ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ପ୍ରତ୍ୟେକ ଦିନ ଏହି ତିନୋଟି କାମ କରିବା ଦ୍ୱାରା ସବୁଦିନ ପାଇଁ ଘରୁ ଦୂର ହୋଇଥାଏ ଦାରିଦ୍ର୍ୟତା !

ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ କହିଥିବା ସମସ୍ତ ବାଣୀ ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି । ସେଠାରେ ଭଗବାନ ଶ୍ରୀକୃଷ୍ଣ ତିନୋଟି କାମ ବିଷୟରେ ମଧ୍ୟ କହିଛନ୍ତି । ଯାହାକୁ ପ୍ରତ୍ୟେକ ଦିନ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ । ମନୁଷ୍ୟ ଏହି ତିନୋଟି କାର୍ଯ୍ୟକୁ କରି ସଂସାରର ସମସ୍ତ ଦୁର୍ଲଭ ଲାଭ ପାଇପାରେ । ପୂର୍ବ କାଳରେ ଋଷି ମୁନୀ ଏବଂ ରାଜା ମହାରାଜା ଏହି କାମକୁ ପ୍ରତ୍ୟେକ ଦିନ କରୁଥିଲେ । ଏହି କାମ ଯିଏବି କରିଥାଏ ସେହି ବ୍ୟକ୍ତିକୁ ଦୁନିଆର ସମସ୍ତ ଅସମ୍ଭବ ସମ୍ଭବ ଆକାରରେ ପ୍ରାପ୍ତ ହୋଇଥାଏ ଏବଂ ତାକୁ ସବୁ ପ୍ରକାରର ସଫଳତା ମଧ୍ୟ ମିଳିଥାଏ ।

ମନୁଷ୍ୟ ପୂଜା ଧର୍ମ ନକଲେ ବି ଯଦି ପ୍ରତ୍ୟେକ ଦିନ ଏହି ତିନୋଟି କାମ କରେ ତେବେ ତାକୁ ପୂଜା କରିବା ସମାନ ପୁଣ୍ୟ ପାପ୍ତ ହୋଇଥାଏ । ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇ ରହିବା ମନୁଷ୍ୟର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ଏହା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ମଧ୍ୟ ନେଇ ଆସିଥାଏ । ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ବିଛଣା ଛାଡ଼ିବା ଉଚିତ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ବ୍ୟକ୍ତିର ଜୀବନରେ ସର୍ବଦା ସକାରାତ୍ମକତା ରହିଥାଏ ମାତ୍ର ପରେ ଉଠୁଥିବା ବ୍ୟକ୍ତି ଜୀବନରେ ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତା ଆସିଥାଏ ।

ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଉଠିବାର ସର୍ବୋତ୍ତମ ସମୟ ବ୍ରହ୍ମ ମୁହୂର୍ତ୍ତ ଅଟେ । ଏହି ସମୟରେ ଉଠୁଥିବା ମଣିଷର କେବେ ଦୁର୍ଗତି ହୁଏ ନାହିଁ । ତାକୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ତିନୋଟି କାମ ବିଷୟରେ ।

୧ . ସୂର୍ଯ୍ୟଙ୍କୁ ଅର୍ଘ୍ୟ:-

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ , ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିବା ଲୋକର କେବେ ଦୁର୍ଗତି ହୁଏ ନାହିଁ ଏବଂ ସେହି ଲୋକକୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ମାତ୍ର ପ୍ରତ୍ୟେକ ଫିନ ସ୍ନାନ ପରେ ଏହି କାର୍ଯ୍ୟ କରିବା ଉଚିତ । ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିବା ବ୍ୟକ୍ତି ସବୁବେଳେ ଖୁସିର ଜୀବନ ଅତିବାହିତ କରିଥାଏ । ତାକୁ ଜୀବନରେ କେବେବି ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼େ ନାହିଁ । ଏହାଦ୍ବାରା ମନୁଷ୍ୟର ମନ ମଧ୍ୟ ପବିତ୍ର ହୋଇଥାଏ । ଏପରି ବ୍ୟକ୍ତିକୁ କେବେ ରୋଗ ହୁଏ ନାହିଁ ।

୨ . ତୁଳସୀ ପୂଜା:-

ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ । ତୁଳସୀଙ୍କୁ ଭଗବାନ ବିଷ୍ଣୁଙ୍କ ଅର୍ଧଙ୍ଗିନୀ କୁହାଯାଏ । ପ୍ରତ୍ୟେକ ଦିନ ଯେଉଁ ବ୍ୟକ୍ତି ତୁଳସୀ ପୂଜା କରିଥାଏ , ସାଧାରଣତଃ ମହିଳା ମାନେ ଯଦି ପ୍ରତ୍ୟେକ ଦିନ ତୁଳସୀ ପୂଜା କରନ୍ତି ତେବେ ଜୀବନରେ ଦୁର୍ଭାଗ୍ୟ ସୌଭଗ୍ୟରେ ପରିଣତ ହୋଇଯାଏ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ । ସେହି ମହିଳାଙ୍କୁ ପତିବ୍ରତା କୁହାଯାଇଛି । ତେଣୁ ଘରେ ତୁଳସୀ ଗଛ ରହିବା ଉଚିତ । ଯାହାଦ୍ୱାରା ଘରର ପବିତ୍ରତା ବଜାୟ ରହିଥାଏ । ଏହାଦ୍ବାରା ଦୁଃଖ ମଧ୍ୟ ଆସେନାହିଁ । ତୁଳସୀକୁ ଜଳ ଚଢ଼ାଇବା ଦ୍ୱାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ଦୀପ ଜାଳିବା ଉଚିତ ।

୩ . ଗାଈର ସେବା:-

ଦୁନିଆର ସବୁଠାରୁ ମହାନ କାମ ହେଉଛି ଗାଈର ସେବା । ଆମ ହିନ୍ଦୁ ଧର୍ମରେ ଗାଈ ମାତାଙ୍କ ସ୍ଥାନ ଦିଆଯାଇଛି । ଏମିତିକି ଗୋମାତାଙ୍କ ମଧ୍ୟରେ ତେତିଶ କୋଟି ଦେବାଦେବୀ ଏବଂ ପିତୃ ପୁରୁଷଙ୍କ ଆତ୍ମା ମଧ୍ୟ ବାସ କରିଥାଏ । ତେଣୁ ପ୍ରତ୍ୟେକ ଦିନ ଗୋମାତାଙ୍କ ସେବା କଲେ ଏବଂ ରୁଟି ଖୁଆଇଲେ ଜୀବନରେ ସମସ୍ୟା ରହେ ନାହିଁ ଏବଂ ଉନ୍ନତି ହୋଇଥାଏ । ଗାଈର ସେବା କଲେ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଥାଏ ।ମନୁଷ୍ୟକୁ ମୋକ୍ଷ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *