ଘର ମନ୍ଦିରରୁ ଏହି ଜିନିଷ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ସମ୍ପୂର୍ଣ୍ଣ ବର୍ବାଦ ହୋଇଯିବେ

ଘରର ପୂଜାଘର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇଥାଏ । ଘରର ସୁଖ ଶାନ୍ତି ସବୁକିଛି ସମୃଦ୍ଧି ସବୁକିଛି ପୂଜା ଘର ଉପରେ ନିର୍ଭର କରେ । ଘରେ ହେଉଥିବା ସମସ୍ୟା ପୂଜା ଘରର କିଛି ଭୁଲ ବିଧି କାରଣରୁ ହିଁ ହୋଇଥାଏ । ଆପଣ ମାନେ ପୂଜା ଘରେ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ରଖୁଥିବେ । କିନ୍ତୁ ଅନେକ ସମୟରେ କିଛି ଏପରି ଭୁଲ କରନ୍ତି ଯାହାଦ୍ୱାରା ଆପଣଙ୍କ ଘରର ସୁଖ ସମୃଦ୍ଧି ଉପରେ ପ୍ରଭାବ ପଡିଥାଏ ଏବଂ ଦାରିଦ୍ର୍ୟତାର କାରଣ ହୋଇଥାଏ । ତେଣୁ ଚାଲନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହିସବୁ ଭୁଲ ବିଷୟରେ କହିବୁ । ଆଉ ପୂଜାଘରେ କେଉଁ ମୂର୍ତ୍ତୀ ସହ କେଉଁ ମୂର୍ତ୍ତି ରଖିଲେ ଦୁଃଖ ଦୂରେଇ ଯାଏ ତାହା ମଧ୍ୟ କହିବୁ ।

୧ . ଶ୍ରୀକୃଷ୍ଣ ଏବଂ ରାଧା :-

ଯଦି ଆପଣ ପୂଜାଘରେ କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ତାହା ଭଲ ମାତ୍ର ଶ୍ରୀକୃଷ୍ଣଙ୍କ ସହିତ ଶ୍ରୀରାଧାଙ୍କର ଯୁଗଳ ମୂର୍ତ୍ତି ରଖନ୍ତି କିମ୍ବା ଫୋଟ ରଖନ୍ତି ତେବେ ପରିବାର ଉପରେ ଭଲ ପ୍ରଭାବ ପଡ଼ିଥାଏ । ପରିବାରରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ ଏବଂ ଘରୁ ସବୁ କ୍ଳେଶ ଦୂର ହୋଇଯାଏ । ଘରେ ସୁଖ ସମୃଦ୍ଧି ବଢ଼ିଥାଏ ।

୨ . ନାରାୟଣଙ୍କ ସହିତ ଲକ୍ଷ୍ମୀ :-

ଆପଣ ମାନେ ନିଶ୍ଚିତ ଭାବରେ ଘରେ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫୋଟ ରଖିଥିବେ ।ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ । ମାତ୍ର ଯଦି ଆପଣ ନାରାୟଣଙ୍କ ମୂର୍ତ୍ତି ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତି ତେବେ ଘରକୁ ସୁଖ ସମୃଦ୍ଧି ଆସିବା ସହ ଅଗାଧ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ତେଣୁ ଉଭୟ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ପୂଜାଘରେ ରଖିବା ଉଚିତ ।

୩ . ଲକ୍ଷ୍ମୀ ଏବଂ ଗଣେଶ :-

ଯଦି ଆପଣ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ତାହାର ବାମ ପଟେ ଭଗବାନ ଶ୍ରୀଗଣେଶ ଏବଂ ଭଗବାନ ସ୍ତ୍ରୀ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବା ଉଚିତ । କାରଣ ଯେଉଁଠି ମାତା ଲକ୍ଷ୍ମୀ ଧନ ଦିଅନ୍ତି ସେଠାରେ ଶ୍ରୀ ଗଣେଶ ବୃଦ୍ଧି ସିଦ୍ଧି ଏବଂ ଜ୍ଞାନ ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ କେବେବି ଧନର ଅଭାବ ଘରେ ପରିଲକ୍ଷିତ ହୁଏ ନାହିଁ ।

୪ . ଭଗବାନ ରାମଙ୍କ ମୂର୍ତ୍ତି ଏବଂ ହନୁମାନଙ୍କ ମୂର୍ତ୍ତି :-

ପୂଜା ଘରେ ଆପଣ ଚାହିଁଲେ କେବଳ ହନୁମାନଙ୍କ ମୂର୍ତ୍ତି ରଖି ପାରିବେ । ମାତ୍ର ଯଦି ଆପଣ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ସାଥୀରୀ ହନୁମାନଙ୍କ ମୂର୍ତ୍ତ ରଖନ୍ତୁ । ଏହାଦ୍ବାରା ଉଭୟ ରାମଚନ୍ଦ୍ର ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।

୫ . ତ୍ରିଦେବଙ୍କ ମୂର୍ତ୍ତି :-

ତ୍ରିଦେବ ହେଉଛନ୍ତି ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର । ସୃଷ୍ଟିର ନିର୍ମାଣ ଏବଂ ପରିଚାଳନା ପାଇଁ ଏହି ତ୍ରିଦେବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ତ୍ରିଦେବଙ୍କ ମିଳିତ ଆଶୀର୍ବାଦ ପାଇବା ପାଇଁ ପୂଜାଘରେ ତ୍ରିଦେବଙ୍କ ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ତ୍ରିଦେବଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ରହିବା ସହିତ ସବୁ ପ୍ରକାର ବାଧା ବିଘ୍ନ ମଧ୍ୟ ଦୂରେଇ ଯାଏ ।

କେଉଁ ମୂର୍ତ୍ତି ସ୍ଥାପନ କରିବା ଉଚିତ ନୁହେଁ :-

୧ . ଅଯୁଗ୍ମ ସଂଖ୍ୟକ ଗଣେଶ ମୂର୍ତ୍ତି :-

ଯଦି ଆପଣ ପୂଜାଘରେ ଗଣେଶ ମୂର୍ତ୍ତି ରଖୁଛନ୍ତି ତେବେ ଯୁଗ୍ମ ସଂଖ୍ୟକ ଅର୍ଥାତ ୨ , ୪ କିମ୍ବା ଅଧିକ ରଖି ପାରନ୍ତି । ମାତ୍ର ୩ କିମ୍ବା ୫ ଭଳି ଆଯୁଗ୍ମ ସଂଖ୍ୟକ ମୂର୍ତ୍ତି ରଖିବା ଅଶୁଭ ହୋଇଥାଏ । ଏସବୁ ବ୍ୟତୀତ ଗଣେଶ ମୂର୍ତ୍ତିକୁ ରଖିବାର ଉପଯୁକ୍ତ ସ୍ଥାନ ମଧ୍ୟ ରହିଛି । ମନେ ରଖିବେ ଗଣେଶ ମୂର୍ତ୍ତିକୁ ମୁଖ୍ୟଦ୍ୱାର ଦିଗରେ ରଖି ପୂଜା କରିବା ଅତ୍ୟନ୍ତ ଉତ୍ତମ ହୋଇଥାଏ ।

୨ . ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ :-

ପୂଜାଘରେ ଆପଣ ମାନେ ନିଶ୍ଚିତ ଭାବରେ ଶିବଙ୍କ ଫୋଟ ରଖି ପୂଜା କରୁଥିବେ । କିନ୍ତୁ ଭୁଲରେବି ଶିବଲିଙ୍ଗ ରଖନ୍ତୁ ନାହିଁ । ମାତ୍ର ଯଦିବି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ବୃଦ୍ଧା ଆଙ୍ଗୁଠି ଠାରୁ ବଡ଼ ଆକାରର ଶିବଲିଙ୍ଗ ରଖନ୍ତୁ ନାହିଁ । ନଚେତ ଘରକୁ ସମସ୍ୟା ଆସିଥାଏ । ଏହାବ୍ୟତୀତ ଶିବଲିଙ୍ଗ ଉପରେ ଭୁଲରେ ବି ତୁଳସୀ ପତ୍ର ଦିଅନ୍ତୁ ନାହିଁ ।

୩ . ବସିଥିବା ହନୁମାନ ମୂର୍ତ୍ତି :-

ଯଦି ଆପଣ ଘରେ ହନୁମାନ ମୂର୍ତ୍ତି ରଖୁଛନ୍ତି ତେବେ କେବଳ ବସିଥିବା ହନୁମାନ ମୂର୍ତ୍ତି ରଖନ୍ତୁ । ଏହାବ୍ୟତୀତ ଛୋଟ ଆକାରର ମୂର୍ତ୍ତି ହିଁ ରଖନ୍ତୁ । ବିବାହିତ ଦମ୍ପତ୍ତି ଭୁଲରେ ବି ନିଜ ରୁମରେ ହନୁମାନଙ୍କ ଫୋଟ ରଖିବା ଉଚିତ ନୁହେଁ ନଚେତ ବୌବହିକ ଜୀବନରେ ସମସ୍ୟା ଆସିବାର ସମ୍ଭାବନା ରହିଛି ।

୪ . ମାତା ଦୁର୍ଗାଙ୍କ କ୍ରୋଧିତ ମୂର୍ତ୍ତି କିମ୍ବା ଫୋଟ :-

ଯଦି ଆପଣ ଘରେ ଦୁର୍ଗାଙ୍କର ମୂର୍ତ୍ତି କିମ୍ବା ଫୋଟ ରଖୁଛନ୍ତି ତେବେ ଶାନ୍ତ ଥିବା ମୂର୍ତ୍ତି କିମ୍ବା ଫୋଟ ରଖନ୍ତୁ । ଭୁଲରେବି କ୍ରୋଧିତ ଥିବା ଦୁର୍ଗାଙ୍କ ଫୋଟ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ । ଦୁର୍ଗାଙ୍କ ଅନ୍ୟ ରୂପର ମୂର୍ତ୍ତି ମଧ୍ୟ ରଖି ପାରିବେ । ଯଦି ଆପଣ କ୍ରୋଧିତ ଥିବା ଦୁର୍ଗାଙ୍କ ମୂର୍ତ୍ତି ପୂଜାଘରେ ରଖନ୍ତି ତେବେ ଘରର ସୁଖ ସମୃଦ୍ଧି ରହେ ନାହିଁ ।

Leave a Reply

Your email address will not be published. Required fields are marked *