ମୃତ୍ୟୁ ପରେ ନର୍କରେ ମିଳିଥାଏ ଏହି ୨୮ ପ୍ରକାରର ଦଣ୍ଡ,ଜାଣନ୍ତୁ ସବୁକିଛି …….

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ସ୍ବର୍ଗ ଓ ନର୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣି ଥିବେ। ସ୍ୱର୍ଗରେ ଦେବୀ ଓ ଦେବତା ମାନେ ରହିଥାନ୍ତି ଏବଂ ଯେଉଁ ମନୁଷ୍ୟ ଭଲ କର୍ମ କରିଥାଏ, ସେ ମଧ୍ୟ ସ୍ବର୍ଗ ପ୍ରାପ୍ତି କରିଥାଏ। କିନ୍ତୁ ଯେଉଁ ମାନେ ଖରାପ କର୍ମ ଓ ପାପୀ ହୋଇଥାନ୍ତି, ତାଙ୍କ ଆତ୍ମା ଶୁଦ୍ଧ ହେବା ନିମନ୍ତେ ନର୍କ ଯାତ୍ରା କରିଥାଏ। ନର୍କରେ ଦଣ୍ଡ ସ୍ୱରୂପ ଆତ୍ମାକୁ ଗରମ ତେଲରେ ପକାଇ ଦିଆ ଯାଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଏହି ଦଣ୍ଡ ବିଧାନ କାର୍ଯ୍ୟ ପ୍ରକ୍ରିୟା ମୃତ୍ୟୁର ଦେବତା ଯମଙ୍କ ଦୂତ ମାନେ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ମୃତ୍ୟୁ ପରେ ବ୍ୟକ୍ତିର ଆତ୍ମା ନର୍କର କିପରି ଯାତନା ଭୋଗି ଥାଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା। ଯେଉଁ ବ୍ୟକ୍ତି ଚୋରି କରିଥାନ୍ତି ବା ଅନ୍ୟକୁ ଲୁଣ୍ଠନ କରିଥାନ୍ତି, ସେମାନଙ୍କୁ ନର୍କରେ ଲୁହା ବାଡ଼ିରେ ମାଡ଼ ଦିଆଯାଇଥାଏ।

ଯେଉଁ ପତି ଓ ପତ୍ନୀ ପରସ୍ପର ସହିତ ବିଶ୍ବାସଘାତକତା କରିଥାନ୍ତି, ସେମାନଙ୍କୁ ନର୍କରେ ଦଉଡିରେ ବାନ୍ଧି ବେହୋସ ହେବା ପର୍ଯ୍ୟନ୍ତ ରଖା ଯାଇଥାଏ। ଯେଉଁ ବ୍ୟକ୍ତି ଅନ୍ୟର ଧନସମ୍ପତ୍ତିକୁ ଉପଭୋଗ କରିଥାନ୍ତି ଓ କୁସଂଗତିରେ ସାମିଲ ହୋଇଥାନ୍ତି, ସେମାନଙ୍କୁ ନର୍କରେ ସାପ ଦଂଶନ କରି ଦଣ୍ଡ ଦେଇଥାଏ। ଯେଉଁ ବ୍ୟକ୍ତି ଅନ୍ୟକୁ ସର୍ବଦା ସଙ୍କଟରେ ପକାଇ ଥାଏ ବା ଅନ୍ୟର ମଣ୍ଡ ଚିନ୍ତା କରିଥାଏ, ତାକୁ ଦଣ୍ଡ ସ୍ୱରୂପ ନର୍କରେ ଜଂଗଲୀ ପଶୁ ମାନଙ୍କ ମଧ୍ୟରେ ଛାଡ଼ି ଦିଆଯାଇଥାଏ।

ଯେଉଁ ବ୍ୟକ୍ତି କୌଣସି ସ୍ତ୍ରୀ ସହିତ ସମ୍ଭୋଗ କରି ବିବାହ କରି ନଥାଏ, ତାକୁ ମୃତ୍ୟୁ ପରେ ଭୟଙ୍କର କୂଅ ମଧ୍ୟରେ ଫିଙ୍ଗି ଦିଆଯାଇଥାଏ। ସେହି କୂଅରେ ଅନେକ ପ୍ରକାରର ଭୟଙ୍କର ଜୀବ ତାର ଆତ୍ମାକୁ ଦଂଶନ କରିଥାନ୍ତି। ଯେଉଁ ବ୍ୟକ୍ତି କାନୁନ ମାମଲାରେ ମିଥ୍ୟା ବଚନ କହି ଥାଏ ଏବଂ ମିଥ୍ୟା ଦଲିଲ ଉପସ୍ଥାପନ କରିଥାଏ, ତାକୁ ମୃତ୍ୟୁ ପରେ ଉଚ୍ଚ ସ୍ଥାନରୁ ଫିଙ୍ଗି ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *