ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗାଈର ଏହି ଅଙ୍ଗକୁ ସ୍ପର୍ଶ କରିଥାଏ ସେହି ବ୍ୟକ୍ତିର ଦାରିଦ୍ର୍ୟତା ହୋଇଥାଏ ଦୂର । ଜାଣି ନିଅନ୍ତୁ କେଉଁ ଅଙ୍ଗ ?

ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗାଈକୁ ଗୋମାତା କିମ୍ବା ଭଗବାନଙ୍କ ମାନା ଯାଇଛି । ଗାଈର ପୂଜା କରିଲେ ସବୁ ପ୍ରକାରର ପାପ ଦୂର ହୋଇଥାଏ । ଏମିତିକି ଗାଈ ଶରୀରରେ ସବୁ ପ୍ରକାରର ଦେବଦେବୀଙ୍କ ବାସ ମଧ୍ୟ ହୋଇଥାଏ । ଗାଈ ଦେହରେ ସବୁ ନକ୍ଷତ୍ର ରହିଥାଏ । ଗାଈ ଅତ୍ୟନ୍ତ ପବିତ୍ର ହୋଇଥାଏ । ତେଣୁ ଗୋମତାଙ୍କ ଉପରେ ଅତ୍ୟାଚାର କରିବା ଉଚିତ ନୁହେଁ । ଗୋମତାଙ୍କୁ ମାରିଲେ ପାପ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କର ଗୋମତାଙ୍କ ପ୍ରତି ଅଧିକ ସଂଯୋଗ ରହିଥିଲା । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଗୋମତାଙ୍କ ସେବା କରିବା ସବୁଠାରୁ ବଡ଼ ଧର୍ମ ହୋଇଥାଏ । କଳିଯୁଗର ପରିସ୍ଥିତିକୁ ଲକ୍ଷ କରି ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ ଯେତେବେଳେ କଳିଯୁଗରେ ଗାଈ ଲୋପ ପାଇଯିବ ସେତେବେଳେ କଳିଯୁଗର ସମାପ୍ତି ହୋଇଯିବ ।

ଯେଉଁ ସ୍ତ୍ରୀ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗୋମାତାଙ୍କୁ ଖାଇବାକୁ ଦେଇଥାଏ ସେହି ମହିଳା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ଏବଂ ସେହି ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହିଥାଏ । ଯେଉଁ ଘରେ ଗୋମତାଙ୍କ ଠାରୁ ମିଳୁଥିବା ପଞ୍ଚଗବ୍ୟ ରହିଥାଏ ସେହି ଘରେ କେବେବି ଧନର ଅଭାବ ହୁଏନାହିଁ । ପ୍ରତ୍ୟେକ ଦିନ ଗୋମତାଙ୍କ ସେବା ସମ୍ଭବ ନହେଲେ ମନୁଷ୍ୟ ପ୍ରତ୍ୟେକ ମାସରେ ଗୋଶାଳାକୁ ଦାନ ଦେବା ଉଚିତ ।

ନଚେତ ଗୋମତାଙ୍କ ମୂର୍ତ୍ତି ରଖି ମଧ୍ୟ ପୂଜା କରାଯାଇ ପାରିବ । ଶାସ୍ତ୍ରରେ ଗୋମତାଙ୍କୁ ମାତା ଲକ୍ଷ୍ମୀଙ୍କ ରୂପ ମାନା ଯାଇଛି । ତେଣୁ ତାଙ୍କ ପୂଜା କଲେ ଦାରିଦ୍ର୍ୟତା ଦୂର ହୋଇଥାଏ । ଗୋ ଦାନକୁ ସବୁଠାରୁ ବଡ଼ ଦାନ କୁହାଯାଇଛି । ଗୋଦାନ କଲେ ସବୁ ଜନ୍ମର ପାପ ନଷ୍ଟ ହୋଇଥାଏ ।

ଅନେକ ସମୟରେ ମହିଳା ମାନେ ଗାଈକୁ ଏଣୁତେଣୁ ଖୁଆଇ ଦିଅନ୍ତି । ଯେଉଁ କାରଣରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି । ପ୍ରତ୍ୟେକ ଦିନ ସକାଳୁ ଗୋମାତାଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ । ସକାଳୁ ଗୋବର ଦର୍ଶନ ହେଲେ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ । କୌଣସି କାର୍ଯ୍ୟ ନିମନ୍ତେ ଯାଉଥିଲେ ହଠାତ ଗୋମାତା ରାସ୍ତାରେ ଆସିଲେ ସେହି କାର୍ଯ୍ୟ ସଫଳ ହୋଇଥାଏ । ଯାତ୍ରା ସମୟରେ ଗୋମାତାଙ୍କ ଦର୍ଶନ ହେଲେ ଯାତ୍ରା ସଫଳ ହୋଇଥାଏ ।

