ଘରର ଏହି କୋଣରେ ଭୁଲରେ ବି ରଖନ୍ତୁ ନାହିଁ ଝାଡୁ, ହେଇପାରେ ଆପଣଙ୍କର ବହୁତ ବଡ଼ କ୍ଷତି, ଜାଣନ୍ତୁ ଏହି ବିଷୟରେ କଣ କୁହେ ବାସ୍ତୁଶାସ୍ତ୍ର |

ଆମ ଜୀବନରେ ବାସ୍ତୁର ବିଶେଷ ଗୁରୁତ୍ୱ ରହିଛି | ଯଦି ବାସ୍ତୁ ଅନୁଯାୟୀ ଘର କିମ୍ବା କର୍ମକ୍ଷେତ୍ର ନିର୍ମାଣ ହୋଇନଥାଏ, ତେବେ ଜଣେ ବ୍ୟକ୍ତିଙ୍କ ଜୀବନରେ ଦାରିଦ୍ର୍ୟ ବିସ୍ତାର କରିଥାଏ | ଏହା ସହିତ ବ୍ୟକ୍ତିର ଆର୍ଥିକ ଅବସ୍ଥାରେ ଅନେକ ବାଧା ଅସିଥାଏ | ଏହାର ଦୁଇଟି ମୁଖ୍ୟ କାରଣ ଅଛି | ସର୍ବପ୍ରଥମେ, ବାସ୍ତୁ ଅନୁସାରେ ଘର ନିର୍ମାଣ ନ କରିବା | ଏହାସହ ଅନ୍ୟ ଘରୋଇ ଜିନିଷଗୁଡ଼ିକ ଭସ୍ତୁ ଅନୁସାରେ ନ ରଖିବା | ଏଠାରେ ଆମେ ଆଲୋଚନା କରିବାକୁ ଯାଉଛୁ ଘରେ ଝାଡୁ ରଖିବାର ନିୟମ ବିଷୟରେ | କାରଣ ଶାସ୍ତ୍ରରେ, ଝାଡୁକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ | ଆସନ୍ତୁ ଜାଣିବା ଝାଡୁକୁ ରଖିବା ଏବଂ ବ୍ୟବହାର କରିବାର ନିୟମ |

ଏହି ଦିଗରେ ରଖନ୍ତୁ ନାହିଁ ଝାଡୁ :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁକୁ କେବେ ବି ଘରର ଐଶାନ୍ୟ କୋଣରେ ଅର୍ଥାତ ଉତ୍ତର-ପୂର୍ବ ଦିଗରେ କେବେ ବି ରଖନ୍ତୁ ନାହିଁ | ଅନ୍ୟଥା ଧନର ହାନି ହୋଇପାରେ | ସାଥିରେ ବାସ୍ତୁ ଦୋଷ ମଧ୍ୟ ଲାଗିପାରେ | ଏହା ସହ କେବେ ବି ଝାଡୁକୁ ନିଜ ରୋଷେଇ ଘରେ ରଖନ୍ତୁ ନାହିଁ |

ଏହିଦିଗରେ ରଖନ୍ତୁ ଝାଡୁ :-

ଝାଡୁକୁ ସବୁବେଳେ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ | ଏମିତି କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧିର ବାସ ହୋଇଥାଏ | ଏହା ସହ ମାତା ଲଷ୍ମୀଙ୍କର ମଧ୍ୟ ଆଶ୍ରିବାଦ ସବୁବେଳେ ଆପଣଙ୍କ ଉପରେ ରହିଥାଏ |

ଝାଡୁକୁ ସବୁବେଳେ ରଖନ୍ତୁ ଲୁଚେଇକି :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଝାଡୁକୁ ସବୁବେଳେ ଲୁଚେଇକି ରଖିବା ଉଚିତ | ବିଶ୍ୱାସ କରାଯାଏ କି ଆପଣ ଝାଡୁକୁ ଖୋଲାରେ ରଖିବେ ତେବେ ଆପଣଙ୍କ ଘରେ ଧନର କ୍ଷତି ହୋଇଥାଏ | ଏଥିପାଇଁ ଝାଡୁକୁ ସବୁବେଳେ ଅନ୍ୟ ମାନଙ୍କ ପାଖରୁ ଲୁଚେଇକି ରଖିବା ଉଚିତ |

ଝାଡୁକୁ ଠିଆ କରି ରଖନ୍ତୁ ନାହିଁ :-

ଝାଡୁକୁ ଠିଆ କରି ରଖନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ବାସ ହୋଇଥାଏ | ଏବଂ ଅଯଥାରେ ଆପଣଙ୍କର ଅନେକ ଧନ ଖର୍ଚ୍ଚ ହୋଇଯାଇଥାଏ | ଏଥିପାଇଁ ଝାଡୁକୁ ସବୁବେଳେ ତଳେ ଶୁଆଇ ରଖିବା ଉଚିତ |

ଝାଡୁରେ କେବେ ଗୋଡ଼ ମାରନ୍ତୁ ନାହିଁ :-

ବାସ୍ତୁଶାସ୍ତ୍ର ଅନୁଯାୟୀ ଝାଡୁରେ ଗୋଡ଼ ମାରିବା ଉଚିତ ହୋଇନଥାଏ | କାହିଁକି ନା ମାତା ଲଷ୍ମୀ ରୁଷ୍ଟ ହୋଇଯାଇନ୍ତି ଏବଂ ବାସ୍ତୁ ଦୋଷ ଲାଗିଯାଇପାରେ ଆପଣଙ୍କ ଉପରେ | ସେହିଠାରେ ଯଦି ଆପଣ ଭୁଲରେ ଝାଡୁରେ ଗୋଡ଼ ମାରିଦେଇଛନ୍ତି ତେବେ ଆପଣ ସେହି ଝାଡୁକୁ ଛୁଇଁ ପ୍ରଣାମ କରିନେବା ଉଚିତ ହୋଇଥାଏ |

ଭାଙ୍ଗିଯାଇଥିବା ଝାଡୁକୁ ଜମା ବି କରନ୍ତୁ ନାହିଁ ବ୍ୟବହାର :-

ଭାଙ୍ଗିଯାଇଥିବା ଝାଡୁକୁ କେବେ ବି ବ୍ୟବହାର କରନ୍ତୁ ନାହିଁ | କାହିଁକି ନା ଭାଙ୍ଗିଯାଇଥିବା ଝାଡୁ ବ୍ୟବହାର କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବାସ କରେ | ମାତା ଲଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି |

Leave a Reply

Your email address will not be published. Required fields are marked *