ଏହିସବୁ କାରଣରୁ ଘରକୁ ଆସିଥାଏ ଦାରିଦ୍ର୍ୟତା । ଜାଣି ନିଅନ୍ତୁ କିଛି ଖାସ ଉପାୟ । ଆଉ କେବେ ରହିବେନି ଗରୀବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ସକାରାତ୍ମକତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ଅଟେ ତେଣୁ ଏଥିପାଇଁ ଅନେକ ଉପାୟ କରାଯାଇ ଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପ୍ରତ୍ୟେକ ବସ୍ତୁ ସକାରାତ୍ମକ ଏବଂ ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ । ଘରର ପ୍ରତ୍ୟେକ ଜିନିଷକୁ ଠିକ ଦିଗରେ ନରଖିଲେ ତାହାର ପୁରା ପ୍ରଭାବ ଘରର ଆର୍ଥିକ ସ୍ଥିତି ଉପରେ ପଡ଼ିଥାଏ । ଏହାବ୍ୟତୀତ ଘରେ କଳହ କ୍ଳେଶ ମଧ୍ୟ ଦେଖା ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସବୁ ପ୍ରକାରର ସୁଖ ସମୃଦ୍ଧି ଏବଂ ଧନ ବୈଭବ ପ୍ରାପ୍ତିର ମୁଖ୍ୟ କାରକ ଅଟେ । ତେଣୁ ମୁଖ୍ୟଦ୍ୱାର ଉପଯୁକ୍ତ ଦିଗ ଏବଂ ସ୍ଥାନରେ ରହିବା ଉଚିତ । ମାତ୍ର ଏହା ଉଚିତ ଦିଗରେ ନରହିଲେ ଘରେ କଳହ କ୍ଳେଶ ବଢ଼ିଥାଏ ।

୧ . ଆପରିଷ୍କାର ପାଣି ଜମା ହୋଇ ରହିବା:-

ଘର ସାମ୍ନାରେ ଆପରିଷ୍କାର ପାଣି ଜମି ରହିବା ଘରର ବାସ୍ତୁ ଦୋଷକୁ ନଷ୍ଟ କରିଥାଏ । ଏହାବ୍ୟତୀତ ବୈଜ୍ଞାନିକ କାରଣ ଅନୁଯାୟୀ ଏହି ଜମା ହୋଇଥିବା ପାଣିରେ ବିଭିନ୍ନ ପ୍ରକାରର ଜୀବାଣୁ ଜାତ ହୋଇଥାଏ ଯାହାକି ଆଖପାଖ ପରିବେଶକୁ ଦୂଷିତ କରିବା ସହିତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏହାଦ୍ବାରା ଧନ ହାନୀ ଦାରିଦ୍ର୍ୟତା ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଏଭଳି ପାଣି ଜମି ରହିଥିଲେ ତାହାକୁ ନିଷ୍କାସନ କରି ମାଟି ପକାଇ ଦେବା ଉଚିତ ।

୨ . କଣ୍ଟା ଯୁକ୍ତ ଗଛ:-

ଅନେକ ଲୋକ ଆଗକୁ ଘରର ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବି ଲଗାଇ ଥାନ୍ତି । ମାତ୍ର ଏହା ସମ୍ପୂର୍ଣ୍ଣ ଓଲଟା ଅଟେ । କଣ୍ଟା ଥିବା ଗଛ କେବଳ ଗୋଲାପକୁ ଛାଡ଼ି ଅନ୍ୟ ଗଛ ଘରେ ଲଗାଇଲେ ଘରର ବାସ୍ତୁ ଦୋଷ ସୃଷ୍ଟି ହେବା ସହିତ ନକରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ । ଏହାଦ୍ବାରା ପରିବାରରେ ସଦସ୍ୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଘରକୁ ରାହୁ କେତୁ ବାସ କରନ୍ତି । ଏହାଦ୍ବାରା ଶତ୍ରୁଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଏ । ଘର ସାମ୍ନାରେ ଫୁଲ ଗଛ , ସୁଗନ୍ଧିତ ଗଛ ଲଗାଇବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଘରେ ସର୍ବଦା ବାସ କରନ୍ତି ।

୩ . ଡଷ୍ଟବିନ:-

ଘର ସାମନାରେ ଡଷ୍ଟବିନ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିବା ସହିତ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି । ଏମିତିକି ଡଷ୍ଟବିନକୁ ଉତ୍ତର ଦିଗରେ ମଧ୍ୟ ରଖିବା ଉଚିତ ନୁହେଁ ।

୪ . ଝାଡୁ ପୋଛା:-

ଏହି ଦୁଇଟି ଜିନିଷ ଘରୁ ନକାରାତ୍ମକତା ଦୂର କରିବାକୁ ବ୍ୟବହୃତ ହୋଇଥାନ୍ତି ମାତ୍ର ଏହାକୁ ଘର ସାମ୍ନାରେ ରଖିବା ଉଚିତ ନୁହେଁ । କହିବାକୁ ଗଲେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁ ପୋଛାକୁ ଘରର ଏଭଳି ସ୍ଥାନରେ ରଖିବା ଉଚିତ ଯେଉଁଠି କାହାର ନଜର ପଡ଼ୁ ନଥିବ

