ଘରେ ଏହି ଦିଗରେ ଜୋତା ଏବଂ ଚପଲ ଭୁଲରେ ବି ରଖନ୍ତୁ ନାହିଁ,ଘରକୁ ବିପଦ ମାଡ଼ି ଆସିବ !

ବନ୍ଧୁଗଣ ଆମର ବ୍ୟବହାର, ଆଚରଣ ଏବେ ଆମର ଅଭ୍ୟାସ ହିଁ ଆମ ଜୀବନର ଦଶା ଏବଂ ଦିଶା କୁ ନିର୍ଧାରିତ କରିଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିଜର ବ୍ୟବହାର, ଆଚରଣ ଏବଂ ଅଭ୍ୟାସ ର ଗଭୀର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ | ତେବେ ଯଦି ଆମର ଅଭ୍ୟାସ ବାସ୍ତୁ ଅନୁଯାୟୀ ହୋଇଥାଏ ତେବେ ଆମ ଜୀବନ ରେ ଉନ୍ନତି ହୋଇଥାଏ |

ତେବେ ଅନ୍ୟପଟେ ଯଦି ଆମ ଆଚରଣ ଏବଂ ଅଭ୍ୟାସ ବାସ୍ତୁ ଅନୁଯାୟୀ ହୋଇନଥାଏ ତେବେ ଆମ ଜୀବନ ର ଅଧୋଗତି ହୋଇଥାଏ | ଭଲ ଅଭ୍ୟାସ ଆମ ଜୀବନ କୁ ସରଳ ସୁନ୍ଦର କରିଥାଏ ତେବେ ଖରାପ ଅଭ୍ୟାସ ଆମକୁ ଦୁଃଖ ଦରିଦ୍ରତା ଦେଇଥାଏ | ଆମ ଜୀବନ ରେ ଏମିତି ଅନେକ ଛୋଟ ଛୋଟ ଘଟଣା କୁ ଆମେ ଅଣଦେଖା କରିଦେଇଥାଉ | କିନ୍ତୁ ସର୍ଜୀବ ସହ ନିର୍ଜୀବ ର ଅନେକ ସମ୍ବଦ୍ଧ ରହିଥାଏ | ଯାହା ବାସ୍ତୁ ସହ ଜଡିତ |

ତେବେ ଜୋତା ଚପଲ ଆମ ନିତ୍ୟ ଜୀବନ ରେ କେତେ ଜରୁରୀ ତାହା ଆମେ ସମସ୍ତେ ଜାଣିଛେ | କିନ୍ତୁ ଆମେ ଏହାର ରକ୍ଷଣି ରେ ଏମିତି କିଛି ଭୁଲ କରିଦେଇଥାଉ ଯାହା ଆମକୁ ଦୁଃଖ କଷ୍ଟ ଦେଇଥାଏ | ଜୋତା ଚପଲ ଆମ ଶରୀର ସମସ୍ତ ନକାରାତ୍ମକ ଉର୍ଜା ରହିଥାଏ | ଏହା ସହ ଆମେ ଯେଉଁ ଯେଉଁ ସ୍ଥାନ କୁ ଏହାକୁ ପିନ୍ଧିକି ଯାଉ ସେଇଠାରୁ ମଧ୍ୟ ଜୋତା ଚପଲ ରେ ନକାରାତ୍ମକ ଉର୍ଜା ଆମ ଘରକୁ ଆସିଥାଏ |

ତେଣୁ ଏହାର ଅଶୁଭ ପ୍ରଭାବ ଆମ ଜୀବନ ରେ ପଡିଥାଏ | ଏହା ବ୍ୟତୀତ ଆମେ ଆମ ଜୋତା ଚପଲ ଅନ୍ୟଙ୍କୁ ପିନ୍ଧିବାକୁ ମଧ୍ୟ ଦେଇଥାଉ ଏବଂ ନିଜେ ମଧ୍ୟ ଅନ୍ୟଙ୍କ ଚପଲ ପିନ୍ଧିଥାଉ | କିନ୍ତୁ ବାସ୍ତୁ ଅନୁଯାୟୀ ଏହିପରି କରିବା ଅଶୁଭ ହୋଇ ଥାଏ | ଆମ ବାସ୍ତୁ ଶାସ୍ତ୍ର ରେ ଜୋତା ଚପଲ କୁ ନେଇ ଅନେକ ନିୟମ କୁହାଯାଇଛି | ତେବେ ଆଜି ଆମେ ଜୋତା ଚପଲ ର ବାସ୍ତୁ ନିୟମ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା ;

ଏହି ବାସ୍ତୁ ନିୟମ ଆପଣଙ୍କ ଭାଗ୍ୟଦୋୟ କରିଦେବ –

1. ବନ୍ଧୁଗଣ ସାଧାରଣତଃ ଆମେ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି କିମ୍ବା ଫୋଟୋ ଠାକୁର ଘରେ ନିଶ୍ଚିନ୍ତ ରଖିଥାଉ | କିନ୍ତୁ ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ମା ଲକ୍ଷ୍ମୀ ଏବଂ ମାତା ଅନ୍ନପୂର୍ଣ୍ଣା ଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଦ୍ୱାରା ଘରେ କେବେ ବି ଅନ୍ନ ଏବଂ ଧନ ର ଅଭାବ ହୋଇନଥାଏ | ତେବେ ଏହି ମୂର୍ତ୍ତି କୁ ନିତ୍ୟ ସକାଳେ ସଂଜେ ପୂଜା କରିବା ସର୍ବୋତ୍ତମ ହୋଇଥାଏ |

