ଶ୍ରୀକୃଷ୍ଣ କହିଛନ୍ତି ଏହି ଦିଗ ରେ ବସି ପଢୁଥିବା ବିଦ୍ୟାର୍ଥୀ କେବେ ଅସଫଳ ହେବେ ନାହିଁ |

ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥ ରେ ବିଦ୍ୟାର୍ଥୀ ଙ୍କୁ ସଫଳ ହେବାର ବହୁତ ହିଁ ମହତ୍ୱପୂର୍ଣ ଉପାୟ କୁହାଯାଇଛି | ଯଦି ଏହି ଉପାୟକୁ ଧ୍ୟାନ ରେ ରଖି ପାଠ ପଢ଼ାଯାଏ ତେବେ ବିଦ୍ୟାର୍ଥୀ ବଡ଼ ରୁ ବଡ଼ ସଫଳତା ସହଜ ରେ ପ୍ରାପ୍ତ କରିପାରିବ | ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଜଣେ ବିଦ୍ୟାର୍ଥୀ କୁ ବିଦ୍ୟା ପ୍ରାପ୍ତ କରିବା ସମୟ ରେ ନିଜର ସମସ୍ତ ଇନ୍ଦ୍ରିୟ କୁ ନିଜ ଆୟତ୍ତ ରଖି ବିଦ୍ୟା ପ୍ରାପ୍ତ କରିବା ଉଚିତ |

ବିଦ୍ୟାର୍ଥୀ ଙ୍କୁ ଧ୍ୟାନ ଏବଂ ପ୍ରାଣାୟମ ଅବଶ୍ୟ କରିବା ଉଚିତ ଏହା ଦ୍ୱାରା ମନ ଏବଂ ସମସ୍ତ ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରାଯାଇପାରେ | ଏବଂ ଏହା ଦ୍ୱାରା ବୁଦ୍ଧି ବି ତେଜ ଏବଂ ଜାଗ୍ରତ ହୋଇଥାଏ | ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବିଦ୍ୟାର୍ଥୀ ଶୀତ ହେଉ କିମ୍ବା ଖରା, ଗରିବ ହେଉ କି ଧନୀ ପ୍ରତ୍ୟେକ ପରିସ୍ଥିତି ରେ ଯଦି ସେ ନିଷ୍ଠା ର ସହ ବିଦ୍ୟା ଅଧ୍ୟାୟନ କରେ ତେବେ ତାହାକୁ ଦେବୀ ସରସ୍ୱତୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ | ଏବଂ ସେ ସଂସାର ରେ ସଫଳ ହୋଇଥାଏ |

ବାସ୍ତୁ ଶାସ୍ତ୍ର ରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଅନେକ ବାସ୍ତୁ ଉପାୟ ଦିଆଯାଇଛି | ଯାହାକୁ ଧ୍ୟାନ ରଖି ଯଦି କୌଣସି ବିଦ୍ୟାର୍ଥୀ ପାଠ ପଢେ ତେବେ ସେ ସଫଳତା ପାଇଥାଏ | ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଦିଗ ର ସଠିକ ନିର୍ଧାରଣ କରିବାର ବିଜ୍ଞାନ ଅଟେ | ବିଦ୍ୟାର୍ଥୀ ଭଲ ଫଳ ପାଇବା ପାଇଁ କଠିନ ପରିଶ୍ରମ କରିଥାନ୍ତି କିନ୍ତୁ ଭଲ ଫଳ ନମିଳିବା ଯୋଗୁ ଚିନ୍ତିନ୍ତ ମଧ୍ୟ ହୋଇଥାନ୍ତି |

ଏହାର କାରଣ ବାସ୍ତୁ ଦୋଷ ହୋଇପାରେ, ଭୁଲ ଦିଗ ଏବଂ ଭୁଲ ସ୍ଥାନ ରେ ବସି ପଢ଼ିବା ଦ୍ୱାରା ପାଠ ରେ ମନ ଲାଗେ ନାହିଁ | ସେଥିପାଇଁ ପାଠ ପଢ଼ିବା ବେଳେ ଦିଗ ର ଧ୍ୟାନ ନିଶ୍ଚିତ ରଖିବା ଉଚିତ | ତେବେ ଆଜି ଆମେ କହିବୁ ବିଦ୍ୟାର୍ଥୀ ଙ୍କ ପାଇଁ ଦର୍ଶାଯାଇଥିବା ବାସ୍ତୁ ନିୟମ ଯାହା ବିଦ୍ୟାର୍ଥୀ ଙ୍କୁ ସଫଳ ଏବଂ ଶିଖର କୁ ନେଇଯାଏ | ତେବେ ଆସନ୍ତୁ ଜାଣିବା ;

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଧ୍ୟୟନ କକ୍ଷ ପୂର୍ବ, ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗ ରେ ରହିବା ଉଚିତ | ଏହା ଦ୍ୱାରା ଉର୍ଜା ଏବଂ ଜ୍ଞାନ ବଢିଥାଏ, ଏହି ଦିଗ ଆପଣଙ୍କୁ ସକାରାତ୍ମକ ଉର୍ଜା ଦେଇଥାଏ | ସେଥିପାଇଁ ଷ୍ଟଡି ରୁମ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗ ରେ ରହିବା ଉଚିତ | ଷ୍ଟଡି ରୁମ ର ଦ୍ୱାରର ଦିଗ ବି ଉତ୍ତର ପୂର୍ବ ରେ ରହିବା ଉଚିତ |