୫ . ବିଦ୍ୟୁତ ଖୁଣ୍ଟ:-

ଘର ସାମ୍ନାରେ ବିଦ୍ୟୁତ ଖୁଣ୍ଟ ରଖିବା ମଧ୍ୟ ଅଶୁଭ ହୋଇଥାଏ । ଏହାଦ୍ବାରା ଘରର ବାସ୍ତୁ ଦୋଷ ସୃଷ୍ଟି ହେବା ସହିତ ପରିବାରର ସଦସ୍ୟଙ୍କ ଉପରକୁ ମଧ୍ୟ ବିପଦ ଆସିଥାଏ ।

୬ . ଘନ ଗଛଲତା:-

ଘର ସାମ୍ନାରେ ଘନ ଗଛଲତା ଆଦୋୖ ରଖନ୍ତୁ ନାହିଁ । ଏହାଦ୍ବାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏପରି କୁହାଯାଇଛି ଯେ ଘର ଉପରେ କୌଣସି ବଡ଼ ଗଛର ଛାଇ ପଡ଼ିବା ମଧ୍ୟ ଶୁଭ ହୋଇ ନଥାଏ । ଏହାଦ୍ବାରା ପରିବାରରେ ଆର୍ଥିକ କ୍ଷତି ଏବଂ ପରିବାର ଲୋକଙ୍କର ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ଏହାଦ୍ବାରା ସୂର୍ଯ୍ୟ ପ୍ରକାଶ ଘରକୁ ପ୍ରବେଶ କରି ନପାରିବାରୁ ଙ୍ଘର ମଧ୍ୟରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।

୭ . ବେଲ ଗଛ:-

ଘରର ଆଗ ଦେଇ ବେଲ ଗଛ ବଢ଼ି ଘର ଉପରକୁ ଚଢି଼ବା ଅତ୍ୟନ୍ତ ଅଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହାଦ୍ବାରା ଶତ୍ରୁ ସଂଖ୍ୟା ବୃଦ୍ଧି ହୋଇଥାଏ । ଏହାଦ୍ବାରା ବ୍ୟକ୍ତିର ଉନ୍ନତିରେ ବାଧା ଉତ୍ପନ୍ନ ହୋଇଥାଏ ।

୮ . ଘରର ମୁଖ୍ୟଦ୍ୱାର ଠାରୁ ଉଚ୍ଚ ରାସ୍ତା ହେବା ଉଚିତ ନୁହେଁ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ସର୍ବଦା ରାସ୍ତାକୁ ନଜର କରି ଘରର ମୁଖ୍ୟଦ୍ୱାର ଉଚ୍ଚ କରିବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଗଛରୁ ସର୍ବଦା କ୍ଷୀର ଭଳି ତରଫ ପଦାର୍ଥ ବାହାରିଥାଏ ସେହି ଗଛ ଘର ଆଗରେ ଲଗାଇବା ଉଚିତ ନୁହେଁ ଏବଂ ସେହି ଗଛ ଠାରୁ ଦୂରେଇ ରହିବା ହିଁ ଭଲ ହୋଇଥାଏ ।

୯ . ଘରର ମୁଖ୍ୟଦ୍ୱାର ସାମ୍ନାରେ ମନ୍ଦିର ରହିବା ମଧ୍ୟ ଠିକ ନୁହେଁ । ଏହାଦ୍ବାରା ପରିବାର ଲୋକ ଚିନ୍ତା ଏବଂ ସଙ୍କଟରେ ସବୁବେଲେ ଘେରି ରହନ୍ତି । ମୁଖ୍ୟଦ୍ୱାର ସାମ୍ନାରେ ସିଡ଼ି ରହିବା ଉଚିତ ନୁହେଁ । ଏହାଦ୍ବାରା ପିଲାଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଘରର ମୁଖ୍ୟଦ୍ୱାର ସାମ୍ନାରେ ଅନ୍ୟ ଏକ ଦ୍ୱାର ହେବା ମଧ୍ୟ ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଏହାଦ୍ବାରା ଧନର ନାଶ ହୋଇଥାଏ ।

୧୦ . ଘରର ପୂଜାଘରେ ମାତା ଲକ୍ଷ୍ମୀଙ୍କ ଫୋଟ କିମ୍ବା ମୂର୍ତ୍ତି ସ୍ଥାପିତ କରିବା ଉଚିତ । ଏହାବ୍ୟତୀତ ଘରେ ଧନ ରଖା ଯାଉଥିବା ସ୍ଥାନରେ ମଧ୍ୟ ମାତା ଲକ୍ଷ୍ମୀଙ୍କ ଫୋଟ ସ୍ଥାପିତ କରିବା ଉଚିତ । ଘରର ଦ୍ୱାରରେ ଭୁଲରେ ବି ମାତା ଲକ୍ଷ୍ମୀଙ୍କ ଫୋଟ ଲଗାନ୍ତୁ ନାହିଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

Leave a Reply

Your email address will not be published. Required fields are marked *