ଦାନ କରନ୍ତୁ ଏହି ସବୁ ଜିନିଷ । ଯେତେ ଦୁର୍ଭାଗ୍ୟ ହେଉ ସୌଭାଗ୍ୟରେ ପରିଣତ ହେବ

ଘରେ ଘଟୁଥିବା କିଛି ଛୋଟ ଘଟଣା ଅନୁଯାୟୀ ଆମକୁ ଭବିଷ୍ୟତର ସଙ୍କେତ ମିଳିଥାଏ । ତେଣୁ ଯଦି ସେହି ଛୋଟ ଛୋଟ ସଙ୍କେତ ବିଷୟରେ ଜଣା ପଡ଼ିଯାଏ ତେବେ ଆମେ ଭବିଷ୍ୟତ ବିଷୟରେ ଜାଣି ପାରିବା ଏବଂ ସମସ୍ୟାରୁ ବର୍ତ୍ତି ପାରିବା । ଜ୍ୟୋତିଷଙ୍କ ଅନୁସାରେ ଯଦି ଦାରିଦ୍ର୍ୟତା ଆସିବାର ସମୟ ଆସେ ତେବେ ଘରେ ଛୋଟ ଛୋଟ ସଙ୍କେତ ମିଳିଥାଏ । ଆଜିକାର ଏହି ଲେଖାରେ ଆମେ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଭାଗ୍ୟ ପ୍ରାପ୍ତି ହେବା ସହିତ ମାନ ସମ୍ମାନ ଏବଂ ଧନ ଲାଭ ମଧ୍ୟ ହେବ । ଶିବ ମହାପୁରାଣରେ କିଛି ଏପରି ବସ୍ତୁ ବର୍ଣ୍ଣିତ ଅଛି ଯାହାକୁ ଦାନ କଲେ କୌଣସି ବି ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯାଏ ।

ଅନେକ ସମୟରେ ମଣିଷ ଏପରି ସମସ୍ୟାର ଘେରି ଯାଏ ଯାହାକୁ ସେ ନା ନିଜେ ସହିପାରେ ନା ଆଉ କାହାକୁ କହିପାରେ । ତେଣୁ ମହାଦେବଙ୍କ ଆରାଧନା କଲେ ଏପରି ସବୁ ସମସ୍ୟା ଦୂର ହୋଇଯାଏ । ଶିବଲିଙ୍ଗ ଏପରି ଜିନିଷ ଯାହା ସାମ୍ନାରେ ବସି ଆପଣ ନିଜର ସମସ୍ୟା କହି ପାରିବେ । ସବୁଠାରୁ ବଡ଼ କଥା ହେଉଛି ବିଶ୍ୱାସ । ଯଦି ଆପଣ ଶିବଲିଙ୍ଗ ଉପରେ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଯିବ । ଶିବପୁରାଣରେ ଏପରି ୬ ଟି ବସ୍ତୁର ବର୍ଣ୍ଣନା କରାଯାଇଛି ଯାହାକୁ ଯଦି ଆପଣ ଦାନ କରନ୍ତି ତେବେ ଜୀବନର ସବୁ ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ । ମାତ୍ର କୌଣସିବି ଦାନ ନିଜ ଶକ୍ତି ଏବଂ ସାମ୍ୟର୍ଥ ଅନୁସାରେ ହିଁ କରିବା ଉଚିତ । ଶାସ୍ତ୍ର ଅନୁସାରେ ଯଦି ଆପଣ କିଛି ଦାନ କରନ୍ତି ତେବେ ତାହା ଅଧିକ ହୋଇ ଆପଣଙ୍କ ପାଖକୁ ଫେରି ଆସେ ।

୧ . ଲୁଣ :- ଯଦି ବ୍ୟକ୍ତି ଲୁଣର ଦାନ କରେ ତେବେ ସେ କୌଣସି ପ୍ରତ୍ୟକ୍ଷ କିମ୍ୱା ଅପ୍ରତ୍ୟକ୍ଷ କୌଣସି ବି ସମସ୍ୟାରେ ପୀଡ଼ିତ ହେଉଥାଏ ତାହା ଦୂର ହୋଇଯିବ । ତେଣୁ ସୋମବାର ଦିନ ଲୁଣ ଦାନ କଲେ ଏହି ଦୁର୍ଭାଗ୍ୟ ଦୂର ହୋଇଯିବ । ମାତ୍ର ନିଜ ହାତରେ କେବେବି ଲୁଣ ଦାନ କରନ୍ତୁ ନାହିଁ । ଗୋଟା ଲୁଣ ଯାହାକି ଗୋଲ ଆକାରର ହୋଇଥାଏ ତାହାକୁ ଦାନ କଲେ ଅତି ଉତ୍ତମ ହୋଇଥାଏ ।

