ଯେଉଁ ଘରେ ପାରା ଅଣ୍ଡା ଦେଇଥାଏ , ଜାଣନ୍ତୁ ସେହି ଘରେ କଣ ହୋଇଥାଏ ?

ଏପରି କୁହାଯାଏ ଯେ ସଫଳତା ମିଳିବା ଖୁବ କଷ୍ଟକର ହୋଇଥାଏ । କଠିନ ପରିଶ୍ରମ ଦ୍ୱାରା ହିଁ ସଫଳତା ମିଳିଥାଏ । କିନ୍ତୁ ଅନେକ ପରିଶ୍ରମ ସତ୍ତ୍ୱେବି ଅନେକ ଲୋକଙ୍କୁ ସଫଳତା ମିଳି ନଥାଏ । ଏହାର ଅନେକ କାରଣ ରହିଛି ।ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପକ୍ଷୀ ମାନଙ୍କୁ ପାଳିବା ଏବଂ ସେମାନଙ୍କୁ ଖାଦ୍ୟ ଖୁଆଇବା ଖୁବ ଭଲ କାମ ବୋଲି ମାନା ଯାଇଥାଏ ।

କିନ୍ତୁ ଏପରି କରିବା ସମୟରେ ଲୋକେ କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଯାହାକି ମନୁଷ୍ୟର ଦୁର୍ଭାଗ୍ୟ ନେଇ ଆସିଥାଏ । ଘରକୁ ପାରା ଆସିଲେ ଶୁଭ ସଙ୍କେତ ମିଳିଥାଏ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି କୁହାଯାଇଥାଏ ।କିନ୍ତୁ ପାରାକୁ ନିଜ ଛାତ ଉପରେ ଖାଇବାକୁ ଦେବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ ।

ପାରାକୁ ଚାରା ଦେବା ବୁଧ ଗ୍ରହ ସହିତ ସମ୍ବନ୍ଧିତ ଅଟେ ଏବଂ ଛାତ ରାହୁ ସମ୍ବନ୍ଧୀୟ ଅଟେ । ତେଣୁ ଯେଉଁ ବ୍ୟକ୍ତିଙ୍କ ଜାତକରେ ବୁଧ ଦୁର୍ବଳ ଥାଏ ସେହି ବ୍ୟକ୍ତି ପାରାକୁ ଚାରା ଖୁଆଇବା ଉଚିତ । ଯଦି ପାରା ଛାତ ଆପରିଷ୍କାର କରେ ତେବେ ରାହୁ ଦୋଷ ଲାଗିଥାଏ । ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଯେ ପାରା ଖାଇ ସାରିବା ପରେ ଛାତକୁ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ।

ପାରା ଘରେ ବସା ବାନ୍ଧିଲେ ଅଶୁଭ ହୋଇଥାଏ । ପାରାର ପରକୁ ନାଲି ମୋୖଲି ସୁତାରେ ବାନ୍ଧି ଘରର ଧନ ରଖା ଯାଉଥିବା ସ୍ଥାନରେ ରଖିଦେଲେ , ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ । ଘରେ ମହୁବସା ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଘରେ ବୁଢିଆଣି ଜାଲ ମଧ୍ୟ ଅଶୁଭତାର କାରଣ ହୋଇଥାଏ ।

ଘରେ ଭଙ୍ଗା ଆଇନାର ବ୍ୟବହାର ମାନସିକ ଅସୁସ୍ଥତାର କାରଣ ହୋଇଥାଏ । ଏକ ବର୍ଷରୁ କମ ବୟସର ଶିଶୁଙ୍କୁ ଆଇନା ଦେଖିବା ଅଶୁଭ ହୋଇଥାଏ । ଘରେ ଭଙ୍ଗା କାଚ ଜମା କରି ରଖିବା , ଘରକୁ ବାଦୁଡ଼ି ଆସିବା । ଘରେ ଅବ୍ୟବହୃତ ଜିନିଷ ଏବଂ ଆବର୍ଜନା ରଖିବା ଅଶୁଭ ହୋଇଥାଏ ।

ଏହାବ୍ୟତୀତ ଯେଉଁ ଘରେ ଜଳ ଅପଚୟ ହୋଇଥାଏ ସେହି ଘରକୁ ଦାରିଦ୍ର୍ୟତା ଆସିଥାଏ । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ହଠାତ ଆପଣଙ୍କ ସାମ୍ନାକୁ କେହି ବିବାହିତା ସ୍ତ୍ରୀ କିମ୍ବା ଗାଈ ଆସି ଯାଉଛି ସେହି ବ୍ୟକ୍ତିକୁ ସଫଳତା ମିଳିଥାଏ । କାଉ ନିଜ ଥୋଣ୍ଟ ଦ୍ୱାରା ମାଟି ତାଡୁଥିବାର ଦେଖାଗଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ ।

କୌଣସି ସ୍ଥାନକୁ ଯିବା ସମୟରେ ବିରାଡ଼ି ରାସ୍ତା କାଟିଲେ ତାହା ଅଶୁଭ ହୋଇଥାଏ ଏବଂ ଏହା ସହିତ ବିରାଡ଼ି ଯଦି କୌଣସି ଖାଦ୍ୟ ଧରି ଆପଣଙ୍କ ସାମ୍ନାକୁ ଆସି ଶବ୍ଦ କରୁଛି ତେବେ ତାହା ମଧ୍ୟ ଅଶୁଭ ହୋଇଥାଏ । ଯାଉଥିବା ସମୟରେ ବିରାଡ଼ି ଯଦି ବାମ ପଟକୁ ଦେଖେ ତେବେ ଶୁଭ ହୋଇଥାଏ ମାତ୍ର ଡାହାଣ ପଟକୁ ଦେଖିଲେ ତାହା ଅଶୁଭ ହୋଇଥାଏ । ଯଦି ବିରାଡ଼ି ଆପଣଙ୍କ ପାଖକୁ ଆସି ଶୁଙ୍ଘିବାକୁ ଲାଗେ ତେବେ ଏହା କୌଣସି ଖରାପ ଘଟଣାର ସଙ୍କେତ ଦେଇଥାଏ ।

ବିରାଡ଼ି ଯଦି କେହି ବିବାହିତା ମହିଳାଙ୍କ ମଥା ଚାଟିଥାଏ ତେବେ ଏହାର ଅର୍ଥ ବହୁତ ଜଲଦି ବିବାହିତା ମହିଳା ଜଣକ ବିଧବା ହୋଇଯିବେ । ଶୁଭ କାର୍ଯ୍ୟରେ ଯାଉଥିବା ସମୟରେ ହଂସ ଏବଂ ଧଳା ବର୍ଣ୍ଣର ପଶୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ କାଦୁଅ ପଙ୍କରେ ଥିବା ଘୁଷୁରୀ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଅଶୁଭ ସଙ୍କେତ ଅଟେ ।

Leave a Reply

Your email address will not be published. Required fields are marked *