ଧଳା ବାଳ , ଆଣ୍ଠୁ ଗଣ୍ଠି , ମଧୁମେହ , କିଡ୍ନୀ ଷ୍ଟୋନ ସମସ୍ୟା ରହିଥିଲେ ବାସ ଥରେ ଜାଣି ନିଅନ୍ତୁ ଏହି ଉପଚାର । ୧୦୦ ବର୍ଷ ପର୍ଯ୍ୟନ୍ତ ରହିବେ ସୁସ୍ଥ ।

ପ୍ରତ୍ୟେକ ଘରେ ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଏବଂ ଭିନ୍ନ ଭିନ୍ନ ରଙ୍ଗର ଫୁଲ ଗଛ ରହିଥାଏ । ଯାହାକୁ ଲୋକେ କେବଳ ପୂଜା କାମରେ ବ୍ୟବହାର କରିବା ଜାଣିଛନ୍ତି ମାତ୍ର ତାହାର କୌଣସି ଆୟୁର୍ବେଦିକ ଲାଭ ବିଷୟରେ ଜାଣି ନାହାଁନ୍ତି । ବସ୍ତାବାରେ ଏମିତି ଅନେକ ଫୁଲ ଗଛ ଅଛି ଯେଉଁ ଗଛର ମୂଳ , ପତ୍ର , କାଣ୍ଡ ଏବଂ ଚେରରୁ ଏକାଧିକ ଫାଇଦା ମିଳିଥାଏ ।

ତେଣୁ ଆଜିକାର ଲେଖାରେ ଆମେ ଏକ ଫୁଲ ଗଛର ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହାକି ଖୁବ ସହଜରେ ଲୋକଙ୍କୁ ଉପଲବ୍ଧ ହୋଇଥାଏ । ଯାହାକୁ ବ୍ୟବହାର କରି ଆପଣ କେଶ ଝଡ଼ିବା , କେଶ ପାଚିବା , ରକ୍ତହୀନତା କିମ୍ବା ଏନିମିଆ , ମଧିମେହ , ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ କିଡ୍ନୀ ଷ୍ଟନ ଭଳି ସମସ୍ୟା ଥିଲେ ମଧ୍ୟ ଦୂର କରି ପାରିବେ । ଅର୍ଶ ପାଇଁ ମଧ୍ୟ ଏହା ବେଶ ଚମତ୍କାରି ଅଟେ ।

ଆପଣଙ୍କ ପାଟିରେ ସିଥୁରିଆ ସମସ୍ୟା ଥିଲେ ମନ୍ଦାର ପତ୍ରର ଉପଚାର ଦ୍ୱାରା ସେହି ସମସ୍ୟା ଦୂର ହୋଇ ପାରିବ । ମଧୁମେହ ଜନିତ ସମସ୍ୟା ଦ୍ୱାରା ବର୍ତ୍ତମାନ ସମୟରେ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି । ତେବେ ଏହିସବୁ ସମସ୍ୟା ମଧ୍ୟ ମନ୍ଦାର ଫୁଲର ଉପଚାର ଦ୍ୱାରା ଦୂର ହୋଇ ପାରିବ । ଆପଣ ମନ୍ଦାର ଫୁଲ ଏବଂ ପତ୍ର ଦ୍ୱାରା ସ୍ମୃତି ଶକ୍ତିକୁ ମଧ୍ୟ ବଢ଼ାଇ ପାରିବେ ।

ତେବେ ଉପଚାରକୁ ପ୍ରସ୍ତୁତ କରିବା ନିମନ୍ତେ ନାଲି ମନ୍ଦାର ଫୁଲ ନେଇ ଆସନ୍ତୁ । ଯଦି ଆପଣଙ୍କର ସିଥୁରିଆ ସମସ୍ତ ହୋଇଛି ତେବେ ସବୁଜ ମନ୍ଦାର ପତ୍ରକୁ ଆଣି ଚୋବେଇଲେ ଏହି ସମସ୍ୟା ଦୂର ହୋଇଥାଏ । ଯଦି ଆପଣଙ୍କର କେଶ ଝଡ଼ିବା କିମ୍ବା ପାଚିବା ଭଳି ସମସ୍ୟା ରହିଛି ତେବେ ମନ୍ଦାର ପତ୍ର ଆଣି ତାହାର ଏକ ଗ୍ରାଇଣ୍ଡିଙ୍ଗ ପ୍ରସ୍ତୁକ କରି ନିଜ କେଶରେ ଲଗାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ।

ସକାଳୁ ଏହାର ପ୍ରୟୋଗ ଯଦି ଆପଣ ତିନିରୁ ଚାରି ଥର କରନ୍ତି ତେବେ ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦୂର ହେବା ସହିତ ଆପଣଙ୍କ କେଶ ପାଚିବା ମଧ୍ୟ ବନ୍ଦ ହୋଇଯିବ । ପେଟ ଯନ୍ତ୍ରଣା ଭଳି ସମସ୍ୟା ହେଉଥିଲେ ଯଦି ଆପଣ ଏହାର ପତ୍ରକୁ ଗ୍ରାଇଣ୍ଡିଂ କରି ତାହାର ରସ ବାହାର କରି ସେବନ କରନ୍ତି ତେବେ ପେଟ ବ୍ୟଥା ଭଳି ସମସ୍ୟା ଦୂର ହୋଇଯିବ ।

କୌଣସି ବ୍ୟକ୍ତିଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଥିଲେ ମନ୍ଦାର ଫୁଲକୁ ଗ୍ରାଇଣ୍ଡିଂ କରି ତାହାକୁ ଆଣ୍ଠୁ ଗଣ୍ଠିରେ ଲଗାଇ ମାଲିସ କଲେ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର ହୋଇଥାଏ । ଏହାଦ୍ବାରା ଆଣ୍ଠୁ ଗଣ୍ଠି ଫୁଲା ସମସ୍ୟା ମଧ୍ୟ ଠିକ ହୋଇଯିବ । ଯଦି ଆପଣ ମନ୍ଦାର ଫୁଲର ପାଖୁଡ଼ାରେ କାଢ଼ା ବନାଇ କୁଳି କରନ୍ତି କିମ୍ବା ସେବନ କରନ୍ତି ତେବେ ଥଣ୍ଡା କାଶ ଏବଂ ଥଣ୍ଡାରୁ ଆରାମ ମିଳିଥାଏ ।

ରକ୍ତ ହୀନତା ଥିବା ବ୍ୟକ୍ତିଙ୍କୁ ମନ୍ଦାର ଫୁଲ ରସ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହାର ରସ ରକ୍ତ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ଏହାର ଫୁଲକୁ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ପାରିବେ । ଏକ କପ କ୍ଷୀରରେ ମନ୍ଦାର ଫୁଲର ପାଉଡର ମିଶାଇ ସକାଳ ଏବଂ ସନ୍ଧ୍ୟାରେ ସେବନ କଲେ କିଛି ମାସ ମଧ୍ୟରେ ରକ୍ତ ହୀନତା ଦୂର ହୋଇଯିବ ।

ଅର୍ଶ ସମସ୍ୟା ଥିଲେ ଦୁଇଟି ମନ୍ଦାର ଫୁଲର କଢ଼କୁ ନେଇ ଘିଅରେ ଭାଜନ୍ତୁ ଏବଂ ସେଥିରେ ମିଶ୍ରୀ ଏବଂ କେଶର ମିଶାଇ ସେବନ କଲେ ଅର୍ଶ ସମସ୍ୟା ଦୂର ହୋଇଥାଏ । ମନ୍ଦାର ଫୁଲର ପାଖୁଡ଼ାର ପାଉଡର ପ୍ରସ୍ତୁତ କରି କ୍ଷୀର ସହିତ ମିଶାଇ ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ଲିଭର , କିଡନୀ , କଲେଷ୍ଟେରଲ ଅଧିକ ଥିଲେ ତାହାକୁ ନିୟନ୍ତ୍ରଣ ମଧ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *