ଘରର ଏହି ସ୍ଥାନରେ ଝାଡୁ ରଖିବା ଦ୍ଵାରା ରାତାରାତି ହୋଇଯିବେ କୋଟିପତି। ଆପଣଙ୍କ ଉପରେ ବରଷିବ ଦେବୀ ଲକ୍ଷ୍ମୀଙ୍କ କୃପା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ବ୍ୟବହାର କରାଯାଉଥିବା ଝାଡୁ ଆର୍ଥିକ ରୂପରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜଣେ ମଣିଷକୁ ଝାଡୁ ଧନବାନ ବନେଇ ପାରେ ଏବଂ ଭିକାରୀ ମଧ୍ୟ କରି ଦେଇପାରେ। ଝାଡ଼ୁକୁ ନେଇ ଶୁଭ ଓ ଅଶୁଭ ପରିଣାମ ଆମ ଶାସ୍ତ୍ରରେ ବିସ୍ତାର ରୂପରେ କୁହାଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଝାଡ଼ୁକୁ କେଉଁ ପ୍ରକାରର ରଖିବା ଉଚିତ ଏବଂ କେଉଁ ସ୍ଥାନରେ ଝାଡୁ ରହିବା ନିହାତି ଆବଶ୍ୟକ ଅଟେ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଝାଡ଼ୁକୁ ଭୁଲ ଭାବରେ ପ୍ରୟୋଗ କଲେ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ। ଯଦି ଆପଣଙ୍କ ଜୀବନରେ ସମସ୍ୟା ଘେରି ରହିଛି ବା ସଫଳତାର ମାର୍ଗ ଖୋଲୁ ନାହିଁ ବା ଆର୍ଥିକ ସଙ୍କଟ ଦେଖା ଦେଉଛି ତାହେଲେ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯେ ଘରେ ନକାରାତ୍ମକ ଉର୍ଜା ବୃଦ୍ଧି ହେବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଭୁଲ ସମୟରେ ଲଗା ଯାଉଥିବା ଝାଡୁ ଘରକୁ ଦାରିଦ୍ର୍ୟତା ଆଣିଥାଏ। ସପ୍ତାହର ସାତ ଦିନ ମଧ୍ୟରେ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ହେଉଛି ସୌମ୍ୟବାର। ଏହିଦିନ ଆପଣଙ୍କୁ କେବେବି ଝାଡୁ କ୍ରୟ କରିବା ଉଚିତ ନୁହେଁ। ଅନ୍ୟ ବାର ଗୁଡିକରେ ଆପଣ ଝାଡୁ କ୍ରୟ କରି ପାରିବେ।

ମାନ୍ୟତା ରହିଛି କି, ଦୀପାବଳି ପର୍ବରେ ଝାଡୁ କିଣିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ। ଶନିବାର ଦିନ ଆପଣ ନୂଆ ଝାଡୁ ବ୍ୟବହାର କରନ୍ତୁ, ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଘରେ ଝାଡୁକୁ ଐଶାନ୍ୟ କୋଣରେ କେବେବି ରଖିବା ଉଚିତ ନୁହେଁ। ଘରର ନେତୃତ୍ୱ କୋଣରେ ଝାଡୁ ରଖିବା ଦ୍ଵାରା ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହାଦ୍ବାରା ଘରେ କେବେବି ଆର୍ଥିକ ଅଭାବ ଦେଖା ଦିଏ ନାହିଁ। ଘରେ ଝାଡୁ ଲଗାଇବାର ସମୟ ହେଉଛି ଦିନର ଚାରି ପ୍ରହର। ରାତି ସମୟରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ। ଏହା ନକାରାତ୍ମକ ଶକ୍ତିକୁ ନିମନ୍ତ୍ରଣ କରିଥାଏ।

କେବେବି ଘରର ଦୁଆର ମୁହଁ ସାମ୍ନାରେ ଝାଡୁ ରଖିବା ଉଚିତ ନୁହେଁ। ଘରୁ ବାହାରକୁ ପ୍ରସ୍ଥାନ କରୁଥିବା ସାୟାରେ ଝାଡୁ ଦେଖି ଗଲେ , ଅଶୁଭ ହୋଇଥାଏ। ଘରେ ଝାଡ଼ୁକୁ ଏଭଳି ସ୍ଥାନରେ ରଖିବେ, ଯେପରି ଅନ୍ୟମାନଙ୍କର ନଜର ପଡ଼ିବ ନାହିଁ। ଯଦି କୌଣସି ପିଲା ଅଚାନକ ଝାଡୁ ମାରିବାକୁ ଲାଗେ, ତାହେଲେ ଘରକୁ ଅତିଥିଙ୍କ ଆସିବାର ସଂକେତ ମିଳିଥାଏ। ଝାଡୁ ଦେହରେ ଗୋଡ଼ ବାଜିଗଲା ପରେ ପ୍ରଣାମ କରିବା ଆବଶ୍ୟକ, ନଚେତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। କାରଣ ଏହା ଦେବୀ ଲକ୍ଷ୍ମୀଙ୍କର ଅପମାନ ବୋଲି ମାନା ଯାଇଥାଏ।

Leave a Reply

Your email address will not be published. Required fields are marked *