ମନିପ୍ଲାଣ୍ଟରେ ଏହି ଜିନିଷ ପକାଇ ଦେଖନ୍ତୁ, ରାତାରାତି ହୋଇଯିବେ ମାଲାମାଲ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରୁ ଦାରିଦ୍ର୍ୟତା ଦୂର କରିବା ପାଇଁ ଆପଣ ମନିପ୍ଲାଣ୍ଟ ଘରେ ଆଣି ଲଗାନ୍ତୁ। ଖାଲି ଏହା ନୁହେଁ ଏହି ମନିପ୍ଲାଣ୍ଟକୁ ସଠିକ ଦିଗରେ ମଧ୍ୟ ରଖିବା ନିହାତି ଜରୁରୀ ଅଟେ। ତାପରେ ଦେଖନ୍ତୁ ଆପଣ ରାତାରାତି ହୋଇଯିବେ ମାଲାମାଲ। ଏହାସହିତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଭଗବାନ ଶ୍ରୀକୃଷ୍ଣ କହିଥିବା କିଛି ବାସ୍ତୁ ନିୟମ ଗୁଡ଼ିକ ବିଷୟରେ।

ବାସ୍ତୁ ଶାସ୍ତ୍ର ଅନୁସାରେ ମନିପ୍ଲାଣ୍ଟକୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଇଛି। ଏହାକୁ ଘରେ ରଖିବା ଦ୍ଵାରା ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ଆର୍ଥିକ ପରିସ୍ଥିତି ମଧ୍ୟ ସୁଦୃଢ ହୋଇଥାଏ। ଆଜିର ମନୁଷ୍ୟ ମାନଙ୍କର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ପାଇ ପାରନ୍ତି ନାହିଁ। ଯେଉଁ ବ୍ୟକ୍ତିଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ, ତାଙ୍କ ପାଖରେ କେବେବି ଅର୍ଥର ଅଭାବ ରହି ନଥାଏ।

ଯେଉଁ ଘରେ ଭଗବାନ ବିଷ୍ଣୁଙ୍କର ପୂଜା ହୋଇ ନଥାଏ, ସେଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଏହାସହିତ ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। କାରଣ ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ଅତ୍ୟନ୍ତ ପ୍ରିୟ ଅଟେ। ଠାକୁର ଘରେ ଶାଳଗ୍ରାମ ରଖି ଯଥାବିଧି ପୂଜାର୍ଚ୍ଚନା କଲେ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ ଏବଂ ପରିବାର ଲୋକଙ୍କର ଉନ୍ନତି ହୋଇଥାଏ।

ଯେଉଁ ଘରେ ଅତିଥିଙ୍କୁ ଅସମ୍ମାନ କରାଯାଏ ଏବଂ ଘରକୁ ଆସୁଥିବା ପଶୁ ମାନଙ୍କୁ ଭୋଜନ ନ କରି ଘଉଡାଇ ଦିଆଯାଇଥାଏ, ସେଠାରେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ସେହି ଘରୁ ପଳାଇ ଯାଇଥାନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଘରର ଧନଭଣ୍ଡାର ଉତ୍ତର ଦିଗରେ ରହିବା ଆବଶ୍ୟକ। ଏହାସହିତ କୌଣସି ଗଛଲତା ବା ମନିପ୍ଲାଣ୍ଟ ଲଗାଉଥିଲେ, ଏହାକୁ ଦକ୍ଷିଣ ପୂର୍ବ ଦିଗ ଆଡ଼କୁ ଲଗାନ୍ତୁ। କାରଣ ଏହି ଦିଗ ରାହୁ ଗ୍ରହ ଓ ଭଗବାନ ଶ୍ରୀଗଣେଶଙ୍କର ଦିଗ ଅଟେ। ତେଣୁ ପରିବାର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *