ମାତା ତୁଳସୀ ମାତା ଲକ୍ଷ୍ମୀଙ୍କ ଅବତାର ଅଟନ୍ତି । ତେଣୁ ଯେଉଁଠି ମାତା ତୁଳସୀ ରହନ୍ତି ସେଠାରେ ଶ୍ରୀହରି ମଧ୍ୟ ରହନ୍ତି । ତେଣୁ ତୁଳସୀ ଗଛରେ କିଛି ବିଶେଷ ନିୟମ କରାଯାଏ । ସେହି ନିୟମ ଅନୁସାରେ ଯଦି ଆପଣ ସକାଳ କିମ୍ୱା ସନ୍ଧ୍ୟା ସମୟରେ ତୁଳସୀ ଗଛ ସାମ୍ନାରେ ଗୋଟିଏ ମନ୍ତ୍ର କରି ଦିଅନ୍ତି ତେବେ ଜୀବନର ସବୁ ଦୁଃଖ ଦୁର୍ଦଶା ଦୂର ହୋଇଯିବ । ଏପରି କୁହାଯାଏ ଯେ ତୁଳସୀ ଆପଣଙ୍କ ଉପରକୁ ଆସିବାକୁ ଥିବା ସମସ୍ୟାକୁ ନିଜ ଉପରକୁ ନେଇଯାଏ । ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ ।
ମାତ୍ର ତୁଳସୀ ଗଛ ସହିତ ଜଡ଼ିତ କିଛି ଏପରି କଥା ଅଛି ଯାହାର ନିୟମ ପାଳନ କରିବା ଉଚିତ । ତୁଳସୀ ଗଛକୁ ଘରର ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ଭୁଲରେ ବି ଏହାକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ । ନଚେତ ଘର ଉପରକୁ ସମସ୍ୟା ଆସିବ । ମାତ୍ର ଯଦି ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବାରେ କୌଣସି ସମସ୍ୟା ଅଛି ତେବେ ପୂର୍ବ ଦିଗରେ ଲଗାନ୍ତୁ । ଏହାବ୍ୟତୀତ ତୁଳସୀ ସହିତ ଶାଳିଗ୍ରାମ ଭଗବାନଙ୍କୁ ନିଶ୍ଚିତ ରଖନ୍ତୁ ।
ପ୍ରତ୍ୟେକ ଦିନ ସକାଳୁ ସ୍ନାନ ପରେ ତୁଳସୀଙ୍କୁ ନିଶ୍ଚୟ ଜଳ ଅର୍ପଣ କରନ୍ତୁ । ଏହାବ୍ୟତୀତ ଯେତେବେଳେ ଆପଣ ଶ୍ରୀ ହରି , ଶ୍ରୀକୃଷ୍ଣ , ବାଳ ଗୋପାଳ କିମ୍ବା ହନୁମାନଙ୍କ ଆରାଧନା କରୁଛନ୍ତି ସେତେବେଳେ ଦୁଇଟି ତୁଳସୀ ପତ୍ର ନିଶ୍ଚିତ ଚଢ଼ାନ୍ତୁ । ନଚେତ ତୁଳସୀ ପତ୍ର ବିନା ଏହି ଦେବତା ମାନେ ଆପଣଙ୍କ ପ୍ରାର୍ଥନା ଗ୍ରହଣ କରିବେ ନାହିଁ । ଏମିତିରେ ତ ତୁଳସୀ ଅନେକ ରୋଗର ପ୍ରତିକାରକ ଭାବରେ ଉପଯୋଗ ହୋଇଥାଏ । ଛୋଟ ପିଲାଙ୍କୁ ତୁଳସୀର ଅର୍ଘ୍ୟ ମଧ୍ୟ ଦିଆଯାଏ । ଭଗବାନ ଶିବ ଏବଂ ଗଣେଶଙ୍କ ପୂଜାରେ ତୁଳସୀର ଉପଯୋଗ କରନ୍ତୁ ନାହିଁ ।
ତୁଳସୀଙ୍କ ପତିଙ୍କୁ ଶିବ ସଂହାର କରିଥିଲେ । ତେଣୁ ତୁଳସୀ ତାଙ୍କୁ ଅଭିଶାପ ଦେଇଥିଲେ । ଭଗବାନ ଗଣେଶ ମଧ୍ୟ ତୁଳସୀ ଗ୍ରହଣ କରନ୍ତି ନାହିଁ । କାରଣ ଭଗବାନ ଗଣେଶ ମଧ୍ୟ ଅଭିଶାପ ପାଇଥିଲେ । କିନ୍ତୁ ତୁଳସୀ ଦ୍ୱାରା ଘରର ଅନେକ ଦୋଷ ଦୂର ହୋଇଥାଏ । ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ତୁଳସୀର ବାସ୍ନା ଦ୍ୱାରା ଘରର ଆଖପାଖ ବାତାବରଣ ଶୁଦ୍ଧ ହୋଇଥାଏ । କେବଳ ଧ୍ୟାନ ଦିଅନ୍ତୁ ଯେପରି ତୁଳସୀ ଗଛ ଶୁଖି ନଯାଏ । ଯଦି ତୁଳସୀ ଗଛ ଶୁଖି ଯାଏ ତେବେ ତାହାକୁ କୌଣସି ନଦୀ କିମ୍ବା ଜଳାଶୟରେ ବିସର୍ଜନ କରି ଦିଅନ୍ତୁ ଏବଂ ନୂଆ ଗଛ ଲଗାନ୍ତୁ ।
ତୁଳସୀ ଗଛର ଖରାପ ପତ୍ରକୁ ମଧ୍ୟ ବାହାର କରି ଦିଅନ୍ତୁ । ତୁଳସୀ ପତ୍ରକୁ ରବିବାର , ଏକାଦଶୀ , ସୂର୍ଯ୍ୟ ଗ୍ରହଣ , ଚନ୍ଦ୍ର ଗ୍ରହଣ ଏବଂ ଅମାବାସ୍ୟା ଦିନ ଛିଡାନ୍ତୁ ନାହିଁ । ଏବଂ ଦ୍ଵାଦଶୀ ଦିନ ତୁଳସୀ ପତ୍ର ଛିଡ଼ାଇଲେ ଭଗବାନ ଶ୍ରୀହରିଙ୍କୁ କଷ୍ଟ ଅନୁଭୂତ ହୋଇଥାଏ । ତୁଳସୀ ଗଛର ମଞ୍ଜିକୁ ଛିଡ଼ାଇ ଶ୍ରୀହରିଙ୍କ ଚରଣରେ ରଖିଲେ ଭଗବାନ ଖୁବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇଯାଏ । ବିନା କାରଣରେ ତୁଳସୀ ପତ୍ର ଛିଡାଇବା ଆଦୌ ଭଲ ହୋଇ ନଥାଏ ।
ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇବା ପାଇଁ ତୁଳସୀର ଏକ ମନ୍ତ୍ର ନିଶ୍ଚିତ ଜପ କରିବା ଉଚିତ । ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ” ମହା ପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧିନି ଆଧି ବ୍ୟାଧି ହରାନ୍ବିତମ ତୁଲସୀତୁମ ସମସ୍ତୁତେ । ” ଏହି ମନ୍ତ୍ର ଜପ କରିବା ଦ୍ୱାରା ଉନ୍ନତିର ନୂଆ ମାର୍ଗ ଖୋଲିଯାଏ । ରୋଜଗାରର ଏକାଧିକ ମାର୍ଗ ପ୍ରାପ୍ତ ହୁଏ । ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ଏବଂ ଧନରେ ଅବିବୃଦ୍ଧି ହୁଏ । ଏହାବ୍ୟତୀତ ଯଦି ଆପଣ ଭଗବାନ ଶ୍ରୀହରିଙ୍କୁ ତୁଳସୀରେ ଚନ୍ଦନ ଲଗାଇ ଅର୍ପିତ କରନ୍ତି ତେବେ ଭଗବାନ ଶ୍ରୀହରି ଖୁବ ପ୍ରସନ୍ନ ହୁଅନ୍ତି ।