ସିନ୍ଥିରେ ଏପରି ସିନ୍ଦୁର ଲଗାଇଲେ ରୁସ୍ଟ ହୁଅନ୍ତି ଲକ୍ଷ୍ମୀ ଏବଂ ଭାଙ୍ଗିଯାଏ ସମ୍ପର୍କ

ଆମ ହିନ୍ଦୁ ଧର୍ମରେ ଅନେକ ପରମ୍ପରା ରୀତିନୀତି ରହିଛି ଯାହାକି ଶାସ୍ତ୍ରୀୟ , ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ । ହିନ୍ଦୁ ଧର୍ମରେ ଷୋହଳ ସଂସ୍କାରର ମଧ୍ୟ ବର୍ଣ୍ଣନା କରାଯାଇଛି । ଯାହା ମନୁଷ୍ୟ ଜୀବନର ମହତ୍ତ୍ୱକୁ ଦର୍ଶାଇ ଥାଏ । ତାହାମଧ୍ୟରୁ ଅନ୍ୟତମ ହେଉଛି ବିବାହ । ବିବାହ ଏପରି ଏକ ସଂସ୍କାର ଅଟେ ଯାହାକୁ ଜନ୍ମ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଅନୁଯାୟୀ ସ୍ତ୍ରୀ ଘରର ଲକ୍ଷ୍ମୀ ଅଟେ । ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ ଜଣେ ବିବାହିତ ସ୍ତ୍ରୀର କର୍ମ ଦ୍ୱାରା ହିଁ ତାର ସ୍ୱାମୀର ଉଦ୍ଧାର ହୋଇଥାଏ ।

ଜଣେ ଝିଅ ବିବାହ ପରେ ବିବାହିତା ମହିଳା ହୋଇଯାଏ ଏବଂ ତାର ସାଜସଜ୍ଜାରେ ଷୋହଳ ଶୃଙ୍ଗାର ତାକୁ ଆହୁରି ସୁନ୍ଦର କରି ଗଢ଼ି ତୋଳନ୍ତି । ତାହାମଧ୍ୟରୁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସିନ୍ଦୂର । ଯାହାକୁ ବିବାହିତା ନାରୀର ପରିଚୟ ବୋଲି ମାନାଯାଏ । ପୌରାଣିକ କଥା ଅନୁଯାୟୀ ମଧ୍ୟ ସାବିତ୍ରୀ ନିଜ ମୁଣ୍ଡରେ ସିନ୍ଦୁର ଲଗାଇ ପ୍ରତିଜ୍ଞା କରିଥିଲେ ଯେ ସେ ଯମରାଜଙ୍କୁ ମଧ୍ୟ ନିଜ ସ୍ୱାମୀଙ୍କ ଜୀବନ ନେବାକୁ ଦେବେ ନାହିଁ । ତାପରେ ସେ ନିଜର ପ୍ରାର୍ଥନାର ଶକ୍ତି ଦ୍ୱାରା ନିଜ ମୃତ ସ୍ୱାମୀକୁ ମଧ୍ୟ ଜୀବିତ କରିଥିଲେ । ତେଣୁ କୁହାଯାଏ ଯେ ଯେଉଁ ସ୍ତ୍ରୀ ପୁରା ରୀତିନୀତି ଅନୁଯାୟୀ ନିଜ ସିନ୍ଥିରେ ସିନ୍ଦୁର ଲଗାଏ ତେବେ ତାର ସ୍ୱାମୀଙ୍କୁ ମା ଗୌରୀ ଦିର୍ଘାୟୁ ବର ଦିଅନ୍ତି ।

କିନ୍ତୁ ଆଜିକା ଯୁଗରେ ଫ୍ୟାସନ କାରଣରୁ ମହିଳା ମାନେ ସିନ୍ଦୁର ଲଗାଇବା ଛାଡ଼ି ସାରିଲେଣି । କିନ୍ତୁ ଏଥିରୁ ମିଳୁଥିବା ଅନ୍ୟ ବୈଜ୍ଞାନିକ ଫାଇଦା ବିଷୟରେ ସେମାନଙ୍କୁ ଜଣା ନାହିଁ । ଏସବୁ ବ୍ୟତୀତ ଶାସ୍ତ୍ରରେ ସିନ୍ଦୁର ଲଗାଇବାର କିଛି ସ୍ୱତନ୍ତ୍ର ବିଧି ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାର ପାଳନ ପ୍ରତ୍ୟେକ ମହିଳା କରିବା ଉଚିତ । ଭୁଲ ଉପାୟରେ ସିନ୍ଦୁର ଲଗାଇଲେ ତାହାର ପରିଣାମ ତାକୁ ତାର ସ୍ୱାମୀକୁ ଭୋଗିବାକୁ ପଡ଼ିଥାଏ । ତେଣୁ ସିନ୍ଦୁର ଲଗାଇବା ସମୟରେ କିଛି କଥାର ବିଶେଷ ଧ୍ୟାନ ରଖନ୍ତୁ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ବିବାହିତା ନାରୀ ମାନେ ସଜବାଜ ହେବାପାଇଁ ସିନ୍ଦୁରକୁ କେତେବେଳେ ତେରଛା କିମ୍ବା ସିନ୍ଥିର ଆଖପାଖରେ ଲଗାଇ ଦିଅନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ସିନ୍ଦୁରକୁ ସର୍ବଦା ସିନ୍ଥିର ମଝାମଝିରେ ଲଗାଇବା ଉଚିତ । କିନ୍ତୁ ଯଦି ଆପଣ ସିନ୍ଥିରେ ନଲଗାଇ ଏଣେ ତେଣେ ତେରଛା ଭାବରେ ଲଗାନ୍ତି ତେବେ ଆପଣଙ୍କ ସ୍ୱାମୀଙ୍କ ଭାଗ୍ୟ ମଧ୍ୟ ସେହି ଦିଗରେ ଗତି କରିବାରେ ଲାଗିଥାଏ । ତେଣୁ ସିନ୍ଦୁରକୁ ସବୁବେଳେ ସିନ୍ଥିର ମଝିରେ ଲଗାଇବା ଉଚିତ । ଏହାଦ୍ବାରା ସ୍ୱାମୀଙ୍କ ଭାଗ୍ୟ ଭଲ ହେବା ସହିତ ସିନ୍ଦୁରରୁ ବାହାରୁଥିବା ଶକ୍ତି କାରଣରୁ ଆପଣଙ୍କ ମସ୍ତିଷ୍କ ମଧ୍ୟ ଶାନ୍ତ ରହେ । ଏହାଦ୍ବାରା ଖରାପ ବିଚାର ଆସେ ନାହିଁ ।

୨ . ଅନେକ ମହିଳା ସିନ୍ଦୁର ଲଗାଇ ତାହାକୁ ଓଢଣାରେ ଲୁଚାଇ ଦିଅନ୍ତି । ଏପରି ଭୁଲ ମନ୍ଦିର ଯିବା ସମୟରେ କିମ୍ବା ବଡ଼ ମାନଙ୍କ ଆଶୀର୍ବାଦ ନେବା ସମୟରେ ଭୁଲରେ ବି କରନ୍ତୁ ନାହିଁ । ଯଦି ଆପଣ ସିନ୍ଦୁର ଲୁଚାଇ ଦେବୀ ଦେବତାଙ୍କ ଆଶୀର୍ବାଦ ନିଅନ୍ତି କିମ୍ବା ବଡ଼ ମାନଙ୍କ ଆଶୀର୍ବାଦ ନିଅନ୍ତି ତେବେ ଏହାର ପୁଣ୍ୟ ଆପଣଙ୍କ ସ୍ୱାମୀଙ୍କୁ ପ୍ରାପ୍ତ ହୁଏ ନାହିଁ । ସିନ୍ଦୁରର ରଙ୍ଗ ଗାଢ଼ ନାଲି ହୋଇଥାଏ ଯାହାଦ୍ୱାରା ମାତା ଗୌରୀଙ୍କ ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିଥାଏ । ଯଦି ଆପଣ ସିନ୍ଦୁର ଲୁଚାଇ ରଖନ୍ତି ତେବେ ସିନ୍ଦୁର ଲଗାଇବାର କୌଣସି ମହତ୍ତ୍ୱ ରହେ ନାହିଁ । ସିନ୍ଦୁରକୁ ସର୍ବଦା ନିଜ ସିନ୍ଥିରେ ପୂର୍ଣ୍ଣ ଶ୍ରଦ୍ଧା ଏବଂ ଗର୍ବରେ ଲଗାନ୍ତୁ ଏବଂ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା ଏବଂ ଦୀର୍ଘ ଆୟୁ କାମନା ନିଶ୍ଚୟ କରନ୍ତୁ ।

