ଶାସ୍ତ୍ର ଅନୁଯାୟୀ ପାଦର ଲମ୍ବା ଆଙ୍ଗୁଠିର ରହସ୍ୟ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଆମ ପାଦରେ ପ୍ରାୟ ସବୁ ଆଙ୍ଗୁଠି ସମାନ ହୋଇଥାଏ । କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଦର ଆଙ୍ଗୁଠି ସାଧାରଣ ଠାରୁ ଅଧିକ ଲମ୍ବା ହୋଇଥାଏ । କେତେବେଳେ ଆଙ୍ଗୁଠି ପାଦ ଠାରୁ ବଡ଼ ତ କେତେବେଳେ ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଆଙ୍ଗୁଠି ବଡ଼ ସାନ ହେବାର ଅନେକ ରହସ୍ୟ ରହିଛି । ଶାସ୍ତ୍ର ଅନୁଯାୟୀ ଶରୀରର ପ୍ରତ୍ୟେକ ଅଙ୍ଗହିଁ ମଣିଷ ବିଷୟରେ ଅନେକ କିଛି ରହସ୍ୟ କହିଥାଏ । ଯାହାଦ୍ୱାରା ମଣିଷର ବ୍ୟକ୍ତିତ୍ୱ , ସ୍ୱଭାବ ବିଷୟରେ ମଧ୍ୟ ଜାଣିହୁଏ ।

ତେଣୁ ବ୍ୟକ୍ତିର ଅଙ୍ଗକୁ ଦେଖି ବ୍ୟକ୍ତି ବିଷୟରେ କହିବାକୁ ସମୁଦ୍ର ଶାସ୍ତ୍ର ବୋଲି କୁହାଯାଏ । ସମୁଦ୍ରି ବିଦ୍ୟାର ଅଧ୍ୟୟନ କଲେ କୌଣସି ବି ବ୍ୟକ୍ତି ମଣିଷର ଅଙ୍ଗ ଦେଖି ମଣିଷ ବିଷୟରେ ସବୁକିଛି କହି ପାରିବ । ଏହାବ୍ୟତୀତ ମଣିଷ ଜୀବନ ସହିତ ଜଡ଼ିତ ରହସ୍ୟ ବିଷୟରେ , ଆଚାର ବିଚାର , କର୍ମକ୍ଷେତ୍ର ବିଷୟରେ ମଧ୍ୟ ସମୁଦ୍ର ଶାସ୍ତ୍ର ଦ୍ୱାରା ସହଜରେ ଜାଣି ହୁଏ । ତେଣୁ ଚାଲନ୍ତୁ ଜାଣିନେବା ପାଦର ଲମ୍ବା ଆଙ୍ଗୁଠିର ରହସ୍ୟ ବିଷୟରେ । ଯାହା ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

୧ . ଯେଉଁ ଲୋକଙ୍କ ପାଦର ବୃଦ୍ଧା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ବଡ଼ ହୋଇଥାଏ ସେମାନେ ଖୁବ କ୍ରିଏଟିଭ ସ୍ୱଭାବର ହୋଇଥାନ୍ତି ଏବଂ କିଛି କରିବାର ସାମ୍ୟର୍ଥ ରଖନ୍ତି । ଏମାନେ ବିଶେଷ କରି ମାନସିକ କ୍ଷେତ୍ରରେ ଖୁବ ଶକ୍ତିଶାଳୀ ହୋଇଥାନ୍ତି । କିନ୍ତୁ ଏମାନେ ଶାରୀରିକ କ୍ଷେତ୍ରରେ ଦୁର୍ବଳ ହୋଇ ପାରନ୍ତି । କୌଣସିବି କାମକୁ ପୁରା କରିବାକୁ ପୁରା ଶକ୍ତି ସାମ୍ୟର୍ଥ ଲଗାଇ ଦିଅନ୍ତି । ଏମାନେ ସବୁ କାମକୁ ବୁଝିସୁଝି ବେଶ ଭଲ ଭାବରେ କରି ପାରନ୍ତି ।

୨ . ବୃଦ୍ଧା ଆଙ୍ଗୁଠିର ପାଖରେ ଥିବା ଆଙ୍ଗୁଠି ଯାହାର ଛୋଟ ଥାଏ ସେମାନେ ସର୍ବଦା ଖୁସି ରହନ୍ତି କିମ୍ବା ସର୍ବଦା ଖୁସିରେ ରହିବାର ପ୍ରୟାସ କରନ୍ତି ।

୩ . ଯଦି ବୃଦ୍ଧା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ତାସହ ସମାନ ଏବଂ ଅନ୍ୟ ଆଙ୍ଗୁଠି ସାନ ହୋଇଥାଏ ତେବେ ସେହି ବ୍ୟକ୍ତି ମାନେ ଦୁନିଆରେ ନୁଜ ପରିଶ୍ରମ ବଳରେ ହିଁ ଜଣା ଯାଆନ୍ତି । ଏହିବ୍ୟକ୍ତି ମାନେ ଲଢ଼େଇ ଝଗଡ଼ା ଠାରୁ ଖୁବ ଦୂରରେ ରହନ୍ତି ।

୪ . ଯେଉଁ ବ୍ୟକ୍ତିର ପାଦର ଆଙ୍ଗୁଠି ବୃଦ୍ଧା ଆଙ୍ଗୁଠି ଠାରୁ ଯଥାକ୍ରରେ ସାନ ହୋଇ ଯାଏ ସେମାନେ ସର୍ବଦା ନିଜ ଶ୍ରେଷ୍ଠତା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି । ଏମାନେ ସର୍ବଦା ନିଜ ଅଧିକାର ବିଷୟରେ କହନ୍ତି । ସେମାନେ ସବୁବେଳେ ଏହା ଭାବନ୍ତି ଯେ ସେମାନେ ଯାହା କରନ୍ତି ଏବଂ ଯାହା ଭାବନ୍ତି ତାହା ହିଁ ଠିକ । ଏହାବ୍ୟତୀତ ସେମାନେ ଚାହାଁନ୍ତି ଯେ ସେମାନେ ଯାହା ଗ୍ରହଣ କରିଛନ୍ତି ଅନ୍ୟ ଲୋକ ବି ତାହାକୁ ହିଁ ଗ୍ରହଣ କରନ୍ତୁ । ଯଦି ସମାଜ କିମ୍ବା ଘର ପରିବାରର କୌଣସି ବ୍ୟକ୍ତି ତାଙ୍କ କଥା ଗ୍ରହଣ ନକରନ୍ତି କିମ୍ବା ତାଙ୍କ ଇଚ୍ଛା ଦିଗରେ ନରହନ୍ତି ତେବେ ସେମାନଙ୍କୁ ବହୁତ କ୍ରୋଧ ଆସିଥାଏ । ଯାହାଦ୍ୱାରା ଏମାନେ ଖୁବ କ୍ରୋଧିତ ମଧ୍ୟ ହୁଅନ୍ତି ।

Leave a Reply

Your email address will not be published. Required fields are marked *