କାହିଁକି କୁକୁର ମାନଙ୍କୁ ଅଭିଶାପ ଦେଇଥିଲେ ଦ୍ରୌପଦୀ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଦ୍ରୌପଦୀ କୁକୁର ଜାତିକୁ କାହିଁକି ଅଭିଶାପ ଦେଇଥିଲେ । ତେବେ କହିରଖିବୁ ଯେ ଦ୍ରୌପଦୀଙ୍କର ଏହି କାହାଣୀ ମହାଭାରତ ସମୟର ଅଟେ । ଏହା ଆପଣଙ୍କୁ ଜଣା ଥିବ ଯେ ଅର୍ଜୁନ ଦ୍ରୌପଦୀଙ୍କୁ ବିବାହ କରି ଘରକୁ ଆସିବା ପରେ ତାଙ୍କ ମା’ ଅଜାଣତରେ ସବୁ ଭାଇଙ୍କୁ ଏହି ଆଦେଶ ଦେଇ ଦେଇଥିଲେ ଯେ ସବୁ ଭାଇ ମିଳିମିଶି ସେହି ଜିନିଷକୁ ଭାଗ କରନ୍ତୁ ବୋଲି । ମାତା କୁନ୍ତୀଙ୍କ ମାନ ରଖିବା ପାଇଁ ସବୁ ଭାଇ ଦ୍ରୌପଦୀଙ୍କ ସହିତ ବିବାହ କରିଥିଲେ ।

ତେବେ ପାଞ୍ଚ ଭାଇଙ୍କ ମଧ୍ୟରେ ଏହି ଆଲୋଚନା ମଧ୍ୟ ହୋଇଥିଲା ଯେ ଦ୍ରୌପଦୀ ପ୍ରତ୍ୟେକ ବର୍ଷ ଜଣେ ଜଣେ ଭାଇଙ୍କ ସହିତ ସମୟ ବ୍ୟତୀତ କରିବେ । ପୁଣି ଦ୍ରୌପଦୀ ଯଦି କକ୍ଷରେ କାହା ସହିତ ସମୟ ବ୍ୟତୀତ କରୁଥିବେ ତେବେ ତାଙ୍କ କକ୍ଷକୁ କେହି ଯିବେ ନାହିଁ । ତେବେ ସେହି ସମୟରେ ଘଟିଥିବା ଏକ ଘଟଣା କାରଣରୁ କୁକୁର ମାନଙ୍କୁ ଏହି ଅଭିଶାପ ମିଳିଥିଲା ଯେ ସେମାନେ ସହବାସ କରିବା ସମୟରେ ତାଙ୍କୁ ପୁରା ଦୁନିଆ ଦେଖିବ । ଯେତେବେଳେ ଯେଉଁ ପାଣ୍ଡବ ଦ୍ରୌପଦୀଙ୍କ କକ୍ଷକୁ ଯାଉଥିଲେ ସେତେବେଳେ ସେ ନିଜ ଚରଣ ପାଦୁକା କକ୍ଷ ଦ୍ୱାରରେ ରଖି ଯାଉଥିଲେ । ଯାହାଦ୍ୱାରା ଆଉ କେହି କକ୍ଷ ମଧ୍ୟକୁ ଯିବେ ନାହିଁ ।

ଯେତେବେଳେ ଜଣେ ପାଣ୍ଡବ ନିଜ ଚରଣ ପାଦୁକା କକ୍ଷ ବାହାରେ ରଖି ଦ୍ରୌପଦୀଙ୍କ ସହିତ ସମୟ ବିତାଉଥିଲେ ସେତେବେଳେ ସେଠାକୁ ଏକ କୁକୁର ଆସି ଯାଇଥିଲା । କୁକୁରଟି କିଛି ସମୟ ସେଠାରେ ଖେଳିବା ପରେ ସେହି ଚରଣ ପାଦୁକାକୁ ସେଠାରୁ କାମୁଡ଼ି ନେଇ ଯାଇଥିଲା ଏବଂ ଜଙ୍ଗଲ ମଧ୍ୟକୁ ଚାଲିଗଲା ।

ସେହି ସମୟରେ ଭୀମ କକ୍ଷ ଆଡ଼କୁ ଆସିଲେ ଏବଂ ଦେଖିଲେ ଯେ କକ୍ଷ ସାମ୍ନାରେ କାହାରି ଚରଣ ପାଦୁକା ନାହିଁ ଏବାଂ ହଠାତ ଦୁଇ ଜଣଙ୍କୁ ଏଭଳି ସ୍ଥିତିରେ ଦେଖି ସେ ଲଜ୍ଜିତ ହୋଇଗଲେ । ଏହାଦ୍ବାରା ଅନ୍ୟ ଜଣେ ଭାଇ ଅତ୍ୟନ୍ତ କ୍ରୋଧିତ ହୋଇଗଲେ ଏବଂ କହିଥିଲେ ଯେ ସେ କକ୍ଷ ବାହାରେ ଚରଣ ପାଦୁକା ରଖିବା ସତ୍ତ୍ୱେବି ଭୀମ କିଭଳି କକ୍ଷକୁ ପ୍ରବେଶ କଲେ ।

ଏହାପରେ ଭୀମ କକ୍ଷ ବାହାରେ କୌଣସିବି ଚରଣ ପାଦୁକା ନଥିବା କଥା କହିଲେ । ଏହାପରେ ଦୁଇ ଭାଇ କକ୍ଷ ଭିତରୁ ବାହାରି ଚରଣ ପାଦୁକା ଖୋଜିବା ଆରମ୍ଭ କଲେ । ଖୋଜି ଖୋଜି ଯେତେବେଳେ ଜଙ୍ଗଲ ମଧ୍ୟକୁ ଗଲେ ସେଠାରେ ଯାହା ଦେଖିଲେ ତାହା ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଦେଖିଲେ ଯେ ଏକ କୁକୁର ସେହି ଚରଣ ପାଦୁକାକୁ ନେଇ ଖେଳୁଛି । କିନ୍ତୁ ଦ୍ରୌପଦୀ ସେହି ଘଟଣା ଦ୍ୱାରା ଅତ୍ୟନ୍ତ ଲଜ୍ଜିତ ହୋଇ ଯାଇଥିଲେ ।

ଯେଉଁ କାରଣରୁ ସେ କ୍ରୋଧିତ ହୋଇ କୁକୁରକୁ ଏହି ଅଭିଶାପ ଦେଇଥିଲେ ଯେ ଯେମିତି ଆଜି ଜଣେ ତାଙ୍କୁ ସହବାସ କରିବା ସମୟରେ ଦେଖିଛନ୍ତି ସେହିଭଳି ପୁରା ଦୁନିଆ ତାକୁ ସହବାସ କରିବା ସମୟରେ ଦେଖିବ । ସେହି ଅଭିଶାପ ପାଇବା ପରଠାରୁ କୁକୁର ମାନେ ଖୋଲାରେ ସହବାସ କରନ୍ତି ।

Leave a Reply

Your email address will not be published. Required fields are marked *