ଘରର ଏହି ସ୍ଥାନରେ ରଖି ଦିଅନ୍ତୁ ଚାବି । ଖୋଲିଯିବ ଭାଗ୍ୟ ଏବଂ ଦୂର ହୋଇଯିବ ଆର୍ଥିକ ସମସ୍ୟା ।

ତାଲା ଚାବି ସହିତ ଜଡ଼ିତ କିଛି ଉପାୟ କରିବା ଦ୍ୱାରା ଆପଣ ନିଜର ଅନେକ ପୁରୁଣା ଦାରିଦ୍ର୍ୟତା ଦୂର କରି ପାରିବେ । ବାସ୍ତୁ ଶାସ୍ତ୍ରରେ ତାଲା ଚାବିକୁ ନେଇ ଛୋଟ ଛୋଟ ନିୟମ ବିଷୟରେ କୁହାଯାଇଛି । ଯେଉଁ ଲୋକ ମାନେ ଏହି ଉପାୟକୁ ଆପଣେଇ ନଥାନ୍ତି ସେମାବେ ଦୁଃଖ ଭୋଗିଥାନ୍ତି । ସେମାନେ ଧନ ସଞ୍ଚୟ ତ କରିଥାନ୍ତି କିନ୍ତୁ ଧନ ସେମାନଙ୍କ ପାଖରେ ରହେନାହିଁ । ତେବେ ଚାଲନ୍ତୁ ଜାଣିନେବା ଯେ ଚାବି ଚାବିରେ ବ୍ୟକ୍ତିର ଭାଗ୍ୟର ତାଲା କିପରି ଫିଟିଥାଏ । ଏହି ଛୋଟ ଜିନିଷର ଅନେକ ମହତ୍ତ୍ୱ ରହିଥାଏ । ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ଚାବି ଅଣା ଯାଇଥାଏ । ଘରକୁ ନୂଆ ବିବାହ କରି ଆସୁଥିବା ବଧୂକୁ ଚାବି ଗୁଚ୍ଛା ଦିଆଯିବାର ପରମ୍ପରା ରହିଛି ।

କାରଣ ଘରର ବୋହୂ ଲକ୍ଷ୍ମୀ ସ୍ୱରୂପ ହୋଇଥାଏ । ତାଲା ଏବଂ ଚାବି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଲୋକେ ଚାବିକୁ ଏଣେତେଣେ ରଖି ଦିଅନ୍ତି । ଏପରି କରିବା ଆଦୋୖ ଉଚିତ ନୁହେଁ । କାରଣ ତାଲା ରାହୁର ପ୍ରତୀକ ହେବା ସହିତ ଚାବି ବୁଧ ଗ୍ରହର ପ୍ରତୀକ ହୋଇଥାଏ । ବୁଧ ଗ୍ରହକୁ ବୁଦ୍ଧିର ଦେବତା ମାନା ଯାଇଥାଏ । ଯାହାଙ୍କ ସ୍ୱାମୀ ଭଗବାନ ଗଣେଶ ହୋଇଥାନ୍ତି । ଧର୍ମ ଶାସ୍ତ୍ର ଅନୁଯାୟୀ ରୂପାର ତାଲା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣ ଘରେ ରୁହନ୍ତୁ କିମ୍ବା ନରୁହନ୍ତୁ ଘରକୁ ତାଲା ପକାଇ ନିହାତି ରଖିବା ଉଚିତ ।