୨ . ଗୁଡ଼ :- ଗୁଡ଼ ଦାନ କଲେ ସମ୍ପର୍କ ମଧୁର ହୁଏ । କୁହାଯାଇଛି ଯେ ଗୁଡ଼ ଯେପରି ମଧୁର ସେହିପରି ଏହାକୁ ଦାନ କଲେ ଉକ୍ତ ମଣିଷର ସମସ୍ତଙ୍କ ସହିତ ଭଲ ସମ୍ପର୍କ ଗଠନ ହୁଏ । ଏହାସହିତ ମହାଦେବଙ୍କ ଆରାଧନା ମଧ୍ୟ କରନ୍ତୁ । ସୋମବାର ଦିନ ମହାଦେବଙ୍କୁ ନିଶ୍ଚିତ ଭାବରେ ଗୁଡ଼ ଦାନ କରନ୍ତୁ । ଗୁଡ଼ ଏବଂ ରୋଟି ଗାଈକୁ ଖୁଆଇଲେ ମଧ୍ୟ ସମ୍ପର୍କରେ ମଧୁରତା ଆସେ । ଲକ୍ଷ୍ମୀ ପ୍ରାପ୍ତି ଅର୍ଥାତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୩ . ତିଳ :- ତିଳ ଦାନ କଲେ ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ । ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କୁ ଆତ୍ମବିଶ୍ବାସ ଗଢ଼ିବାରେ ସମସ୍ୟା ହେଉଛି ତେବେ ସୋମବାର ଦିନ କଳା ତିଳ ଦାନ କରନ୍ତୁ । ଦେଖିବେ ଆପଣଙ୍କ ଆତ୍ମବିଶ୍ୱାସ ଶିଖରରେ ପହଞ୍ଚିଯିବ । ଆପଣ ଚାହିଁଲେ ଶନିବାର ଦିନ ମଧ୍ୟ ଏହି ଦାନ କରି ପାରିବେ ।

୪ . ଘିଅ :- ଘିଅ ଦାନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ । ତେବେ ତାହା ଯେତେ ବଡ଼ ରୋଗ ହୋଇଥାଉ ନା କାହିଁକି । ତେଣୁ ଯଦି କୌଣସି ପିଲା ସର୍ଦ୍ଦି କିମ୍ବା ଅନ୍ୟ କୌଣସି ରୋଗରେ ପୀଡ଼ିତ ତେବେ ତା ହାତରେ ଘିଅ ସ୍ପର୍ଶ କରାଇ ଦାନ କରି ଦିଅନ୍ତୁ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଭଲ ହୋଇଯିବ । ଘିଅ ମଧ୍ୟରୁ ଗାଈ ଘିଅ ସବୁଠାରୁ ଅଧିକ ଉତ୍ତମ ଅଟେ । ମହାଦେବଙ୍କୁ ମଧ୍ୟ ଘିଅ ଚଢ଼ାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଭଲ ହୋଇଯିବ ଏବଂ ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ । ଆମେ ସମସ୍ତେ ଜାଣିଛୁ ଯେ ମଞ୍ଚାମୃତରେ ମହାଦେବଙ୍କ ଅଭିଷେକ କରାଯାଏ । ତା ମଧ୍ୟରେ ଘିଅ ମଧ୍ୟ ରହିଛି । ତେଣୁ ମହାଦେବଙ୍କୁ ଘିଅ ଚଢ଼ାଇଲେ ମହାଦେବ ସବୁ ମନସ୍କାମନା ପୂରଣ କରିବେ ।

୫ . ଶସ୍ୟ :- ଆପଣ ଚାହିଁଲେ ଅନ୍ନ ଦାନ କରି ପାରିବେ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଅନ୍ନ ଭଣ୍ଡାର କେବେ ଖାଲି ହୁଏନାହିଁ । ମାତା ଅନ୍ନପୂର୍ଣ୍ଣା ଶିବଙ୍କ ଅର୍ଦ୍ଧାଙ୍ଗିନୀ ଅଟନ୍ତି ଏବଂ ମାତା ଜଗଦମ୍ବାଙ୍କ ସ୍ୱରୂପ ଅଟନ୍ତି ତେଣୁ ତାଙ୍କୁ ଖୁସି କଲେ ଭଣ୍ଡାର କେବେ ଖାଲି ହେବ ନାହିଁ । ତେଣୁ ପ୍ରତ୍ୟେକ ଶନିବାର ନିଶ୍ଚିତ ଭାବରେ ଶସ୍ୟ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *