ଏହି ଜିନିଷରେ ସ୍ତ୍ରୀର ମନକୁ ମିଳିଥାଏ ଶାନ୍ତି, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବନ୍ଧୁଗଣ ମନକୁ ଶାନ୍ତି କିପରି ମିଳିଥାଏ, ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଜିର ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ନିଜର ସୁଖ ସୁବିଧା ପାଇଁ ଅନେକ କିଛି ପ୍ରକଳ୍ପ ସୃଷ୍ଟି କରିଛି। କିନ୍ତୁ ମନୁଷ୍ୟ ନିଜ ଶରୀର ପ୍ରତି ଓ ଆତ୍ମା ପ୍ରତି ଯତ୍ନବାନ ହେଉ ନାହିଁ। ଯେତେ ସୁଖ ସମୃଦ୍ଧି ପାଇଲେ ମଧ୍ୟ ମନୁଷ୍ୟକୁ ଶାନ୍ତି ପ୍ରାପ୍ତ ହେଉ ନାହିଁ। ମନୁଷ୍ୟ ନିଜ ମନର ଶାନ୍ତି ପାଇବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଏବଂ ଅନେକ ଗୁଡ଼ିଏ ଉପାୟ ମଧ୍ୟ କରୁଛି।

କୁହାଯାଏ କି ପାଖରେ ଯେତେ ଧନସମ୍ପତ୍ତି ରହିଥିଲେ ମଧ୍ୟ ଯଦି ମନରେ ଶାନ୍ତି ନଥିବ, ତାହେଲେ ସ୍ବର୍ଗ ନର୍କ ଭଳି ଅନୁଭବ ହେବ। ଅଧିକାଂଶ ଲୋକେ ମନର ଶାନ୍ତି ପାଇବା ପାଇଁ ନିଶା ସେବନ କରିଥାନ୍ତି। କିନ୍ତୁ ଏହା ଭୁଲ ଅଟେ। ମଦ୍ୟପାନ କଲେ କିପରି ମନର ଶାନ୍ତି ଆସି ଯାଇଥାଏ, ଏହା ଏକ ଅଦ୍ଭୁତ ଓ ମିଥ୍ୟା ତଥ୍ୟ ଅଟେ। ଲୋକେ ନିଜର ମନୋରଞ୍ଜନ କରିବା ପାଇଁ ନିଶା ସେବନ କରିଥାନ୍ତି। କାରଣ ନିଶା ସେବନ କରି ଆଜି ପର୍ଯ୍ୟନ୍ତ କୌଣସି ପୁରୁଷ ବା ତାର ପରିବାର ଶାନ୍ତିରେ ନାହାନ୍ତି, ବରଂ ନିଶା ସେବନ କରି ପରିବାରକୁ ଅଶାନ୍ତିରେ ରଖୁଛନ୍ତି।

ଆଜି ଆମେ ଆପଣଙ୍କୁ ପାଞ୍ଚ ଗୋଟି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଶାନ୍ତି ପାଇ ପାରିବେ। ପ୍ରଥମେ ହେଉଛି ମହିଳା ମାନଙ୍କ ପାଖରେ ଶାନ୍ତି ରହିଛି। ପୁରୁଷ ବ୍ୟକ୍ତି ମଦ୍ୟପାନ କରି ଘରେ ଅଶାନ୍ତି ବାତାବରଣ ସୃଷ୍ଟି କରି ଥାଆନ୍ତି। ଯଦି ଆପଣ ନିଜ ମନକୁ ଶାନ୍ତ ରଖିବାକୁ ଚାହୁଁଛନ୍ତି, ତାହେଲେ ଘରେ ଥିବା ନିଜ ମାଆ ବା ପତ୍ନୀଙ୍କ କୋଳରେ ଯାଇ ଶୋଇ ପଡନ୍ତୁ। ସେ ଆପଣଙ୍କ ମୁଣ୍ଡକୁ ଆଉଁସି ଦେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଶାନ୍ତି ପ୍ରାପ୍ତ ହେବ।

ଯଦି କୌଣସି ବ୍ୟକ୍ତିଙ୍କ କଥା ଆପଣଙ୍କୁ ବହୁତ ଆଘାତ ଦେଇଛି, ତାହେଲେ ଆପଣ କୌଣସି ଏକାନ୍ତ ଜାଗାରେ ଏକଲା ବସନ୍ତୁ। ଅର୍ଥାତ୍ ଆପଣ ନିଜ ସହିତ ସମୟ ଅତିବାହିତ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଶାନ୍ତି ପ୍ରାପ୍ତ ହେବ। ଏଭଳି ମାନ୍ୟତା ରହିଛି କି, ସକାରାତ୍ମକ ଉର୍ଜା ଓ ଆଶୀର୍ବାଦ ପାଇବା ପାଇଁ କୌଣସି ବୃଦ୍ଧ ମହିଳାଙ୍କ ପାଦ ସ୍ପର୍ଶ କରିବା ଉଚିତ। ଯଦି ଆପଣ ସର୍ବଦା ଖୁସିରେ ରହିବାକୁ ଚାହୁଁଛନ୍ତି, ତାହେଲେ ମାସରେ ଥରେ କୌଣସି ସ୍ଥାନକୁ ଭ୍ରମଣରେ ଯାଆନ୍ତୁ। କାରଣ ଭ୍ରମଣ ଆପଣଙ୍କୁ ସୁଖ ଦେବା ସହିତ ଅନେକ କଥା ଶିଖାଇ ଥାଏ।

Leave a Reply

Your email address will not be published. Required fields are marked *