ଼ାରେ ଏକ ଲବଙ୍ଗ ବାନ୍ଧି ମାତା ଲକ୍ଷ୍ମୀଙ୍କ ଚରଣରେ ରଖନ୍ତି ଏବଂ ତାହାକୁ ନେଇ ଘରର ଧନ ଥିବା ସ୍ଥାନରେ ରଖି ଦିଅନ୍ତି ତେବେ ସବୁଦିନ ପାଇଁ ଧନ ସମସ୍ୟା ଦୂର ହୋଇଯାଏ । ଏହାବ୍ୟତୀତ ଯଦି ଆପଣ ଏହିଦିନ ଗୋଲାପ ପାଖୁଡ଼ା ସହିତ ଦୁଇଟି ଲବଙ୍ଗ ରଖି ଅର୍ପିତ କରନ୍ତି ଏବଂ ପରେ ସେହି ଲବଙ୍ଗକୁ ସେବନ କରନ୍ତି ତେବେ ଭାଗ୍ୟ ମଜବୁତ ହୋଇଥାଏ ଏବଂ ଜୀବନରେ ଖୁସି ଆସିଥାଏ ।

ଏହିଦିନ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ଚାଉଳ ଅର୍ପଣ କରୁଛନ୍ତି ତେବେ ଭଲ ଚାଉଳ ହିଁ ଅର୍ପଣ କରନ୍ତୁ । ଯେଉଁ ଘରେ ମହିଳାଙ୍କୁ ସମ୍ମାନ କରାଯାଏ ନାହିଁ ସେହି ଘରକୁ ମାତା ଲକ୍ଷ୍ମୀ ତ୍ୟାଗ କରି ଦିଅନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ମହିଳାଙ୍କୁ ସମ୍ମାନ ଦେବା ଉଚିତ । ଯଦି ଆପଣ ଶୁକ୍ରବାର ଦିନ ବାହାରକୁ କୌଣସି କାମରେ ଯାଉଛନ୍ତି ତେବେ ଦହି ଖାଇ ବାହାରନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ପୂର୍ଣ୍ଣ ହେବ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି ପ୍ରକାରର କଳହ ହେଉଛି ତେବେ ପରସ୍ପରକୁ ଧଳା ମିଠାଇ ଖୁଆନ୍ତୁ । ଯାହାଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । ଯଦି ଅଧିକ ସମସ୍ୟା ହେଉଛି ତେବେ ଶୁକ୍ରବାର ଦିନ ଏକ କାଚ ପାତ୍ରରେ ଲୁଣ ଭରି ନିଜ ବେଡ଼ ରୁମରେ ରଖି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *