ଶ୍ରୀକୃଷ୍ଣ କହିଛନ୍ତି ତୁଳସୀ ଗଛ ଏହି ସ୍ଥାନ ରେ କେବେ ବି ରଖିବା ଉଚିତ ନୁହେଁ, ଅଶୁଭ ଫଳ ଦେଇଥାଏ..

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ତୁଳସୀକୁ ସବୁଠୁ ପବିତ୍ର ବୃକ୍ଷ ବୋଲି କୁହାଯାଏ | ଯେଉଁ ଘରେ ତୁଳସୀ ଗଛ ଥାଏ ଏବଂ ଯେଉଁ ଘରେ ଏହାର ନିତ୍ୟ ପୂଜା କରାଯାଏ ଏହିପରି ଘରେ କ୍ଳେଶ କଳହ ବହୁତ ଦୂର ରେ ରହିଥାଏ | କାରଣ ଯେଉଁ ଠାରେ ତୁଳସୀ ଥାଏ ସେଇଠି ସମସ୍ତ ଦେବି ଦେବତା ବାସ କରନ୍ତି | ତୁଳସୀ କୁ ଉଭୟ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ରୁ ବହୁତ ବିଶେଷ ବୋଲି କୁହାଯାଇଛି | ନିତ୍ୟ ତୁଳସୀ ପତ୍ର ଖାଇବା ଏବଂ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ |

ଯେଉଁ ଘରର ମହିଳା ତୁଳସୀ କୁ ପୂଜା କରନ୍ତି ନାହିଁ ଏମିତି ଘରେ ସର୍ବଦା କ୍ଳେଶ ଏବଂ ଆର୍ଥିକ ଅସୁବିଧା ରହିଥାଏ | ଭଗବାନ ବିଷ୍ଣୁ ଙ୍କର ମଧ୍ୟ ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ, ସେ ବିନା ତୁଳସୀ ରେ ଭୋଗ ଗ୍ରହଣ କରନ୍ତି ନାହିଁ | ବିଷ୍ଣୁ ପୁରାଣ ରେ ତୁଳସୀ ଗଛ ର ସମ୍ପୂର୍ଣ ନିୟମ ବିଷୟରେ କୁହାଯାଇଛି | ଯଦି ଆପଣଙ୍କ ଘରେ ତୁଳସୀ ତେବେ ଏହି ନିୟମ ନିଶ୍ଚିନ୍ତ ପାଳନ କରିବା ଉଚିତ | ତେବେ ଯାଇ ତୁଳସୀ ର ଶୁଭ ଫଳ ଆପଣଙ୍କୁ ମିଳିଥାଏ |

ଶାସ୍ତ୍ର କୁହାଯାଇଛି ଯେଉଁ ସ୍ଥାନ ରେ ତୁଳସୀ ଗଛ ଥାଏ ସେଠାକୁ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଆସିଥାନ୍ତି | ବିଷ୍ଣୁ ପୁରାଣ ଅନୁଯାଇ ତୁଳସୀ ପୂଜା ସର୍ବ ପ୍ରଥମେ ଭଗବାନ ବିଷ୍ଣୁ ହିଁ କରିଥିଲେ | ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଲଗେଇବାର ସଠିକ ଏବଂ ସମ୍ପୂର୍ଣ ନିୟମ ବିଷୟରେ |

ଏହି ନିୟମ ଗୁଡିକ ପାଳନ କରିବା ଦ୍ୱାରା ହିଁ ଆପଣଙ୍କୁ ଏହାର ଶୁଭ ଫଳ ମିଳିଥାଏ | ତେବେ ଆସନ୍ତୁ ଜାଣିବା ତୁଳସୀ ଲଗେଇବାର ସଠିକ ଉପାୟ ବିଷୟରେ | ବାସ୍ତୁ ଶାସ୍ତ୍ର ଅନୁଯାଇ ତୁଳସୀ କୁ କେବେ ବି ଘରର ଛାତ ଉପରେ ଲଗେଇବା ଉଚିତ ନୁହେଁ | ଛାତ ଉପରେ ତୁଳସୀ ଲଗେଇବା ଦ୍ୱାରା ବାସ୍ତୁ ଖରାପ ହୋଇଥାଏ ଏବଂ ଯେଉଁ ଲୋକ ଙ୍କ ବୁଧ ଖରାପ ସ୍ଥିତି ରେ ଥାନ୍ତି ତାଙ୍କୁ ଆଦୌ ଛାତ ରେ ତୁଳସୀ ଲଗେଇବା ଉଚିତ ନୁହେଁ

ବାସ୍ତୁ ଅନୁଯାଇ ତୁଳସୀ କୁ ଅନ୍ଧାର ରେ ଲଗେଇବା ଉଚିତ ନୁହେଁ | ତୁଳସୀ କୁ ସର୍ବଦା ଖୋଲା ସ୍ଥାନ ରେ କିମ୍ବା ଆଲୋକ ଥିବା ସ୍ଥାନ ରେ ଲଗେଇବା ଉଚିତ | ଏହା ଦ୍ୱାରା ସକାରାତ୍ମକ ଉର୍ଜା ବିସ୍ତାରିତ ହୋଇଥାଏ | ତୁଳସୀ ଗଛ ପାଖ ରେ କେବେ ବି ଗଣେଶ ଭଗବାନ ଏବଂ ମହାଦେବ ଙ୍କ ଫୋଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ |

ଏହା କୁ ଶାସ୍ତ୍ର ରେ ବର୍ଜିତ ବୋଲି କୁହାଯାଇଛି, ତୁଳସୀ କୁ ବେସମେଣ୍ଟ ରେ ଲଗେଇବା ଉଚିତ ନୁହେଁ | ତୁଳସୀ ଗଛ ରେ କୌଣସି ପ୍ରକାର ର ଖରାପ ଜଳ ପକେଇବା ଉଚିତ ନୁହେଁ | ଏହା ଦ୍ୱାରା ମାତା ଙ୍କୁ ଅପମାନ ହୋଇଥାଏ ଏବଂ ସେ ଘର ଛାଡି ଚାଲିଯାନ୍ତି | ତୁଳସୀ କୁ କେବେ ବି ଦକ୍ଷିଣ ଦିଗ ରେ ଲଗେଇବା ଉଚିତ ନୁହେଁ | ଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ |

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଐସାନ୍ୟ କୋଣ ତୁଳସୀ ଗଛ ପାଇଁ ସର୍ବଶ୍ରେଷ୍ଟ ହୋଇଥାଏ | ଅର୍ଥ ଉତ୍ତର ଏବଂ ପୂର୍ବ ଦିଗର ମାଝି ସ୍ଥାନହିଁ ଉଚିତ ହୋଇଥାଏ | ଏହିଦିଗରେ ତୁଳସୀ ଗଛ ଲଗେଇବା ଦ୍ୱାରା ଘରକୁ ଧନର ଆଗମନ ହେବା ସହ ଘରେ ସୁଖ ଏବଂ ଶାନ୍ତି ଆସିଥାଏ | ଶାସ୍ତ୍ର ଅନୁଯାୟୀ ରାମ ତୁଳସୀ ଏବଂ ଶ୍ୟାମ ତୁଳସୀ ଛଡା ଆଉ କେଉଁ ତୁଳସୀ ଘରେ ରଖିବ ଉଚିତ ନୁହେଁ |

ରାମ ତୁଳସୀକୁ ଚିହିଁବା ବହୁତ ସହଜ ହୋଇଥାଏ | ଏହାର ରଙ୍ଗ ବହୁତ ହାଲ୍କା ହୋଇଥାଏ | ଏହାର ମଞ୍ଜରୀ ବହୁତ ଭରା ଭରା ହୋଇଥାଏ | ଏହାର ଚେର ଧଳା ହୋଇଥାଏ ଏବଂ ଏହାର ଡାଳ ହାଲ୍କା ବାଦାମୀ ହୋଇଥାଏ | ଏହା ମଧ୍ୟ କୁହାଯାଇଛି ଏହି ତୁଳସୀରେ ହିଁ ସବୁଠାରୁ ବେଶି ଔଷଧୀୟ ଗୁଣ ରହିଥାଏ |

ବନ୍ଧୁଗଣ ଯଦି ତୁଳସୀ ଗଛ କିମ୍ବା ପତ୍ର ସୁଝିଯାଏ ତାହାକୁ ବହୁତ ଅଶୁଭ ବୋଲି କୁହାଯାଏ | ଯେଉଁ ଘରର ତୁଳସୀ ଗଛର ପତ୍ର ଶୁଖି ଯାଇଥାଏ ଏବଂ ଝଡ଼ିବାକୁ ଲାଗିଥାଏ ସେହି ଘରେ ଅନେକ ପ୍ରକାରର ସମସ୍ୟା ଦେଖା ଯିବା ସହ ସେହି ଘରେ ଧନର ଅଭାବ ଲାଗିରହିଥାଏ | ସେଥିପାଇଁ ତୁଳସୀ ଗଛର ବିଶେଷ ରୂପରେ ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ | ଏହା ଯାଏ ଯେଉଁ ଘରେ ତୁଳସୀ ପତ୍ର କଳା କିମ୍ବା ହଳଦିଆ ହୋଇଯାଇଥାଏ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସେହି ଗଛକୁ କାଢି ସେଠାରେ ଅନ୍ୟ ଏକ ହରାଭରା ଗଛ ଆଣୀ ଲଗେଇବା ଆବଶ୍ୟକ ହୋଇଥାଏ | ନଚେତ ଘରକୁ ଦରିଦ୍ରତା ଆସିଥାଏ |

Leave a Reply

Your email address will not be published. Required fields are marked *