ଯଦି ଆପଣଙ୍କ ଘରର ମୁଖ୍ୟଦ୍ୱାର ପୂର୍ବ ଦିଗକୁ ଅଛି ତେବେ ତମ୍ବାର ତାଲା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏପରି କରିବା ଦ୍ୱାରା ଘରର ସୁରକ୍ଷା ବଢ଼ିଯାଏ । ଘରର ସୁରକ୍ଷା ବଢ଼ିଯାଏ । ଘର ଉପରକୁ ଆସୁଥିବା ବାଧା ବିପତ୍ତି ମଧ୍ୟ ଟଳି ଯାଏ । ଜ୍ୟୋତିଷରେ ପଶ୍ଚିମ ଦିଗକୁ ଶନିଙ୍କ ସ୍ଥାନ ମାନା ଯାଇଛି । ଏହି ଦିଗରେ ସର୍ବଦା ଲୁହାର ଭାରି ତାଲା ଲଗାଇବା ଉଚିତ । ତାହାର ରଙ୍ଗ କଳା ହେବା ଉଚିତ । ଯାହାଦ୍ୱାରା ଘର ଉପରକୁ ଆସୁଥିବା ବାଧା ଟଳି ଯାଏ । ଏହି ଦିଗରେ ଭୁଲରେ ବି ତମ୍ବାର ତାଲା ଲଗାଇବା ଉଚିତ ନୁହେଁ ।

ଉତ୍ତର ଦିଗରେ ପିତ୍ତଳ ତାଲା ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘର ସୁରକ୍ଷିତ ରହିଥାଏ । କିନ୍ତୁ ଏହି ଦିଗରେ ଲଗା ଯାଉଥିବା ଧାତୁର ରଙ୍ଗ ସୁନେଲି ହୋଇଥିବା ଆବଶ୍ୟକ । ଯଦି ଆପଣ ପଞ୍ଚଧାତୁରେ ନିର୍ମିତ ତାଲା ଦକ୍ଷିଣ ଦିଗରେ ଲଗାନ୍ତି ତେବେ ଘର ସୁରକ୍ଷିତ ରହିବ । ଏହାଦ୍ବାରା ଘରର ସୁଖଶାନ୍ତି ମଧ୍ୟ ବଜାୟ ରହିଥାଏ । ଏକ ଖାସ ଉପାୟ କରିବା ପାଇଁ ଶୁକ୍ରବାର ଦିନ ଏକ ଷ୍ଟିଲ ତାଲା କିଣି ଆଣନ୍ତୁ । ମାତ୍ର କିଣିବା ସମୟରେ ଧ୍ୟାନ ଦେବେ ଯେପରି ତାଲା ବନ୍ଦ ଥିବା ଆବଶ୍ୟକ । ଆପଣ ଶୋଉଥିବା ରୁମରେ ସେହି ତାଲାକୁ ରଖି ଦିଅନ୍ତୁ । ଶନିବାର ଦିନ ଉଠି ତାହାକୁ ନେଇ କୌଣସି ମନ୍ଦିରରେ ପୂଜା କରନ୍ତୁ ।

ଏହାପରେ ମନ୍ଦିର ଦ୍ୱାରରେ ତାହାକୁ ଛାଡ଼ି ଚାଲି ଆସନ୍ତୁ । ମାତ୍ର ତାଲା ଏବଂ ଚାବିକୁ ସାଥିରେ ରଖନ୍ତୁ । ଏଭଳି ବିଶ୍ୱାସ କରାଯାଏ ଯେ ଯଦି କେହି ବ୍ୟକ୍ତି କିମ୍ବା ପୂଜାରୀ ଆସି ସେହି ତାଲାକୁ ଖୋଲିଥାଏ ତେବେ ମନୁଷ୍ୟର ଭାଗ୍ୟର ତାଲା ଖୋଲିଯାଏ । ଏହି ଉପାୟ ଦ୍ୱାରା ଉଚିତ ଫଳ ମିଳିଥାଏ । ଯଦି ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଏକ ରୂପାର ଚାବି ତିଆରି କରନ୍ତୁ । ତାହାକୁ ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରି ମାତା ଲକ୍ଷ୍ମୀଙ୍କୁ ମନ୍ତ୍ର ଜପ କରନ୍ତୁ । ଏହାପରେ ତାହାକୁ ନିଜ ବେକରେ ଧାରଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ବନ୍ଦ ଭାଗ୍ୟର ତାଲା ଖୋଲିଯିବ ।

Leave a Reply

Your email address will not be published. Required fields are marked *