କଣ ପତିଙ୍କୁ ତାଙ୍କ ପତ୍ନୀଙ୍କରର ପାଦ ଘଷିବା ଉଚିତ? ଜାଣନ୍ତୁ ବିସ୍ତାର ରୂପରେ –

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ଶାସ୍ତ୍ର ଅନୁସାରେ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଏ। ଲୋକକଥା ଅନୁସାରେ ପତ୍ନୀଙ୍କୁ ତାଙ୍କ ପତିଙ୍କ ଅଇଁଠା ସେବନ କରିବା ଉଚିତ। ତାଙ୍କୁ ଦେବତା ମାନିବା ଉଚିତ ବୋଲି କୁହାଯାଇଛି। କିନ୍ତୁ ଆଜିର ଆଧୁନିକ ଯୁଗରେ ଏଭଳି ଚଳନି ଉପରେ ପ୍ରତିବନ୍ଧ ଲଗା ଯାଇଛି। କାରଣ କୌଣସି ସ୍ତ୍ରୀଙ୍କ ଯୋଗୁଁ ତାଙ୍କ ସ୍ବାମୀଙ୍କ ଭାଗ୍ୟ ଭଲ ବା ଖରାପ ହେଉଥିଲେ, ଜଣେ ପୁରୁଷ ଯୋଗୁଁ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ଭାଗ୍ୟ ଭଲ ବା ଖରାପ ଆଡ଼କୁ ଗତି କରିଥାଏ। କାରଣ ବିବାହିତ ଦମ୍ପତ୍ତି ବିବାହରେ ସାତଟି ବଚନ ପରସ୍ପରକୁ ଦେଇଥାନ୍ତି।

ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଏହି ଦୁନିଆର ସବୁଠାରୁ ସୁନ୍ଦର ଓ ଖାସ ସମ୍ପର୍କ ବୋଲି କୁହାଯାଇଛି। ମାନ୍ୟତା ରହିଛି କି ଯୋଡ଼ି ସ୍ଵର୍ଗରୁ ତିଆରି ହୋଇଥାଏ ଏବଂ ପୃଥିବୀ ପୃଷ୍ଠରେ ମିଳନ ହୋଇଥାଏ। ବିବାହିତ ଦମ୍ପତ୍ତି ବିବାହ ପୂର୍ବରୁ ପରସ୍ପରକୁ ଜାଣି ନଥିଲେ ମଧ୍ୟ ବିବାହ ପରେ ମରିବା ପର୍ଯ୍ୟନ୍ତ ସାଥିରେ ରହିଥାନ୍ତି। ଏହାସହିତ ଜୀବନରେ ସମସ୍ତ ମୁହୂର୍ତ୍ତକୁ ଏକସହିତ ଅତିବାହିତ କରିଥାନ୍ତି ଏବଂ ସବୁ ସଙ୍କଟକୁ ଏକାସାହିତ ମୁକାବିଲା କରିଥାନ୍ତି।

ଜଣେ ସ୍ଵାମୀ ତାର ସ୍ତ୍ରୀ ପାଖରୁ ଆଶା ରଖିଥାଏ କି, ତାର ସ୍ତ୍ରୀ ତାକୁ ବୁଝି ପାରୁ ଏବଂ ତାର ସେବା କରୁ। ଜଣେ ସ୍ତ୍ରୀ ତାର ସ୍ବାମୀଙ୍କ ପାଖରୁ ଆଶା ରଖିଥାଏ କି, ତାର ସ୍ବାମୀ ତାର ଯତ୍ନ ନିଅନ୍ତୁ।ତାର କଥାକୁ ସମର୍ଥନ କରନ୍ତୁ ଏବଂ ତାର କଥା ବୁଝନ୍ତୁ। ଏହାସହିତ ଘର କାମରେ ମଧ୍ୟ ତାକୁ ସାହାଯ୍ୟ କରନ୍ତୁ। ଆଜିକାଲି ପୁରୁଷ ମାନେ ନିଜ ପତ୍ନୀଙ୍କୁ ତାଙ୍କ ବରାବର ଭାବନ୍ତି ନାହିଁ।

ଏହାସହିତ ନିଜକୁ ଦେବତା ଭାବିବାର ଭୁଲ କରି ବସି ଥାଆନ୍ତି। ସତ କହିବାକୁ ଗଲେ ଜଣେ ନାରୀ ହିଁ ତାର ଘରର ମୁଖିଆ ଅଟେ। ସେ ସନ୍ତାନକୁ ପାଳିବା ସହିତ ଅର୍ଥ ଉପାର୍ଜନ କରିବାର କ୍ଷମତା ରଖିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ସମୟରେ ପତି ତାଙ୍କ ପତ୍ନୀଙ୍କର ଚରଣ ସ୍ପର୍ଶ କରିବା ଉଚିତ।

ପ୍ରଥମେ ହେଉଛି, ଜଣେ ପୁରୁଷ ତାର ପତ୍ନୀ ସନ୍ତାନ ଜନ୍ମ ଦେବାକୁ ଯାଉଥିବା ସମୟରେ ତାର ଚରଣ ସ୍ପର୍ଶ କରିବା ଉଚିତ। କାରଣ ପତ୍ନୀ ଆପଣଙ୍କ ବଂଶ ବୃଦ୍ଧି କରିଥାଏ। ସେ ବହୁତ କଷ୍ଟ ସହି ବଂଶର ସନ୍ତାନକୁ ଜନ୍ମ ଦେଇଥାଏ। ଦ୍ଵିତୀୟରେ ହେଉଛି ଯେତେବେଳେ ପତ୍ନୀର ମୃତ୍ୟୁ ହୋଇଥାଏ, ସେତେବେଳେ ପତି ତାର ପତ୍ନୀଙ୍କର ଚରଣ ସ୍ପର୍ଶ କରିଥାଏ। ଅର୍ଥାତ ଜୀବନକାଳ ମଧ୍ୟରେ ଯଦି ପତି ତାଙ୍କ ପତ୍ନୀଙ୍କ ପ୍ରତି ଦାୟିତ୍ୱ ତୁଲାଇବାରେ ଅବହେଳା କରିଥିବେ, ତାହେଲେ କ୍ଷମା ପ୍ରାର୍ଥନା କରିଥାନ୍ତି।

ଜଣେ ପତ୍ନୀ କଷ୍ଟ ପାଉ ଥିଲେ, ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ପତିଙ୍କର ହୋଇଥାଏ। କାରଣ ତାଙ୍କ ପତ୍ନୀ ତାଙ୍କର ହାତ ଧରି ପରିବାର ଚଳାଇଛନ୍ତି, ଏହାସହିତ ସମସ୍ତଙ୍କ ଧ୍ୟାନ ରଖିଛନ୍ତି। ସେଥିପାଇଁ ନାରୀ ସର୍ବଦା ବରାବର ସମ୍ମାନ ପାଇବା ଉଚିତ। ଏଥିପାଇଁ ଅନେକ ବଡ ବଡ ଜ୍ଞାନୀ ପ୍ରବଚନ ଦେଇଥାନ୍ତି କି ନାରୀ ଜାତିକୁ ସମ୍ମାନ ଦିଆଯାଉ। କିନ୍ତୁ କେହି କାର୍ଯ୍ୟରେ କରି ନଥାନ୍ତି।

Leave a Reply

Your email address will not be published. Required fields are marked *