୩ . ପୂର୍ବରୁ ମହିଳା ମାନେ ସେମିତି ସିନ୍ଦୁର ଲଗାଉଥିଲେ ଏପରି ଲାଗୁଥିଲା ଯେପରି ତାଙ୍କ ମସ୍ତକ ନାଲି ଚାଦରରେ ଘୋଡେ଼ଇ ହୋଇ ରହିଛି । ସିନ୍ଦୁର ଲଗାଇଥିବା ସ୍ତ୍ରୀକୁ ସମ୍ମାନ ଦୃଷ୍ଟିରେ ଦେଖାଯାଉଥିଲା । ଏବଂ କେହିବି ମଣିଷ ଏପରି ପତିବ୍ରତା ଏବଂ ସଂସ୍କାରି ସ୍ତ୍ରୀ ଉପରେ ନଜର ପକାଇବାକୁ ସାହସ କରୁ ନଥିଲେ । ସିନ୍ଦୁର ଲଗାଇଥିବା ସ୍ତ୍ରୀ ଉପରେ ଭୂତ ପିଶାଚ ଭଳି ଦୁଷ୍ଟ ଶକ୍ତି ମଧ୍ୟ ଦୂରେଇ ଯାଇଥାଏ । ଏହାଛଡ଼ା ସିନ୍ଦୁରକୁ ସ୍ତ୍ରୀ ମାନଙ୍କର ରକ୍ଷା କବଚ ମଧ୍ୟ ମାନା ଯାଏ । ଶାସ୍ତ୍ର ଅନୁସାରେ ସିନ୍ଦୁର ସିନ୍ଥିରେ ଯେତେ ଦୀର୍ଘ ଟଣା ଯାଇଥାଏ ସ୍ୱାମୀର ଆୟୁଷ ସେତେ ଦୀର୍ଘ ହୋଇଥାଏ ।

୪ . ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ଦ୍ୱାରା ନିଜ ସିନ୍ଥି ଭରିଥାଏ ତାହା ତାଙ୍କ ପାଇଁ ଆଦୌ ଶୁଭ ହୋଇ ନଥାଏ । ସ୍ୱାମୀ ଯେତେବେଳେ ବିବାହ ସମୟରେ ସିନ୍ଥିରେ ସିନ୍ଦୁର ଦିଅନ୍ତି ସେତେବେଳେ ସେ ପୂର୍ଣ୍ଣ ଭାବରେ ବିବାହ ସହ ଯୋଡ଼ି ଯାଆନ୍ତି । କାରଣ ସେତେବେଳେ ଅନେକ ମନ୍ତ୍ର ଉଚ୍ଚାରଣ ଏବଂ ସ୍ବୟଂ ଦେବତା ସେଠାରେ ଉପସ୍ଥିତ ହୁଅନ୍ତି । ତେଣୁ ଏପରି କୁହାଯାଏ ଯେ ଯେତେବେଳେ ଆପଣ କୌଣସି ଯଜ୍ଞ କିମ୍ବା ପୂଜା ପାଇଁ ଯାଉଛନ୍ତି ତେବେ ତା ପୂର୍ବରୁ ହିଁ ସ୍ୱାମୀଙ୍କ ଦ୍ୱାରା ନିଜ ସିନ୍ଥିରେ ସିନ୍ଦୁର ଭରନ୍ତୁ । ମାତ୍ର ବାକି ଦିନ ମାନଙ୍କରେ ଆଦୌ ନୁହେଁ ।

୫ . ସିନ୍ଦୁରକୁ ଲଗାଇବାର ଉପଯୁକ୍ତ ସମୟ ମଧ୍ୟ ରହିଛି । ପ୍ରାତଃ ସମୟରେ ସ୍ନାନ କରି ସାରି ପବିତ୍ର ହୋଇଯିବା ପରେ ହିଁ ସିନ୍ଦୁର ଲଗାଇ ପୂଜାଘରେ ପ୍ରବେଶ କରିବା ଉଚିତ । ଅନେକ ସମୟରେ ଏପରି ଦେଖାଯାଇଥାଏ ଯେ ସ୍ତ୍ରୀ ମାନେ ପୂଜାଘରେ ରଖାଯାଇଥିବା ସିନ୍ଦୁର ହିଁ ବ୍ୟବହାର କରନ୍ତି । କିନ୍ତୁ ଏପରି କରିବା ଆଦୌ ଶୁଭ ହୋଇ ନଥାଏ । ଆପଣଙ୍କୁ ଆପଣଙ୍କ ସିନ୍ଦୁର ଅଲଗା ରଖିବା ଉଚିତ ।

Leave a Reply

Your email address will not be published. Required fields are marked *