ଘର ବନେଇବା ବା ଘର କିଣିବା ସମୟରେ କରନ୍ତୁ ନାହିଁ ଏହି ଭୁଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପୌରାଣିକ ଯୁଗରୁ ଆଜିର ଆଧୁନିକ ଯୁଗରେ ମଧ୍ୟ ବାସ୍ତୁ ଶାସ୍ତ୍ରକୁ ଅଧିକ ଗୁରୁତ୍ବ ଦିଆ ଯାଉଛି। ଘର ପ୍ରସ୍ତୁତ କରିବା ବା ଘର କିଣିବା ସମୟରେ ଆପଣ ବାସ୍ତୁ ଶାସ୍ତ୍ରର ଏହି ନିୟମ ଗୁଡିକ ବିଷୟରେ ଖାସ ଧ୍ୟାନ ରଖନ୍ତୁ। ମାନ୍ୟତା ରହିଛି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଘର ପ୍ରସ୍ତୁତ ନହେଲେ ବା ଜିନିଷପତ୍ର ସଠିକ ସ୍ଥାନରେ ନ ରହିଲେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।

ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେଲେ ପରିବାର ଲୋକଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଘର ବନେଇବା ପାଇଁ କେଉଁ ବାସ୍ତୁ ଶାସ୍ତ୍ର ନିୟମ ଗୁଡିକ ରହିଛି, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦୁଆର ଉତ୍ତର ପୂର୍ବ ଦିଗ ବା ପୂର୍ବ ଦିଗରେ ରଖିବା ଆବଶ୍ୟକ। ଘର ବାହାରେ କୌଣସି ଜୋତା ରଖନ୍ତୁ ନାହିଁ। ଭୁଲରେ ମଧ୍ୟ ଘରର ମୁଖ୍ୟ ଦୁଆରର ରଙ୍ଗ କଳା ହେବା ଉଚିତ ନୁହେଁ। ଦ୍ଵିତୀୟରେ ହେଉଛି ଡ୍ରଇଂ ରୁମ। ବାସ୍ତୁ ଶାସ୍ତ୍ର ଅନୁସାରେ ଡ୍ରଇଂ ରୁମ ଉତ୍ତର – ପଶ୍ଚିମ ଦିଗ ଆଡ଼କୁ ରଖିବା ଉଚିତ। ଏହାଦ୍ବାରା ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଉତ୍ପନ୍ନ ହେବ। ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖସମୃଦ୍ଧି ଲାଭ କରିବା ପାଇଁ ଦକ୍ଷିଣ ପଶ୍ଚିମ ଦିଗରେ ଶୋଇବା ଘରର କୋଠରୀ ରହିବା ଆବଶ୍ୟକ।

ବିଛଣାକୁ ଘରର ଦକ୍ଷିଣ ପଶ୍ଚିମ କୋଣରେ ରଖିବା ଉଚିତ। ଶୋଇବା କୋଠରୀରେ ମନ୍ଦିର ରହିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର ଦକ୍ଷିଣ ପଶ୍ଚିମ ଦିଗରେ ହିଁ କରିବା ଉଚିତ। ରୋଷେଇ ଘର ଖାଦ୍ୟ ପ୍ରସ୍ତୁତ ହେଉଥିବା ଚୁଲା ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଆବଶ୍ୟକ। ଘରର ପ୍ରତ୍ୟେକ କୋଠରୀରେ ସୂର୍ଯ୍ୟଙ୍କ କିରଣ ପଡ଼ୁଥିବା ଆବଶ୍ୟକ। ଏହାଦ୍ବାରା ଘରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ।

Leave a Reply

Your email address will not be published. Required fields are marked *