ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ରେ କରନ୍ତୁ ଏହି କାମ , ମିଳିବ ସବୁ ଦୁଃଖ ଦୁର୍ଦଶାରୁ ମୁକ୍ତି ଏବଂ ଶତ୍ରୁଙ୍କ ନାଶ :-

ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଏଥର ଜୁନ ୧୪ ରେ ପାଳିତ ହେବ । ଯେଉଁଠି ପୂର୍ଣ୍ଣିମା ତିଥିର ପ୍ରାରମ୍ଭ ସଂନ୍ଧ୍ୟା ୦୯.୦୪ ରୁ ହୋଇ ୧୪ ଜୁନ ସନ୍ଧ୍ୟା ୦୫.୨୨ ରେ ଶେଷ ହେବ । ଏହି ପୂର୍ଣ୍ଣିମା ହିନ୍ଦୁ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଦିନ ସ୍ନାନ ଏବଂ ଦାନ କରିବାର ନିୟମ ରହିଛି । ଏହିଦିନ ଗଙ୍ଗା ସ୍ନାନ କଲେ ବ୍ୟକ୍ତିର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ସବୁ ପାପର ନାଶ ହୋଇଥାଏ । ଏହି ଦିନ ମହିଳା ମାନେ ବ୍ରତ ରଖନ୍ତି ଏବଂ ଭଗବାନ ଶିବଙ୍କ ସହିତ ବିଷ୍ଣୁଙ୍କ ପୂଜା ମଧ୍ୟ କରନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଏହି ଦିନରେ କରାଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନର ସବୁ ଦୁଃଖ ଦୁର୍ଦଶା କୁ ଦୂର କରିଦେବ ।

୧ . ଅର୍ଥ ସମ୍ବନ୍ଧିତ ସମସ୍ୟା :-

ଯଦି ଆପଣ କୌଣସି କରଜ ସମସ୍ୟାରେ ଅଛନ୍ତି କିମ୍ବା କେହି ଆପଣଙ୍କ ଠାରୁ ଟଙ୍କା ନେଇ ଫେରାଇ ନାହାଁନ୍ତି ତେବେ ଏହି ଉପାୟ ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ । ପ୍ରତିଦିନ ଯଦି ଆପଣ ସକାଳୁ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଉତ୍ତମ । ନଚେତ କେବଳ ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ କିଛି ଶୁଖିଲା ଲଙ୍କା ମିଶାଇ ଜଳ ଅର୍ପଣ କରନ୍ତୁ । ଏବଂ ଏହାପରେ ହନୁମାନ ଚାଲିଶାର ପାଠ କରନ୍ତୁ । ଯଦି ଆପଣ ପୁରୁଷ ତେବେ ଏହି ଉପାୟକୁ ନିୟମିତ ୨୭ ଦିନ ପର୍ଯ୍ୟନ୍ତ କରନ୍ତୁ । ଆଉ ଯଦି ଆପଣ ମହିଳା ତେବେ ୨୧ ଦିନ ପର୍ଯ୍ୟନ୍ତ କରନ୍ତୁ । ଏପରି କରିବା ଦ୍ୱାରା କରଜ ଏବଂ ଅନ୍ୟାନ୍ୟ ଅର୍ଥ ସମ୍ବନ୍ଧିତ ସମସ୍ୟା ଦୂରେଇ ଯିବ ।

୨ . ଦୁଃଖ ସମ୍ବନ୍ଧିତ କିମ୍ବା ବ୍ୟବସାୟରେ ସମସ୍ୟା :-

ଯଦି ଆପଣଙ୍କ ଜୀବନରେ ସବୁବେଳେ ଦୁଃଖ ଲାଗି ରହୁଛି ଏବଂ ସୁଖ ଆଦୌ ନାହିଁ । ଏହାବ୍ୟତୀତ ଯଦି ଆପଣଙ୍କୁ ଏହା ଲାଗୁଛି ଯେ ଶତ୍ରୁ ଅଧିକ ଆକ୍ଟିଭ ହୋଇ ଯାଇଛନ୍ତି ଏବଂ ବ୍ୟବସାୟରେ ବାଧା ଆସୁଛି ତେବେ ମଙ୍ଗଳବାର ଏବଂ ଶନିବାର ଦିନ ରାତିରେ ପାଞ୍ଚଟି ନାଲି ଶୁଖିଲା ଲଙ୍କା ନେଇ ଘର ଠାରୁ କିଛି ଦୂରରେ ଏକ ଗାତ ଖୋଳନ୍ତୁ । ଏହାପରେ ସେହି ପାଞ୍ଚଟି ନାଲି ଶୁଖିଲା ଲଙ୍କାକୁ ନିଜ ମୁଣ୍ଡ ଉପରେ ଦେଇ ବାମ ହାତରେ ଘଣ୍ଟା କଣ୍ଟା ବୁଲିବାର ଓଲଟା ଦିଗରେ ବୁଲାଇ ସେହି ଗାତରେ ପୋତି ଦିଅନ୍ତୁ । ଏହି ସମୟରେ ଶତ୍ରୁର ନାମ ସ୍ମରଣ କରନ୍ତୁ । ତାପରେ ପଛକୁ ନବୁଲି ସିଧା ଘରକୁ ଫେରି ଆସନ୍ତୁ । ଏହାପରେ ଦେଖିବେ ଶତ୍ରୁ ଆଉ ଆପଣଙ୍କୁ ହଇରାଣ କରିବେ ନାହିଁ । ମନେ ରଖନ୍ତୁ ଏପରି କରିବା ସମୟରେ ଯେମିତି ଆପଣଙ୍କୁ କେହି ନଦେଖନ୍ତି ।

୩ . ଯଦି ଆପଣଙ୍କ ଖୁବ ଚିନ୍ତିତ ରହୁଛନ୍ତି ଏବଂ ସମସ୍ୟାରେ ଅଛନ୍ତି ତେବେ ୨୧ ଟି ନାଲି ଶୁଖିଲା ଲଙ୍କା ମଞ୍ଜି ନେଇ ଏକ କାଗଜରେ ରଖି ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଏବଂ ସକାଳ ସମୟରେ ଉଠି ସେହି ମଞ୍ଜିକୁ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ବାହାରକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ ।

୪ . ଯଦି ବ୍ୟବସାୟରେ କୌଣସି ସମସ୍ୟା ରହିଛି ତେବେ ଏକ ଗ୍ଲାସ ପାଣିରେ ସେଥିରେ କିଛି ଲଙ୍କା ଗୁଣ୍ଡ ପକାଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ନିଅନ୍ତୁ ଏବଂ ଏହାକୁ ରାସ୍ତା ଉପରେ ଫିଙ୍ଗି ଦିଅନ୍ତୁ । ଧ୍ୟାନ ଦେବେ ଯେପରି ଏହା କରୁ ଥିବାର ଆପଣଙ୍କୁ କେହି ନଦେଖନ୍ତି । ଏହାଦ୍ବାରା ସବୁ ସମସ୍ୟା ଦୂର ହେବ ଏବଂ କାହାର ବି ଖରାପ ନଜର ପଡ଼ିବ ନାହିଁ ।

୫ . ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀତ କୌଣସି ସମସ୍ୟା ରହିଛି ତେବେ ସାତୋଟି ନାଲି ଲଙ୍କା ନିଅନ୍ତୁ । ତାସହିତ କିଛି କଳା ତିଳ , କିଛି ଖଣ୍ଡ ଫିଟିକିରି ଏବଂ ଏକ ଜାଇଫଳ ନେଇ ଏକ କପଡ଼ାରେ ବାନ୍ଧି ଶୁକ୍ରବାର ଦିନ ରାତିରେ ଅସୁସ୍ଥ ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ଆଗାମୀ ଦିନ ଅର୍ଥାତ ଏହାକୁ ନେଇ ଅଶ୍ୱତ୍ଥ ବୃକ୍ଷ ତଳେ ପୋତି ଦିଅନ୍ତୁ । ଏହାଦ୍ବାରା ଉକ୍ତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *