ଏହା ସମସ୍ତଙ୍କୁ ଜଣା ଯେ , ଯେଉଁ ଘରେ ସବୁବେଳେ କଳହ କ୍ଳେଶ ଏବଂ ଝଗଡ଼ା ହୋଇଥାଏ ସେହିଘରେ ସମୃଦ୍ଧି ରହେନାହିଁ । ଯେଉଁଘରେ ଲୋକେ ଶାନ୍ତିରେ ରହନ୍ତି ସେହି ଘରକୁ ସମ୍ପନ୍ନତା ଏବଂ ସମୃଦ୍ଧି ଆସିଥାଏ । ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ସର୍ବଦା ରହିଥାଏ । ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ , ଯାହାଦ୍ୱାରା ଆପଣ ଏହା ଜାଣି ପାରିବେ ଯେ ଘରେ କଳହ କ୍ଳେଶ ହେଲେ କଣ ହୋଇଥାଏ ଏବଂ କଳହ କ୍ଳେଶ ହେଲେ ତାହାକୁ କିଭଳି ଅଟକାଇ ହେବ ।
ଅନ୍ୟ ଜଙ୍ଗଲକୁ ମୟୁର ଏବଂ ମୟୁର ରହିବାକୁ ଯାଇଥିଲେ ମାତ୍ର ରାଜା ଏବଂ ରାଣୀର ଦୁର୍ଦଶା ଦେଖି ସେମାନେ ଖୁବ ଦୁଃଖିତ ହେଉଥିଲେ । ଏହା ଦେଖି ମୟୁର ନିଜ ସ୍ତ୍ରୀକୁ କହିଲା ଯେ ତାର ସ୍ତ୍ରୀ ପାଇଁ ହିଁ ସେମାନେ ପୂର୍ବ ଜଙ୍ଗଲ ଛାଡ଼ି ଅନ୍ୟତ୍ର ରହିବାକୁ ଆସିଲେ । ତେବେ ରାଣୀଙ୍କ ଦୁଃଖ ଦେଖି ଦୁହେଁ ତାଙ୍କୁ ସହାୟତା କରିବାକୁ ଇଚ୍ଛା ପ୍ରକାଶ କଲେ ।
ରାଣୀର ଦୁର୍ଦଶା ଦେଖି ସେମାନେ ରାଣୀଙ୍କୁ ଧୈର୍ଯ୍ୟ ରଖିବାକୁ କହିଲେ । କାରଣ ତାଙ୍କ ଭରସାରେ ପୁରା ରାଜ୍ୟ ଅଛି । ସେମାନେ ରାଣୀଙ୍କୁ ଏପରି ଘଟଣା ଘଟିବାର କାରଣ ବିଷୟରେ ପଚାରିଲେ । ରାଣୀ ତାହା ଶୁଣାଇବା ମାତ୍ରେ ହିଁ ରାଣୀ ମଧ୍ୟ ପଥର ପାଲଟି ଯିବାରେ ଲାଗିଲେ । ଏହା ଦେଖି ମୟୁର ମୟୂରୀ ଆଶ୍ଚର୍ଯ୍ୟ ହୋଇ ଭୟଭୀତ ହୋଇଗଲେ ଏବଂ ଏହା ଭାବିବାକୁ ଲାଗିଲେ ଯେ ସେମାନଙ୍କ ଉପରେ ମଧ୍ୟ ସେହି ବିପଦ ରହିଛି । କାରଣ ସ୍ତ୍ରୀ ଲୋକଙ୍କ ପେଟରେ କିଛି କଥା ରହେ ନାହିଁ । ଏହି ଚିନ୍ତାରେ ଦୁହେଁ ଦିନ ରାତି ଚିନ୍ତା କଲେ । ଅନେକ ଚିନ୍ତା କରିବା ପରେ ଦୁହେଁ ଏକ ଉପାୟ ବାହାର କଲେ । ଉପାୟ ଅନୁଯାୟୀ ଯଦି ସେମାନେ ସବୁ ପିମ୍ପୁଡ଼ିକୁ ନଷ୍ଟ କରି ଦିଅନ୍ତି ତେବେ ଏହି ସମସ୍ୟାର ଶେଷ ହେବ ।
ତେଣୁ ମୟୁର ମୟୂରୀ ସବୁ ପିମ୍ପୁଡ଼ିକୁ ମାରି ଖାଇବାକୁ ଲାଗିଲେ । ଏହା ଦେଖି ପିମ୍ପୁଡ଼ି ମାନେ ଭୟଭୀତ ହୋଇ ମାଟିରେ ଗାତ ଖୋଳି ରହିବାକୁ ଲାଗିଲେ । ମାତ୍ର ଭୋକରେ ସେମାନେ ଯେତେବେଳେ ବାହାରକୁ ବାହାରୁ ଥିଲେ ସେତେବେଳେ ମୟୁର ମୟୂରୀ ସେମାନଙ୍କୁ ମାରି ଖାଇ ଦେଉଥିଲେ । ପିମ୍ପୁଡ଼ି ମାନେ ଚିନ୍ତିତ ହୋଇ ଭଗବାନ ବିଷ୍ଣୁଙ୍କୁ ବିନା ଖାଦ୍ୟ ଖାଇ ପ୍ରାର୍ଥନା କରିବାରେ ଲାଗିଲେ ।
ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୋଇ ସେମାନଙ୍କୁ ବର ମାଗିବାକୁ କହିଲେ । ପିମ୍ପୁଡ଼ି ମାନେ ଏହି ବର ମାଗିଲେ ଯେ ସେମାନଙ୍କ ପେଟରେ ଯେମିତି ଗଣ୍ଠି ପଡିଯାଉ । ଯାହାଦ୍ୱାରା ସେମାନଙ୍କୁ ଆଉ ଭୋକ ଲାଗିବନି । ଭଗବାନ ବିଷ୍ଣୁ ମଧ୍ୟ ତଥାସ୍ତୁ କହିଲେ । ସେହିଦିନ ଠାରୁ ହିଁ ପିମ୍ପୁଡ଼ି ମାନଙ୍କର ପେଟ ନାହିଁ । ମାତ୍ର ତଥାପି ମୟୁର ମୟୂରୀ ମାନଙ୍କ ପ୍ରତି ଭୟ ଥିଲା । ତେଣୁ ଭଗବାନ ବିଷ୍ଣୁ ମୟୁର ମୟୂରୀଙ୍କୁ ଡାକି କହିଲେ ଯେ ବାସ୍ତବରେ ଭୁଲ ସେହି ରାଜାର ଥିଲା । ରାଜା ବିଦ୍ୟା ଅର୍ଜନ କରିଥିଲେ ଯେ ସେ ସବୁ ଜୀବଜନ୍ତୁଙ୍କ ଭାଷା ବୁଝି ପାରୁଥିଲା ।
ସେ ପଶୁର ରୂପ ବଦଳାଇବାର ମଧ୍ୟ ବିଦ୍ୟା ଅର୍ଜନ କରଥିଲା । ପଶୁର ରୂପ ନେଇ ପଶୁ ସହିତ ସମ୍ଭୋଗ କରି ଗର୍ଭବତୀ ହେଲେ ତାକୁ ଛାଡି ଦେଉଥିଲା । ତେଣୁ ତାକୁ ତାର କର୍ମଫଳ ମିଲିଛି । ଏଥିରେ ପିମ୍ପୁଡ଼ି ମାନଙ୍କର କିଛିବି ଭୁଲ ନାହିଁ । ରାଣୀ ମଧ୍ୟ ସେହି ପାପର ଭାଗିଦାର ତେଣୁ ତାକୁ ମଧ୍ୟ ସେହି ଦଣ୍ଡ ଭୋଗିବାକୁ ପଡ଼ିଛି ।
ଏହାପରେ ମୟୁର ମୟୂରୀ ଅତ୍ୟନ୍ତ ଖୁସି ହେଲେ ଏବଂ ଭଗବାନ ବିଷ୍ଣୁଙ୍କୁ ପଚାରିଲେ ଯେ ଯଦି ସେମାନେ ପିମ୍ପୁଡ଼ି କଥା ଯଦି ଆଉ କାହାକୁ କହନ୍ତି ତେବେ କଣ ସେମାନେ ପଥର ହୋଇଯିବେ । ଭଗବାନ ବିଷ୍ଣୁ କହିଲେ ଯେ ସେହି ଅଭିଶାପ ବର୍ତ୍ତମାନ ସମାପ୍ତ ହୋଇଛି । ତେଣୁ ସେହି କାହାଣୀ କାହାକୁ କହିଲେ ବି କିଛି ଫରକ ପଡ଼ିବ ନାହିଁ ।
ଏହାପରେ ମୟୁର ମୟୁରୀ ଖୁସିରେ ନାଚିବାକୁ ଲାଗିଲେ ମାତ୍ର ତଳକୁ ନିଜ ପାଦକୁ ଦେଖିଲେ ଯେ ସେମାନଙ୍କ ପାଦ ଫାଟି ଯାଇଛି । ସେମାନେ ଖୁବ ଦୁଃଖିତ ହେଲେ । ଅର୍ଥାତ ସେମାନେ ପିମ୍ପୁଡ଼ି ମାନଙ୍କୁ ମାରି ଖାଉଥିବାରୁ ସେମାନଙ୍କ ଦଣ୍ଡ ଏପରି ହୋଇଥିଲା ।ତେଣୁ ଯଦି କୌଣସି ବି ଜୀବ ଅଧିକ ପିମ୍ପୁଡ଼ି ଖାଏ ତେବେ ଚର୍ମ ଫାଟିବାରେ ଲାଗିଥାଏ । ମୟୁର ଯେତେବେଳେ ବି ନୃତ୍ୟ କରେ କାନ୍ଦିବାରେ ଲାଗେ । ଯାହା ଦେଖି ମୟୁର ଲୁହକୁ ନେଇ ନିଜ ପରରେ ସମାହିତ କରେ । ମୟୁରର ନିଜ ସ୍ତ୍ରୀ ପ୍ରତି ଏପରି ପ୍ରେମ ଦେଖି ଭଗବାନ ବିଷ୍ଣୁ ପୁଣି ଉଭା ହୋଇ ଚିର ପ୍ରେମର ବର ଦେଇଥିଲେ । ସେହିଠାରୁ ହିଁ ମୟୁର ମୟୂରୀ ମଧ୍ୟରେ ପ୍ରେମ ଚିରନ୍ତନ ଏବଂ ଅମୂଲ୍ୟ ହୋଇ ରହିଛି ।