ଯଦି ଆପଣ ବାସୀ ରୋଟି ଖାଆନ୍ତି ତେବେ ନିଶ୍ଚିତ ଜାଣି ରଖନ୍ତୁ କିଛି ଜରୁରୀ କଥା । ହୋଇପାରେ ମୃତ୍ୟୁ ।

ଘରର ରୋଟି ଖାଇବା ଦ୍ୱାରା ବ୍ୟକ୍ତିକୁ ଯେଉଁ ଶକ୍ତି ମିଳିଥାଏ ତାହା ବାହାର ଖାଦ୍ୟରୁ ମିଳି ନଥାଏ । ଏହା ତ ବାସ୍ତବ କଥା ଯେ ଘରର ଖାଦ୍ୟ ବାହାର ଖାଦ୍ୟ ଠାରୁ ଅଧିକ ପଷ୍ଟିକ ଏବଂ ଶରୀର ପାଇଁ ଉପଯୋଗୀ ଅଟେ । କିନ୍ତୁ ଆଜିକାଲି ଲୋକେ ଏସବୁ ଜାଣିବି ସୁଦ୍ଧା ଘର ଖାଦ୍ୟ ଅପେକ୍ଷା ବାହାର ଖାଦ୍ୟ ବେଶୀ ପସନ୍ଦ କରନ୍ତି । ଭୋଜନ ଥାଳିରେ ତିନୋଟି ରୋଟି କେବେ ପରୋଶନ୍ତୁ ନାହିଁ ।

ମାତ୍ର ଥାଳିରେ ଏକା ସାଥିରେ ତିନୋଟି ରୋଟି ରଖିବା ଅଶୁଭ ମାନା ଯାଏ । ତଥାପି ଯଦି ଅତି ଜରୁରୀ କାହାକୁ ତିନୋଟି ରୋଟି ଦେବାକୁ ପଡ଼େ ତେବେ ଗୋଟିଏ ରୋଟିକୁ ଦୁଇ ଟୁକୁଡ଼ା କରି ଦିଅନ୍ତୁ । ଯାହାଦ୍ୱାରା ରୋଟିର ସଂଖ୍ୟା ମଧ୍ୟ ଦୁଇଭାଗ ହୋଇଯିବ । ବାସ୍ତବରେ ହିନ୍ଦୁ ମାନ୍ୟତା ଅନୁଯାୟୀ ସଂଖ୍ୟା ୩ କୁ ଅଶୁଭ ମାନା ଯାଏ ।

ତେଣୁ କୌଣସିବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଏଥିପ୍ରତି ଯଥେଷ୍ଟ ଧ୍ୟାନ ରଖାଯାଏ । କହି ରଖିବୁ ଯେ କୌଣସି ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ କାର୍ଯ୍ୟ ପାଇଁ ତିନୋଟି ସଂଖାରେ ବସ୍ତୁକୁ ସାମିଲ କରାଯାଏ ନାହିଁ । ତେଣୁ ଏମିତିରେ ଖାଦ୍ୟ ପରୋଶିବା ସମୟରେ ମଧ୍ୟ ଏହି କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ ।

ପୁଣି ଏଭଳି ମଧ୍ୟ ମାନା ଯାଏ ଯେ ତିନୋଟି ରୋଟି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାଙ୍କର ତ୍ରୟୋଦଶୀ ସଂସ୍କାର ପୂର୍ବରୁ ନିଆଯାଉଥିବା ଭୋଜନରେ ନିଆଯାଇ ଥାଏ । ଏମିତିକି ବି ଏହାକୁ ଭୋଜନ ବାଢୁଥିବା ଲୋକ ବ୍ୟତୀତ ଆଉ କେହି ଦିଅନ୍ତି ନାହିଁ । ତେଣୁ କୌଣସିବି ବ୍ୟକ୍ତିର ଥାଳିରେ ତିନୋଟି ରୋଟି ପରୋଶିବା ମୃତ ବ୍ୟକ୍ତି ସମାନ ମାନା ଯାଇଥାଏ ।

ଏହାବ୍ୟତୀତ ତିନୋଟି ରୋଟି ଖାଇବା ଦ୍ୱାରା ବ୍ୟକ୍ତିର ମନରେ ଶତୃତା ଭାବ ଜାତ ହୋଇଥାଏ । ତେବେ କହି ରଖିବୁ ଯେ ଏହା ପଛରେ କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । କୌଣସି ବ୍ୟକ୍ତିର ଥାଳିରେ ଦୁଇଟି ରୋଟି ପଚାଶ ଗ୍ରାମ ଭାତ , ଏକ କୋଟରି ଡାଲି ଏବଂ ତରକାରୀ ହିଁ ପ୍ରଯୁଜ୍ୟ ହୋଇଥାଏ । ଏହା ବ୍ୟକ୍ତି ପାଇଁ ସନ୍ତୁଳିତ ଆହାର ମାନା ଯାଇଥାଏ ।

ଏହାଦ୍ବାରା ବ୍ୟକ୍ତିକୁ ଯଥେଷ୍ଟ ଶକ୍ତି ମିଳିଥାଏ । ଖାଦ୍ୟ ସହିତ ଅନ୍ୟାନ୍ୟ ଜିନିଷ ଖାଇବା ଦ୍ୱାରା ମଧ୍ୟ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ ଏହା ଠାରୁ ଅଧିକ ମାତ୍ରାରେ ଭୋଜନ ଖାଇଲେ ଶରୀର ପାଇଁ ଉପଯୁକ୍ତ ହୋଇ ନଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଭୋକ ଲାଗିଲେ ଅଳ୍ପ ମାତ୍ରାରେ ହିଁ ଖାଦ୍ୟ ଗ୍ରହଣ କରିବା ଉଚିତ ।

ଅର୍ଥାତ ଧାର୍ମିକ ଏବଂ ବୈଜ୍ଞାନିକ ଉଭୟ ଦୃଷ୍ଟିରୁ ତିନୋଟି ରୋଟି ଖାଇବା ସନ୍ତୁଳିତ ନୁହେଁ କି ବୋଲି ମାନା ଯାଇଥାଏ । ଦ୍ଵିତୀୟତଃ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖା ଯାଇଥିବା ବାସୀ ରୋଟି ସେବନ କରନ୍ତୁ ନାହିଁ । ଏହି କାରଣରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେଣୁ ଖାଇବା ଆଗରୁ ଠିକ ଭାବରେ ଚେକ କରିନେବା ଉଚିତ । ତେବେ ମନୁଷ୍ୟକୁ ଏହିସବୁ ନିୟମ ଏବଂ ଧାର୍ମିକ ମାନ୍ୟତାକୁ ରକ୍ଷା କରି ଏସବୁ ଖାଦ୍ୟକୁ ବର୍ଜିତ କରିବା ଉଚତ ।

ନଚେତ ଏସବୁ ଖାଦ୍ୟ ମନୁଷ୍ୟର ଜୀବନ ନେଇ ପାରେ । ତେବେ ଖାଲି ସେତିକି ନୁହେଁ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ବାସୀ ହୋଇଗଲେ ତାହାକୁ ସେବନ କରିବା ଉଚିତ ନୁହେଁ । କାରଣ ଅଧିକ ସମୟ ତାହା ରହିବା କାରଣରୁ ସେଥିରେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଜାତ ହୋଇଥାଏ ଏବଂ ତାହାକୁ ସେବନ କରିବା ଦ୍ୱାରା ରୋଗ ସୃଷ୍ଟି ହୋଇଥାଏ ।

Leave a Reply

Your email address will not be published. Required fields are marked *