ପିତୃ ଦୋଷ ଥିଲେ ଗୋମାତାଙ୍କୁ ପ୍ରତ୍ୟେକ ଦିନ ରୋଟି ଏବଂ ଘାସ ଖୁଆଇଲେ ତାହା ଦୂର ହୋଇଥାଏ । ଶନି ଦୋଷା ଥିଲେ ଶନିବାର କିମ୍ୱା ଅମାବାସ୍ୟା ଦିନ କଳା ରଙ୍ଗର ଗାଈକୁ ଘାସ ଏବଂ ରୋଟି ଖୁଆନ୍ତୁ । ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକତା ଅନୁଯାୟୀ ଗୋମୂତ୍ର ଅତ୍ୟନ୍ତ ପବିତ୍ର ଏବଂ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥାଏ ।

ଗୋମୂତ୍ର ସିଞ୍ଚିବା ଦ୍ୱାରା ବାତାବରଣରେ ଶୁଦ୍ଧତା ଆସିଥାଏ । ଶୁକ୍ର ଗ୍ରହ ଦୋଷକୁ ଦୂର କରିବା ପାଇଁ ସକାଳୁ ଧଳା ଗୋମତାଙ୍କୁ ରୋଟି ଖୁଆଇବା ନିତାନ୍ତ ଜରୁରୀ ଅଟେ । ଜାତକରେ ବୁଧ ଗ୍ରହ ପ୍ରଭାବ ଥିଲେ ବୁଧବାର ଦିନ ଗୋମତାଙ୍କୁ ସବୁଜ ଚାରା ଖୁଆନ୍ତୁ । ଜାତକରେ ମଙ୍ଗଳ ଗ୍ରହ ସମ୍ବନ୍ଧୀୟ ସମସ୍ୟା ଥିଲେ ନାଲି ଗୋମତାଙ୍କ ସେବା କରନ୍ତୁ । ମଙ୍ଗଳବାର ଦିନ ଗୋମତାଙ୍କୁ ପୂଜା କରି ଗୁଡ଼ ଏବଂ ଚଣା ଖୁଆନ୍ତୁ ।

କୌଣସି ବ୍ୟକ୍ତିର ମାଙ୍ଗଳିକ କାର୍ଯ୍ୟକ୍ରମରେ ବାଧା ଆସୁଥିଲେ ବୃହସ୍ପତି ଗ୍ରହକୁ ମଜବୁତ କରିବା ପାଇଁ ରୋଟି ଉପରେ ଗୁଡ଼ ଏବଂ ଚଣା ରଖି ଗୋମତାଙ୍କୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଘରେ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ । ଘରେ ଅଶାନ୍ତି ଥିଲେ ଗୋବର ଟେଳାକୁ ଘର ମଧ୍ୟରେ ଜାଳିବା ଉଚିତ । ଏହାଦ୍ବାରା ଘରର ନକରାତ୍ମକତା ଦୂର ହୋଇଯିବ ।

ଯଦି ଘରେ ପିଲାମାନେ ଅଧିକ କ୍ରୋଧିତ ହୋଇ ଯାଉଛନ୍ତି ତେବେ ଘରକୁ ଗାଈ ଆଣି ସେହ ପିଲା ହାତରୁ ସ୍ପର୍ଶ କରାଇ ରୁଟି ଖାଇବାକୁ ଦିଅନ୍ତୁ । ଏପରି କରିବା ସନ୍ତାନ ପାଇଁ ଶୁଭ ହୋଇଥାଏ । ଗୋମାତାଙ୍କ ପିଠିରେ ଏକ ଚୁଡ଼ ରହିଥାଏ ସେଉଁଠି ସୂର୍ଯ୍ୟ କେତୁ ନାଡ଼ି ରହିଥାଏ । ସବୁଦିନ ତାହା ଉପରେ ସ୍ପର୍ଶ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଥାଏ ।

ଘର ବନାଇବା ପୂର୍ବରୁ ସେହି ସ୍ଥାନରେ ଗାଈ ବାଛୁରୀ ବାନ୍ଧିଲେ ସେହି ସ୍ଥାନର ବାସ୍ତୁ ଦୋଷ ଦୂର ହୋଇଥାଏ । କାମରେ କୌଣସି ପ୍ରତିବନ୍ଧକ ଆସେନାହିଁ । ଗୋମାତାଙ୍କ ପଞ୍ଚଗବ୍ୟ ମଧ୍ୟ ସବୁ ରୋଗର ନିରାକରଣ ଅଟେ । ପଞ୍ଚାଗବ୍ୟ ଦ୍ୱାରା ସବୁ ପ୍ରକାରର ରୋଗ ନଷ୍ଟ ହୋଇଥାଏ । ତାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *