ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ରହିବାର ଦିନ ଭୁଲରେ ମଧ୍ୟ ଖାଇବା ଉଚିତ ନୁହେଁ ଏହି ୪ ଗୋଟି ଜିନିଷ, ତାହେଲେ ଘରକୁ ମାଡି ଆସିବ ଦାରିଦ୍ର୍ୟତା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। କହିବାକୁ ଗଲେ ପ୍ରତ୍ୟେକ ଗ୍ରହ ଓ ଦେବୀ ଦେବତା ସପ୍ତାହର ଦିନ ଗୁଡ଼ିକ ସମର୍ପିତ ଅଟେ। କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ସୁଦୃଢ ରହିଥିଲେ କୌଣସି ଗ୍ରହର ଅଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିବ ନାହିଁ। କିନ୍ତୁ କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଅଶୁଭ ସ୍ଥିତିରେ ରହିଥିଲେ, ଏହାର ଅନେକ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ରବିବାର ଦିନ ଦିନ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ। ଏହାସହିତ କେଉଁ ଶୁଭ କାର୍ଯ୍ୟ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ରବିବାର ଦିନ ଧଳା ଲୁଣ ନ ଖାଇ ଆପଣ ସୈନ୍ଧବ ଲୁଣ ସେବନ କରନ୍ତୁ। ରବିବାର ଦିନ ଦିନ ଯଦି ଆପଣ କ୍ଷୀର ଗରମ କରୁଛନ୍ତି, ତାହେଲେ ଧ୍ୟାନ ରଖନ୍ତୁ କି ଯେପରି କ୍ଷୀର ଉତୁରି ନଯାଏ। ଯଦି ଆପଣ ନିଜ କ୍ୟାରିୟରକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତାହେଲେ ରବିବାର ଦିନ କଦାପି ସୋରିଷ ତେଲର ସେବନ କରନ୍ତୁ ନାହିଁ। କୁହାଯାଏ କି ରହିବାର ଦିନ ତମ୍ବା ବସ୍ତୁ ବିକ୍ରି କରିବା ଉଚିତ୍ ନୁହେଁ। ଏହିଦିନ ମାଂସ, ମଦିରା ଆଦିର ସେବନ କରିବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।

ଅଧିକାଂଶ ଲୋକେ ଗାଧୋଇବା ପୂର୍ବରୁ ତେଲ ମାଲିଶ କରି ସ୍ନାନ କରିବାକୁ ଯାଇଥାନ୍ତି। ରବିବାର ଦିନ ତେଲ ମାଲିଶ କରିବା ଅନୁଚିତ। ସାଧାରଣତଃ ଲୋକେ ରବିବାର ଦିନ ଦାଢ଼ି , ଚୁଟି, ନଖ ଆଦି କାଟି ଥାଆନ୍ତି। ଶାସ୍ତ୍ର ଅନୁସାରେ ଏହିଦିନ ଏସବୁ କାର୍ଯ୍ୟ କରିବା ଅନୁଚିତ। କିନ୍ତୁ ଆପଣ ପ୍ରତ୍ୟେକ ବାର ଦିନ ଆପଣଙ୍କ ସୁବିଧା ଅନୁସାରେ ସକାଳୁ ସୂର୍ଯ୍ୟାସ୍ତ ମଧ୍ୟରେ ନଖ, ଚୁଟି, ଦାଢ଼ି କାଟି ପାରିବେ। ରବିବାର ଦିନ ଆପଣ ଅନେକ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ କରି ପାରିବେ।

ଯଦି ଆପଣଙ୍କ ଘରେ ଅଧିକ କଳି ଝଗଡା ଲାଗି ରହୁଛି, ତାହେଲେ ଗୋଟେ ଲାଲ କପଡ଼ା ନେଇ ସେଥିରେ ଅଳ୍ପ ଗହମ ରଖନ୍ତୁ। ତାପରେ ଏହାକୁ କୌଣସି ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ। ନଚେତ ଏହାକୁ କୌଣସି ମନ୍ଦିରରେ ପୂଜାର୍ଚ୍ଚନା କରି ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କ ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ଏହାସହିତ ଆପଣ ରବିବାର ଦିନ ଗୋଟେ ଲୋଟା ଜଳରେ ଅଳ୍ପ ହଳଦୀ ମିଶାଇ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦେଖିବେ ଭଗବାନ ସୂର୍ଯ୍ୟଙ୍କ କୃପାରୁ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ।

Leave a Reply

Your email address will not be published. Required fields are marked *