ପିଲାଙ୍କ ପରୀକ୍ଷା ସମୟରେ ପିତାମାତାଙ୍କୁ ନିଶ୍ଚିତ ଭାବରେ ଏହି କାର୍ଯ୍ୟ କରିବା ଉଚିତ, ସଫଳତା ଆପଣଙ୍କ ପାଖ ଛାଡ଼ିବ ନାହିଁ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କଣ ଆପଣ ଜାନିଚନ୍ତି ପରୀକ୍ଷା ସମୟରେ ଆପଣଙ୍କ ସନ୍ତାନର ମନ କାହିଁକି ପାଠପଢ଼ାରେ ଲାଗୁ ନାହିଁ? ଏହିସମୟରେ ପିତାମାତାଙ୍କୁ କଣ କରିବା ଆବଶ୍ୟକ, ଆସନ୍ତୁ ଜାଣିବା। ପିଲାମାନଙ୍କୁ ପାଠପଢା ଓ ପରୀକ୍ଷା ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହିସମୟରେ ଆପଣ ନିଜ ପିଲାଙ୍କ ସପକ୍ଷରେ ରହିବା ଆବଶ୍ୟକ।

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପିତାମାତା ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ଏବଂ ନିଜ ପିଲାମାନଙ୍କୁ ଅଳ୍ପ ସମୟ ଦେଇଥାନ୍ତି, ଯାହାଫଳରେ ଏହାର ପ୍ରଭାବ ସେମାନଙ୍କ ଉପରେ ପରିଲକ୍ଷିତ ହୋଇଥାଏ। ଆପଣ ନିଜ କାର୍ଯ୍ୟରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିଜ ସନ୍ତାନଙ୍କ ପରୀକ୍ଷା ସମୟରେ ତାଙ୍କ ସହିତ ରୁହନ୍ତୁ। ପିଲାମାନଙ୍କୁ ପାଠପଢା ଓ ଅନ୍ୟ ସବୁ କାର୍ଯ୍ୟ ପ୍ରତି ପ୍ରୋତ୍ସାହିତ କରନ୍ତୁ। ପିଲାମାନଙ୍କ ଉପରେ କେବେବି ଅଧିକ ନମ୍ବର ରଖିବା ପାଇଁ ଚାପ ପକାନ୍ତୁ ନାହିଁ।

ଏହାର କାରଣ ହେଉଛି ସମସ୍ତ ପିଲା ସମାନ ହୋଇ ନଥାନ୍ତି, ଅର୍ଥାତ୍ ସମସ୍ତଙ୍କ ମଧ୍ୟରେ ଅଲଗା ଅଲଗା କ୍ଷମତା ରହିଥାଏ। କିଛି ପିଲାମାନେ ପାଠପଢା ସମୟରେ ଏକାଗ୍ର ହୋଇ ପାରନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଓ ବୁଧ ଗ୍ରହ ସହିତ ଏକାଗ୍ରତାର ସିଧା ସମ୍ବନ୍ଧ ରହିଛି। ବୁଧ ଗ୍ରହ ସବୁ ଗ୍ରହ ମାନଙ୍କ ଠାରୁ ସୁଖ ଓ ଶୁଭ ମାନା ଯାଇଛି। କିଛି ଖାସ ଉପାୟ କରିବା ଦ୍ୱାରା ଆପଣ ବୁଧ ଗ୍ରହକୁ ସୁଦୃଢ କରି ପାରିବେ।

ବୁଧବାର ଦିନ ଅସହାୟ ଲୋକଙ୍କୁ ହଳଦିଆ ବସ୍ତ୍ର ଦାନ କରନ୍ତୁ। ବୁଧବାର ଦିନ ପିଲାଙ୍କ ହାତରେ ସବୁଜ ମୋତିର ମୁଦି ପିନ୍ଧାଇ ଦିଅନ୍ତୁ। ଏହାସହିତ ବୁଧ ଗ୍ରହର ମନ୍ତ୍ର ଜପ କରନ୍ତୁ। ଦେଖିବେ ଆପଣଙ୍କ ସନ୍ତାନ ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିବ। ଏବେ ଆସିବା ଚନ୍ଦ୍ର ଗ୍ରହ ବିଷୟରେ ଜାଣିବା। ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତିର ଜାତକରେ ଚନ୍ଦ୍ର ଗ୍ରହ ଅଶୁଭ ସ୍ଥିତିରେ ରହିଛନ୍ତି, ତାଙ୍କୁ ଅନେକ କଷ୍ଟ ଭୋଗିବା ପାଇଁ ପଡ଼ିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହକୁ ସୁଦୃଢ କରିବା ପାଇଁ ଅନେକ ଖାସ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଆପଣଙ୍କ ସନ୍ତାନ ଯେଉଁ ସ୍ଥାନରେ ପାଠ ପଡୁଛି, ସେହି ସ୍ଥାନକୁ ପ୍ରଥମେ ସଫାସୁତୁରା ରଖନ୍ତୁ। ପିଲା ଯେତେବେଳେ ପାଠ ପଡୁଛି, ତାର ମୁହଁ ପୂର୍ବ ଦିଗ ଆଡ଼କୁ ରହିବା ଜରୁରୀ ଅଟେ। ଯଦି ଆପଣଙ୍କ ସନ୍ତାନର ଏକାଗ୍ରତା ଭଙ୍ଗ ହେଉଛି, ତାହେଲେ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରିବା ପରେ କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଏବଂ ସେଠାକାର ମାଟି ଆଣି ପିଲାଏ ମୁଣ୍ଡରେ ଟିକା ଦେଇ ଦିଅନ୍ତୁ, ଏହାଛଡା କେଶରର ତିଳକ ମଧ୍ୟ ଅଧିକ ଲାଭକାରୀ ହୋଇଥାଏ।

Leave a Reply

Your email address will not be published. Required fields are marked *