ଜ୍ୟେଷ୍ଠ ପୂର୍ଣ୍ଣିମାକୁ ବଟ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଯେଉଁ ଦିନ ସ୍ନାନ ଏବଂ ଦାନର ମହତ୍ତ୍ୱ ବଢ଼ିଯାଏ । ଏହି ବ୍ରତକୁ ବଟ ସାବିତ୍ରୀ ବ୍ରତ ତୁଲ୍ୟ ମାନା ଯାଇଥାଏ । ତେଣୁ ଏହି ବଟ ସାବିତ୍ରୀ ବ୍ରତକୁ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ରଖିବା ସବୁଠାରୁ ଉତ୍ତମ ହୋଇଥାଏ । ଏହିଦିନ ବ୍ରତ କରିବାର ଅନେକ ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ଆପଣ ଦାନ କଲେ ମଧ୍ୟ ତାହା ଉତ୍ତମ ହୋଇଥାଏ । ଜୀବନର ସମସ୍ୟା ଦୂର କରିବା ପାଇଁ ମଧ୍ୟ ଏହି ଦିନ ଅନେକ ଉପାୟ ଅବଲମ୍ବନ କରାଯାଏ । ଚାଲନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିନେବା ।
୧ . ଯଦି ଆପଣ ପୂର୍ଣ୍ଣିମା ଦିନ ସକାଳ ସମୟରେ ଏକ ପାତ୍ରରେ ପାଣି ନେଇ ସେଥିରେ କିଛି ମିଠା ବସ୍ତୁ ଏବଂ ଚାଉଳ ନେଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଅର୍ପଣ କରନ୍ତି ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୨ . ଯଦି ଏହି ଦିନ ସ୍ୱାମୀ ସ୍ତ୍ରୀ ସନ୍ଧ୍ୟା ସମୟରେ ଜଳରେ କ୍ଷୀର ମିଶ୍ରିତ କରି ଚନ୍ଦ୍ରମାକୁ ଅର୍ପିତ କରନ୍ତି ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢ଼ିଥାଏ । ଏହାବ୍ୟତୀତ ଯଦି ଖୀରରେ ଚିନି ମିଶାଇ ଅର୍ପଣ କରନ୍ତି ତେବେ ଭାଗ୍ୟ ଉଦୟ ହୋଇଥାଏ ।
୩ . ଏହିଦିନ ଆପଣ ସକାଳୁ କିଛି ଚାଉଳକୁ ପାଣିରେ ଭିଜାଇ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ଏହାପରେ ଏହାକୁ ପେଷ୍ଟ କରି ସେଥିରେ ଅଳ୍ପ ହଳଦୀ ମିଶାଇ ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହାସହିତ ପାଣିରେ ଅଳ୍ପ ହଳଦୀ ମିଶାଇ ଘର ସାରା ସିଞ୍ଚନ କରନ୍ତୁ । ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

୪ . ଯଦି ଆପଣ ପ୍ରତ୍ୟେକ ଦିନ ପୂଜା ପରେ ସିନ୍ଦୁର କିମ୍ବା ଚନ୍ଦନରେ ତିଳକ ଲଗାଇ ତାହା ଉପରେ ଚାଉଳ ଲଗାଇ ଦିଅନ୍ତି ତେବେ ଆପଣଙ୍କ ଜୀବନରେ ସବୁବେଳେ ସୁଖ ଶାନ୍ତି ବଜାୟ ରହେ । କାରଣ ଚାଉଳକୁ ସର୍ବଦା ଚନ୍ଦ୍ରମା ସହିତ ଯୋଡ଼ା ଯାଇଥାଏ । ଏପରି କରିବା ଦ୍ୱାରା ଧୀରେ ଧୀରେ ଜୀବନରେ ସବୁ ସମସ୍ୟାର ସମାପ୍ତି ଘଟିଥାଏ ।
୫ . ଯଦି ଧନ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ କିଛି ଚାଉଳ ନେଇ ତାହାକୁ ହଳଦୀରେ ରଙ୍ଗ କରି ଏକ ନାଲି କପଡ଼ାରେ ଗୁଡ଼େଇ ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ କାରଣ ହଳଦୀ ଅର୍ଥାତ ଗୁରୁ ଏବଂ ଚାଉଳ ଅର୍ଥାତ ଚନ୍ଦ୍ରମାର ମିଳନ କାରଣରୁ ରାଜଯୋଗ ହୋଇଥାଏ । ଏହାଦ୍ବାରା ଜୀବନର ସବୁ ସମସ୍ୟା ମଧ୍ୟ ଦୂରେଇ ଯାଏ ।
୬ . ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଏକ ମୁଠା ଚାଉଳ ଏବଂ ଏକ ପାତ୍ରରେ ପାଣି ନେଇ ଶିବ ମନ୍ଦିରକୁ ଯାଆନ୍ତୁ । ଶିବ ଲିଙ୍ଗ ଉପରେ ଚାଉଳ ଅର୍ପଣ କରି ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ମାତ୍ର ଧ୍ୟାନ ଦେବେ ଯେପରି ଭଗବାନ ଶିବଙ୍କୁ ଭଙ୍ଗା ଚାଉଳ ଅର୍ପଣ ନକରନ୍ତି ।

୭ . ଯଦି ଜୀବନରେ ଚାକିରୀ ସମ୍ବନ୍ଧିତ ସମସ୍ୟା ରହିଛି ତେବେ ଏହିଦିନ ପ୍ରସ୍ତୁତ ହେଉଥିବା ଖିରିରୁ ଅଳ୍ପ କାଉକୁ ମଧ୍ୟ ଦାନ କରନ୍ତୁ । ଯାହାଦ୍ୱାରା ଶନି ସମସ୍ୟା ଦୂର ହୋଇଯିବ ଏବଂ ଚାକିରୀ ସମସ୍ୟା ଠିକ ହୋଇଯିବ । ଏହାଦ୍ବାରା ଧନର ଆଗମନ ହେବା ସହିତ ଶନିଦେବଙ୍କ କୃପା ମଧ୍ୟ ବର୍ଷିବ ।
୮ . ଯଦି ଆପଣ ଜୀବନରେ କେବଳ ଅସଫଳ ହେଉଛନ୍ତି କିମ୍ବା କୌଣସି କାମ ଅଟକି ରହିଛି ତେବେ ଏହି ପୂର୍ଣ୍ଣିମା ଦିନ ନିଜ ମାଙ୍କ ହାତରୁ ଏକ ଅଞ୍ଜୁଳା ଚାଉଳ ନେଇ ନିଜ ପାଖରେ ସାଇତି ରଖନ୍ତୁ । ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯିବ ।