2.ବନ୍ଧୁଗଣ ଗୋମାତା ଙ୍କ ଶରୀର ରେ ସମସ୍ତ ଦେବୀ ଦେବତା ଙ୍କ ବାସ ହୋଇଥାଏ | ସେଥିପାଇଁ ପ୍ରତିଦିନ ଗାଈକୁ ରୁଟି ଏବଂ ଗୁଡ଼ ଖାଇଦେବା ଦ୍ୱାରା କେବେ ବି ଅର୍ଥରେ ଅଭାବ ହୁଏ ନାହିଁ | ଏହା ସହ କୁକୁର କୁ ମଧ୍ୟ ରୁଟି ଖାଇବାକୁ ଦେବା ଦ୍ୱାରା ଶନିଦୋଷ ଏବଂ ରାହୁ କେତୁ ପରି ଗ୍ରହ ଜନିତ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳିଥାଏ |ଏବଂ ଏହା ଦ୍ୱାରା ପିତୃ ଙ୍କୁ ମଧ୍ୟ ମୋକ୍ଷ ମିଳିଥାଏ ଓ ଘରେ ଅନ୍ନ ଧନ ମା ଲକ୍ଷ୍ମୀ ଙ୍କର ସ୍ଥାୟୀ ବାସ ହୋଇଥାଏ |

3.ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ କରିବାର ପ୍ରଥମ ରୁଟି ଅଗ୍ନି ଦେବକୁ ଦେବା ଉଚିତ ହୋଇଥାଏ | ଏହା ସହ ସର୍ବଦା ସ୍ନାନ କରି ରୋଷେଇ କରିବା ଉଚିତ ହୋଇଥାଏ | ରୋଷେଇ କରି ସାରିବା ପରେ ବ୍ୟଞ୍ଜନ କୁ ଉତ୍ତର ଦିଗ ରେ ରଖିବା ଉଚିତ | ଏହା ସହ ଖାଦ୍ୟ ଖାଇବା ପୂର୍ବରୁ ଭଗବାନ ଭୋଗ ଲଗେଇବା ଦ୍ୱାରା ଶାରୀର ରେ କୌଣସି ରୋଗ ବ୍ୟାଧି ହୁଏ ନାହିଁ |

ଜୋତା ଚପଲ ର ବାସ୍ତୁ ନିୟମ –

ବନ୍ଧୁଗଣ ଘରର ପୂର୍ବ, ଉତ୍ତର, ଐସାନ୍ୟ ଏବଂ ଆଗ୍ନେୟ ଦିଗ ରେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ | କାରଣ ପୂର୍ବ ଦିଗ ସୂର୍ଯ୍ୟ ଦେବ ଏବଂ ଇନ୍ଦ୍ର ଦେବଙ୍କର ହୋଇଥାଏ | ଏହି ଦିଗରେ ରଖିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ ହୁଏ ଏବଂ କାର୍ଯ୍ୟରେ ସମସ୍ୟା ଆସିଥାଏ | ତେବେ ଉତ୍ତର ଦିଗ ଧନର ଦେବତା କୁବେର ଙ୍କର ହୋଇଥାଏ ଏହି ଦିଗରେ ଜୋତା ଚପଲ ରଖିବା ଦ୍ୱାରା ଦରିଦ୍ରତା ଆସିଥାଏ | ଈଶାଣ କୋଣ ରେ ଜୋତା ଚପଲ ରଖିବା ଦ୍ୱାରା ଭଗବାନ ଙ୍କୁ ଅପମାନ ହୋଇଥାଏ ଏବଂ ଆପଣଙ୍କ କୌଣସି ପୂଜା ର ଫଳ ମିଳେ ନାହିଁ | ଆଗ୍ନେୟ ଦିଗ ରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ |

ଜୋତା ଚପଲ କୁ ସର୍ବଦା ଦକ୍ଷିଣ ଏବଂ ପଶ୍ଚିମ ଦିଗ ରେ ରଖିବା ଉଚିତ | ବାହାରୁ ଆସିବା ପରେ ଜୋତା ଚପଲ କୁ କେବେ ବି ଘର ଭିତରକୁ ନିଅନ୍ତୁ ନାହିଁ | ଏହାର ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି | ତେବେ ଧାର୍ମିକ ମାନ୍ୟତା ଅନୁଯାଇ ଆମ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ତେବେ ଯେମିତି ମନ୍ଦିରକୁ ଚପଲ ପିନ୍ଧି ଯାନ୍ତି ନାହିଁ ସେହିପରି ଘରକୁ ମଧ୍ୟ ପ୍ରବେଶ ଉଚିତ ନୁହେଁ | ତେବେ ବୈଜ୍ଞାନିକ କାରଣ ଅନୁଯାୟୀ ଜୋତା ଚପଲ ରେ ଅନେକ ଜୀବାଣୁ ଏବଂ କୀଟାଣୁ ଆସିଥାନ୍ତି ଯାହା ଦ୍ୱାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇପାରେ | ତେଣୁ ଘରକୁ ଜୋତା ଚପଲ ଆଣିବା ଅନୁଚିତ |

Leave a Reply

Your email address will not be published. Required fields are marked *