ଅନେକ ସମୟରେ ଏପରି ହୋଇଥାଏ ଯେ ଆପଣଙ୍କ ଇଚ୍ଛା ମୁତାବକ କିଛିବି ହୋଇ ନଥାଏ । ଆପଣ ଭାବିଥାନ୍ତି କିଛି ମାତ୍ର ଆଉ କିଛି ହୋଇଥାଏ । ଆପଣ ଯାହାକୁ ନିଜର କରିବାକୁ ଚାହାଁନ୍ତି ତାହା କେବେ ହୋଇ ପାରେ ନାହିଁ । ଆପଣ ମାନେ ବୈବାହିକ ଜୀବନରେ ଥାଇ ପାରନ୍ତି କିମ୍ବା କୌଣସି ପ୍ରେମ ସମ୍ବନ୍ଧରେ ଥାଇ ପାରନ୍ତି । ଆଉ ଏହି ସବୁ ସମ୍ପର୍କରେ ଅନେକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।
ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଏହିସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ରିଲେଶନଶିପ ଠିକ ହୋଇଯିବ । ମାତ୍ର ଏହି ସବୁ ଉପାୟକୁ ଆପଣ ସକାଳୁ ସବୁ କାମ ଶେଷ କରିବା ପରେ ହିଁ କରନ୍ତୁ । ତେବେ ଏହି ଉପାୟକୁ ପୁରା ବିଶ୍ୱାସର ସହିତ ନିଶ୍ଚିତ କରିବା ଉଚିତ । କରିବା ସମୟରେ ମନର କୌଣସି ଚିନ୍ତା ସନ୍ଦେହ ଯେପରି ନରହେ । ତେବେ ମନେ ରଖନ୍ତୁ ଯେ ଏହି ଉପାୟ କରିବା ସମୟରେ ଆପଣ ସ୍ୱଚ୍ଛ ହୋଇ ହିଁ କରିବା ଉଚିତ ।
ତେବେ ଉପାୟକୁ କରିବା ପାଇଁ ଏକ ପାତ୍ର ନିଅନ୍ତୁ ଏବଂ ସେହି ପାତ୍ରରେ କିଛି ପାଣି ନେଇ ଗରମ କରନ୍ତୁ । ଗରମ କରିବାର କିଛି ସମୟ ପରେ ପାଣି ଫୁଟିବାକୁ ଲାଗିବ । ମନେ ରଖନ୍ତୁ ଯେ ଏହି ଉପାୟକୁ ଏକାକୀ କରନ୍ତୁ । ଏହି ଉପାୟ କରିବା ସମୟରେ ଯେପରି ଆଉ କେହି ଆପଣଙ୍କୁ ନଦେଖନ୍ତି । ତାପରେ ଏହି ଉପାୟକୁ କରିବା ପାଇଁ ଏକ ଲବଙ୍ଗ ନିଅନ୍ତୁ । ଲବଙ୍ଗକୁ ନିଜ ଡାହାଣ ହାତ ମୁଠାଟେ ରଖନ୍ତୁ । ଏହାପରେ ଏକ ମନ୍ତ୍ର ଶମେନ ଶମେନ …. ମମ ବଶ୍ୟମ କରୁ କରୋତି । ଏହି ଫାଙ୍କା ସ୍ଥାନରେ ଯେଉଁ ମଣିଷ ପାଇଁ କରୁଛନ୍ତି ସେହି ମଣିଷର ନାମ କୁହନ୍ତୁ । ଏପରି କରି ଆପଣ ଶତ୍ରୁକୁ ମଧ୍ୟ ନିଜ ବଶ କରି ପାରିବେ ।
ଏହି ବିଶେଷ ଉପାୟ ଦ୍ୱାରା ଆପଣ ନିଜର ଭଲ ପାଇବାକୁ ସବୁଦିନ ପାଇଁ ନିଜ ବଶ କରି ପାରିବେ । ଆପଣଙ୍କ ସମ୍ପର୍କ ମଧ୍ୟ ଭଲ ହେବ । ମାତ୍ର ଏହି ଉପାୟକୁ ଏକୁଟିଆ କରିବା ଆବଶ୍ୟକ ଯେମିତି ଏହାକୁ କେହି ନଦେଖନ୍ତି । ତିନି ଥର ମନ୍ତ୍ର ଜପ କରିବା ପରେ ଏକ ଦୀର୍ଘ ନିଶ୍ଵାସ ନିଅନ୍ତୁ ଏବଂ ଫୁଟୁଥିବା ପାଣିରେ ସେହି ଲବଙ୍ଗକୁ ରଖି ଦିଅନ୍ତୁ । ପାଣି ଥଣ୍ଡା ହେବା ପରେ ଲବଙ୍ଗକୁ ବାହାର କରି ଶୋଷି ନେବାପରେ ଲବଙ୍ଗକୁ ପକାଇ ଦିଅନ୍ତୁ ଏବଂ ସେହି ପାଣିକୁ ଗଛ ମୂଳରେ ଦିଅନ୍ତୁ ।