ଆପଣ ପିନ୍ଧୁଥିବା ଜୋତା ଆପଣଙ୍କୁ ବନେଇ ପାରେ କୋଟିପତି ! ଜାଣନ୍ତୁ କିପରି !

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଶିଶୁ ଜନ୍ମ ହେବା ପରେ ତାର ରାଶିରୁ ଭଗୁଆ, ଭବିଷ୍ୟତ, ଚାଲିଚଳନ ବିଷୟରେ ନିର୍ଦ୍ଧାରିତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ ନିଜ ରାଶି ଅନୁସାରେ କେଉଁ ରଙ୍ଗର ଜୋତା ପରିଧାନ କରିବା ଅବଶ୍ୟକ। ଯାହାଫଳରେ ଆପଣଙ୍କ ଭାଗ୍ୟ ବଦଳି ଯିବ। ଆପଣଙ୍କ ଭାଗ୍ୟ ଖରାପ ହୋଇଥିଲେ ବା ପିତ୍ରୁଦୋଷ କାରଣରୁ ଆପଣ ଜ୍ୟୋତିଷ ମାନଙ୍କ ପାଖକୁ ଯାଇଥାନ୍ତି। ସେମାନେ ଆପଣଙ୍କୁ ଉପଦେଶ ଦେଇଥାନ୍ତି କି, ଆପଣ ନିଜ ରାଶି ଅନୁସାରେ ଏହି କାର୍ଯ୍ୟ କରନ୍ତୁ।

ମାନ୍ୟତା ରହିଛି କି ଘରର ସାମ୍ନାରେ କେବେବି ଜୋତା ରଖିବା ଉଚିତ ନୁହେଁ। କାରଣ ଦେବୀ ଲକ୍ଷ୍ମୀ ଜୋତା ଡେଇଁ ଘରକୁ ଯାଇ ନଥାନ୍ତି। କହିବାକୁ ଗଲେ ବ୍ୟକ୍ତିର ଦୁର୍ଭାଗ୍ୟ ଓ ସୌଭାଗ୍ୟ ବ୍ୟକ୍ତିର ଜୋତା ମଧ୍ୟରେ ସୀମିତ ରହିଥାଏ। ଆପଣ ସର୍ବଦା ଧ୍ୟାନ ରଖନ୍ତୁ କି, କେବେବି ଅନ୍ୟମାନଙ୍କର ଜୋତା ଡେଇଁ ଯାଆନ୍ତୁ ନାହିଁ। ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଆପଣ ନିଜ ରାଶି ଅନୁସାରେ କେଉଁ ରଙ୍ଗର ଜୋତା ପିନ୍ଧିବା ଆବଶ୍ୟକ।

ଯେଉଁମାନେ ଭଗବାନ ଶନିଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ନୀଳ ରଙ୍ଗର ଜୋତା ପରିଧାନ କରନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ସର୍ବଦା ଭଗବାନ ଶନିଙ୍କ କୃପା ଦୃଷ୍ଟି ରହିବ। କହିବାକୁ ଗଲେ ଭଗବାନ ଶନିଙ୍କ ପ୍ରିୟ ରଙ୍ଗ ହେଉଛି କଳା ରଙ୍ଗ। କିନ୍ତୁ ନୀଳ ରଙ୍ଗ ବହୁତ ପ୍ରଭାବିତ ଅଟେ। ଯେଉଁମାନେ ଖୁବ୍ ଶୀଘ୍ର ଧନ ପ୍ରାପ୍ତ କରିବାକୁ ବା ଧର୍ମ ମାର୍ଗରେ ଯିବା ପାଇଁ ବା ଆର୍ଥିକ ସଙ୍କଟ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ଶନିବାର ଦିନ ନୀଳ ରଙ୍ଗର ଜୋତା ବ୍ୟବହାର କରନ୍ତୁ।

ଯେଉଁମାନେ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରୁଛନ୍ତି, ସେମାନେ ମଙ୍ଗଳବାର ଦିନ ଲାଲ ରଙ୍ଗର ଜୋତା ବ୍ୟବହାର କରନ୍ତୁ। ଏହାଦ୍ବାରା ପ୍ରଭୁ ହନୁମାନଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। କହିବାକୁ ଗଲେ ମନୁଷ୍ୟର ଜୀବନ ଉପରେ ରଙ୍ଗର ପ୍ରଭାବ ବହୁତ ରହିଥାଏ। ଯେଉଁମାନେ ତନ୍ତ୍ର ସାଧନା କରିବାକୁ ଚାହୁଁଛନ୍ତି ବା ବାବା ଭୈରବଙ୍କୁ ପୂଜାର୍ଚ୍ଚନା କରୁଛନ୍ତି, ତାହେଲେ କଳା ରଙ୍ଗର ଜୋତା ଆଣି ପରିଧାନ କରିବା ଉଚିତ।

Leave a Reply

Your email address will not be published. Required fields are marked *