ଏହା ସହ ଷ୍ଟଡି ଟେବୁଲ ର ଦିଗ ମଧ୍ୟ ଉତ୍ତର ପୂର୍ବ ଦିଗ ରେ ରହିବା ଉଚିତ ହୋଇଥାଏ | ଏବଂ ପଢିବା ସମୟ ରେ ଉତ୍ତର ଏବଂ ପୂର୍ବ ଦିଗ କୁ ମୁହଁ କରି ପଢ଼ିବା ଉଚିତ | କାନ୍ଥ ସହ ଷ୍ଟଡି ଟେବୁଲ କୁ ଲଗେଇକି ରଖନ୍ତୁ ନାହିଁ, ଟିକିଏ ଖାଲି ସ୍ଥାନ ରଖିବା ଉଚିତ | ପଢ଼ିବାର ସମୟ ରେ ଧ୍ୟାନ ରଖନ୍ତୁ ଆପଣଙ୍କ ମୁଣ୍ଡ ଉପରେ ଯେମିତି କୌଣସି ଜିନିଷ ନରୁହେ, ନହେଲେ ପାଠ ପଢା ରେ ଆପଣଙ୍କ ର ଜମା ବି ମନ ଲାଗିବ ନାହିଁ |

ଅନେକ ବିଦ୍ୟାର୍ଥୀ ଏହି ପରି କରିଥାନ୍ତି କି ଯେବେ ବି ସେ ପଢିବାକୁ ବସନ୍ତି ତ ସମସ୍ତ ବହି ଖାତା ଏଣେ ତେଣେ ଖେଳେଇକି ରଖି ଦେଇଥାନ୍ତି | ଏବଂ ପାଠ ପଢି ସରିଲା ପରେ ତାହାକୁ ସେଇଠି ଛାଡି ଦେଇଥାନ୍ତି | ବିଦ୍ୟାର୍ଥୀ ଙ୍କୁ ଭୁଲ ରେ ବି ଏହିପରି କରିବା ଉଚିତ ନୁହେଁ | ବହି ଖାତା କୁ ଭଗବାନ ଙ୍କ ପରି ସମ୍ମାନ ଦେବା ଉଚିତ, ବାସ୍ତୁ ଶାସ୍ତ୍ର ଅନୁସାରେ ପାଠ ପଢ଼ିବା ସମୟ ରେ ଖାଦ୍ୟ ଖାଇବା ଉଚିତ ନୁହେଁ |

ପଢିବା ସ୍ଥାନ କୁ ସଦା ସର୍ବଦା ସଫା ସୁତର କରିକି ରଖନ୍ତୁ, ଷ୍ଟଡି ରୁମ କୁ ଅନ୍ଧାର ରଖନ୍ତୁ ନାହିଁ ସର୍ବଦା ଆଲୋକିତ ରଖନ୍ତୁ | ଦିନ ସମୟ ରେ ସୂର୍ଯ୍ୟ ଆଲୋକ ରେ ପଢ଼ିବା ଉଚିତ ହୋଇଥାଏ, ଏହା ଦ୍ୱାରା ସୂର୍ଯ୍ୟଦେବ ଙ୍କ କୃପା ମିଳିଥାଏ | ରାତି ରେ କମ ଆଲୋକ ରେ ପଢ଼ିବା ଉଚିତ ନୁହେଁ, ବାସ୍ତୁ ଶାସ୍ତ୍ର ଅନୁସାରେ ଷ୍ଟଡି ରୁମ ରେ ମାତା ସରସ୍ବତୀ ଙ୍କ ଫୋଟୋ ରଖିବା ଉଚିତ |

ଏହା ସହ ଷ୍ଟଡି ରୁମ ରେ ଗଣେଶ ଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ | ନିତ୍ୟ ପଢିବା ପୂର୍ବରୁ ମାତା ସରସ୍ବତୀ ଏବଂ ପ୍ରଭୁ ଗଣେଶ ଙ୍କୁ ନମସ୍କାର କରି ପଢା ଆରମ୍ଭ କରନ୍ତୁ | ଏହା ସହ ଆପଣ ଷ୍ଟଡି ଟେବୁଲ ଉପରେ ବାସ୍ତୁ ପିରାମିଡ଼ ମଧ୍ୟ ରଖି ପାରିବେ | ଏହା ଦ୍ୱାରା ସକାରାତ୍ମକ ଉର୍ଜା ଏବଂ ଏକାଗ୍ରତା ବଢିଥାଏ | ପଢିବା ଘରେ ସକାଳ ସଂନ୍ଧ୍ୟା ରେ ଧୂପ ଅଗରବତୀ କିମ୍ବା ଦୀପ ଜଳେଇବା ଉଚିତ ଏହା ଦ୍ୱାରା ବାତାବରଣ ସକାରାତ୍ମକ ହୋଇଥାଏ |

ଯେଉଁ ବିଦ୍ୟାର୍ଥୀ ପଢ଼ିବାର ସମୟ ରେ ସୋଇଥାଏ କିମ୍ବା ପାଠ ପଢା ରେ ମନ ଲାଗେ ନାହିଁ | ସେହି ବିଦ୍ୟାର୍ଥୀ ର ରୁମ କୁ ସବୁଜ ରଙ୍ଗ କରିଦେବା ଉଚିତ ଏହା ଦ୍ୱାରା ବୁଧ ପ୍ରସନ୍ନ ହୋଇଥାନ୍ତି ଏବଂ ପାଠ ପଢା ରେ ମନ ଲାଗିଥାଏ | ଷ୍ଟଡି ଟେବୁଲ ଗୋଲ ହେବା ଉଚିତ, ଉତ୍ତର ଦିଗ ରେ ବସି ପଢ଼ିବାର ଦ୍ୱାରା ସଫଳତା ମିଳିଥାଏ |

Leave a Reply

Your email address will not be published. Required fields are marked *