ଏଭଳି ଲୋକଙ୍କ ଘରେ କେବେ ବି ଧନ ତିଷ୍ଠି ନଥାଏ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଲୀଳାମୟ ଏବଂ ତାଙ୍କୁ ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ, ଯାହା ବହୁତ କମ୍ ଲୋକଙ୍କୁ ଜଣା ଥିବ। ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ କିଛି ଏଭଳି କଥା କହିଛନ୍ତି, ଯାହା ଆପଣଙ୍କୁ ନିଶ୍ଚିତ ଭାବରେ ଜାଣିବା ଆବଶ୍ୟକ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେଉଁ ଘରେ ସକାଳୁ ଓ ସଞ୍ଜରେ ଘିଅର ଦୀପ ପ୍ରଜ୍ବଳନ କରାଯାଇଥାଏ, ତାଙ୍କ ଘରେ ସ୍ଵୟଂ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। ମାନ୍ୟତା ରହିଛି କି ଘରକୁ ଆସୁଥିବା ଅତିଥିଙ୍କୁ କେବେବି ଅସମ୍ମାନ କରିବା ଉଚିତ ନୁହେଁ। ଆମ ପାଖରେ ଅର୍ଥ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ନ ରହିବାର କାରଣ ହେଉଛି, ଆମ ଦ୍ଵାରା ଜାଣତରେ ହେଉ ଅବା ଅଜାଣତରେ କିଛି ଭୁଲ ହୋଇ ଯାଇଥାଏ। ମାନ୍ୟତା ରହିଛି କି ଦେବୀ ଲକ୍ଷ୍ମୀ ଚଞ୍ଚଳା ଅଟନ୍ତି। ସେ ଗୋଟେ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତି ନାହିଁ।

ଆମ ଦ୍ଵାରା କିଛି ଭୁଲ ହେବା ଯୋଗୁଁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି। ତେବେ ଆସନ୍ତୁ ଆପଣଙ୍କ ଦ୍ଵାରା କେଉଁ ଭୁଲ ଯୋଗୁଁ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି ଏବଂ କେଉଁ ଭୁଲକୁ ଆପଣ ସୁଧାରିବା ଆବଶ୍ୟକ। ଶାସ୍ତ୍ର ଅନୁସାରେ ଦିବ୍ୟ ଶକ୍ତି ସେହିଠାରେ ବାସ କରିଥାଏ, ଯେଉଁଠାରେ ପରିଷ୍କାର ପରିଚ୍ଛନ୍ନ ପରିବେଶ ହୋଇଥାଏ। ଅର୍ଥାତ ଯେଉଁ ଘର ସର୍ବଦା ଅପରିଷ୍କାର ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଏହି ଘରେ କେବେବି ଧନ ତିଷ୍ଠି ରହି ନଥାଏ।

ଠାକୁର ପୂଜା କରିବା ସମୟରେ ଧ୍ୟାନ ରଖିବା ଉଚିତ ଯେ ଠାକୁର ଘର ପରିଷ୍କାର ରହିବା ଉଚିତ ଏବଂ କୌଣସି ଦେବୀ ଓ ଦେବତାଙ୍କ ମୂର୍ତ୍ତି ଖଣ୍ଡିତ ରହିବା ଉଚିତ ନୁହେଁ। ନଚେତ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡିପାରେ। ସର୍ବଦା ଘର ମଧ୍ୟକୁ ପ୍ରବେଶ କରିବା ପରେ ଅଧିକାଂଶ ଲୋକେ ହାତ ଗୋଡ଼ ଧୋଇ ନଥାନ୍ତି। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ବାହାରୁ ଆସି ଗୋଡ଼ ହାତ ଧୋଇ ଘର ମଧ୍ୟକୁ ପ୍ରବେଶ କରିବା ଉଚିତ।

ଯେଉଁ ଘରେ ନାରୀ ମାନଙ୍କୁ ଅନାଦର କରାଯାଇଥାଏ, ସେଠାରେ କେବେବି ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଘରର ରୋଷେଇ ଘର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ମାନ୍ୟତା ରହିଛି କି ରୋଷେଇ ଘରେ ଦେବୀ ଲକ୍ଷ୍ମୀ ଓ ଅନ୍ନପୂର୍ଣ୍ଣା ବାସ କରିଥାନ୍ତି। ରୋଷେଇ ଘରେ ପରିବାର ଲୋକଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। ତେଣୁ ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। ରାତିରେ ଶୋଇବା ସମୟରେ କେବେବି ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ। ଘରକୁ ମନ୍ଦିର ସହିତ ତୁଳନା କରାଯାଏ। ଘର ଭିତରକୁ ଯିବା ସମୟରେ ବାହାରେ ପିନ୍ଧୁଥିବା ଜୋତା ବ୍ୟବହାର କରନ୍ତୁ ନାହିଁ, ଏହାଦ୍ବାରା ଈଶ୍ବରଙ୍କ ଅପମାନ ହୋଇଥାଏ।

Leave a Reply

Your email address will not be published. Required fields are marked *