ବାସ୍ତୁ ଶାସ୍ତ୍ର ଅନୁଯାୟୀ ତକିଆ ତଳେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ , ବର୍ଷିବ ଅମାପ ଧନ :-

ଅନେକ ସମୟରେ ମନୁଷ୍ୟ ହଠାତ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଯାହାକୁ ସୁଧାରିବା ପାଇଁ ଚେଷ୍ଟା କଲେବି ସୁଦ୍ଧା କିଛି ଲାଭ ହୋଇ ନଥାଏ । ଏହାଦ୍ବାରା ମନୁଷ୍ୟ ସବୁବେଳେ ଚିନ୍ତିତ ହୋଇଥାଏ । ଏହାର କାରଣ ହେଉଛି ମନୁଷ୍ୟର ଜାତକ ଏବଂ ବାସ୍ତୁ ଦୋଷ । ଜୀବନରେ ସବୁବେଳେ ଅସଫଳତା ମିଳିବା ଏବଂ ସ୍ୱାସ୍ଥ୍ୟ ସବୁବେଳେ ବିଗିଡ଼ିବା ଏସବୁ କେବଳ ବାସ୍ତୁ ଦୋଷ କାରଣରୁ ହୋଇଥାଏ ।

ମାତ୍ର ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କିଛି ଉପାୟ କରିବା ଦ୍ୱାରା ଏବଂ କିଛି ଜିନିଷ ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ରଖି ଶୁଅନ୍ତି ତେବେ ଆପଣଙ୍କ ଭାଗ୍ୟ ନିଶ୍ଚିତ ଭାବରେ ବଦଳି ଯିବ । ଏହାଦ୍ବାରା ଭବିଷ୍ୟତରେ ଆପଣଙ୍କ ସହିତ କୌଣସି ଅଘଟଣ ମଧ୍ୟ ଘଟିବ ନାହିଁ । ଏହାବ୍ୟତୀତ ଆପଣଙ୍କର ପ୍ରତ୍ୟେକ ଦିନ ଆପଣଙ୍କ ପାଇଁ ଏକ ନୂଆ ସକାରାତ୍ମକ ଶକ୍ତି ନେଇ ଆସିବ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ଜାଣିନେବା ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ଉପଯୁକ୍ତ ଦିଗରେ ମୁଣ୍ଡ କରି ଶୋଇବା ଉଚିତ । ଏହାଦ୍ବାରା ମାନସିକ ଚିନ୍ତାଧାରା ମଧ୍ୟ ସକାରାତ୍ମକ ହୋଇଥାଏ । କିନ୍ତୁ ଯଦି ଆପଣ ଅଲଗା ଦିଗକୁ ମୁଣ୍ଡ କରି ଶୁଅନ୍ତି ତେବେ ସକାଳୁ ଉଠିବା ମାତ୍ରେ ଆପଣଙ୍କ ମନ ନକରାତ୍ମକତାରେ ଭରିଯିବ । ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ।

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ମାନସିକ ଚିନ୍ତା ସମସ୍ୟା ଦୂରେଇ ଯିବା ସହିତ ଶରୀର ମଧ୍ୟ ସୁସ୍ଥ ରହେ ଏବଂ ମନୁଷ୍ୟର ଆୟୁଷ ମଧ୍ୟ ବୃଦ୍ଧି ପାଇଥାଏ । ଗରୁଡ଼ ପୁରାଣ ଅନୁଯାୟୀ ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ମନୁଷ୍ୟର ଆୟୁଷ କମିଥାଏ । ଏହାଦ୍ବାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ ।

କାରଣ ଏହାଦ୍ବାରା ପୃଥିବୀର ଚୁମ୍ବକୀୟ ଧାରା ଶରୀର ମଧ୍ୟକୁ ପ୍ରବେଶ କରି ମୁଣ୍ଡ ଦେଇ ବାହାରି ଥାଏ । ଯାହାଦ୍ୱାରା ମୁଣ୍ଡ ଉପରେ ଚାପ ପଡ଼ିଥାଏ । ଏହାବ୍ୟତୀତ ଆପଣ ପୂର୍ବ ଦିଗକୁ ମଧ୍ୟ ମୁଣ୍ଡ କରି ଶୋଇ ପାରିବେ । ଏହାଦ୍ବାରା ବ୍ୟକ୍ତିର ବିକାଶ ହୋଇଥାଏ ଏବଂ ବୁଦ୍ଧିର ବିକାଶ ମଧ୍ୟ ହୋଇଥାଏ । ତେଣୁ ଖାସକରି ବିଦ୍ୟାର୍ଥୀ ମାନଙ୍କୁ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଏହାଦ୍ବାରା ବିଦ୍ୟାର୍ଥୀଙ୍କ ଏକାଗ୍ରତା ମଧ୍ୟ ବଢ଼ିଥାଏ । ବ୍ୟବସାୟ କରୁଥିଲେ ମଧ୍ୟ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଅତ୍ୟନ୍ତ ଫଳଦାୟୀ ହୋଇଥାଏ ।

୧ . ନିଜର ପ୍ରତ୍ୟେକ ଦିନର ପ୍ରାରମ୍ଭକୁ ସକାରାତ୍ମକ ଭାବରେ କରିବା ପାଇଁ ରାତିରେ ଶୋଇବା ସମୟରେ ତକିଆ ତଳେ କୌଣସି ଲୁହା ନିର୍ମିତ ବସ୍ତୁ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ମାନସିକତା ସକାରାତ୍ମକ ହେବା ସହିତ ରାତିରେ ଆପଣଙ୍କ ଉପରେ କୌଣସି ପ୍ରକାରର ତନ୍ତ୍ର ମନ୍ତ୍ର କିମ୍ବା ଟୋଟକା ମଧ୍ୟ ପ୍ରଭାବ ପକାଇ ପାରେ ନାହିଁ ।

୨ . ଯଦି ଆପଣଙ୍କୁ ନିଜ ବ୍ୟବସାୟରେ ଲାଭ ମିଳୁନାହିଁ କିମ୍ବା ବ୍ୟବସାୟରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଉଛି ତେବେ ତେବେ ରାତିରେ ତକିଆ ତଳେ ସୁନା କିମ୍ବା ରୂପାର ଏକ ମୁଦ୍ରା ରଖି ଦିଅନ୍ତୁ । ଏପରି ମାନ୍ୟତା ରହିଛି ଯେ ଏହି ଉପାୟ କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତିତ ହୋଇଥାଏ । ଏହାବ୍ୟତୀତ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ହୋଇଥାଏ ।

୩ . ଯଦି ଆପଣଙ୍କୁ ରାତିରେ ଶୋଇବା ସମୟରେ ଖରାପ ସ୍ୱପ୍ନ କିମ୍ବା ଭୟଙ୍କର ସ୍ୱପ୍ନ ଆସୁଛି ତେବେ ରାତିରେ ଶୋଇବା ସମୟରେ ତକିଆ ତଳେ ରସୁଣ କଲି ରଖିଦେବା ଉଚିତ । ରସୁଣ ସକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ ଯାହାକି ନକରାତ୍ମକ ଶକ୍ତିକୁ ଦୂର କରିଥାଏ । ଏହାଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ ।

୪ . ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ମୂଳା ରଖି ଶୁଅନ୍ତୁ । ସକାଳୁ ଉଠି ତାହାକୁ ଭଗବାନ ଶିବଙ୍କ ମନ୍ଦିରରେ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସବୁ ସମସ୍ୟାର ନିବାରଣ ହୋଇଥାଏ । ଏହାଦ୍ବାରା ରାହୁ କେତୁ ଏବଂ ଶନି ଗ୍ରହର ପ୍ରଭାବ ମଧ୍ୟ କମ ହୋଇଥାଏ ।

୫ . ଯଦି ଆପଣଙ୍କ ପାରିବାରିକ ଜୀବନ ଭଲ ଚାଲିନାହିଁ ଏବଂ ଧନର ସଞ୍ଚୟ ମଧ୍ୟ ହେଉନାହିଁ ତେବେ ରାତିରେ ଶୋଇବା ସମୟରେ ଏକ କପଡ଼ାରେ କିଛି ମୁଗ ବାନ୍ଧି ତକିଆ ତଳେ ରଖି ଦିଅନ୍ତୁ । ସକାଳୁ ଉଠି ସ୍ନାନ କରି ତାହାକୁ ମାତା ଦୁର୍ଗାଙ୍କ ମନ୍ଦିରରେ ଅର୍ପିତ କରି ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ବ୍ୟବସାୟ ଏବଂ ଆୟରେ ବୃଦ୍ଧି ହୋଇଥାଏ । ଏହାଦ୍ବାରା ପାରିବାରିକ ସମ୍ପର୍କ ମଧୁର ହୋଇଥାଏ ଏବଂ ଧନ ମଧ୍ୟ ସଞ୍ଚୟ ହୋଇଥାଏ ।

୬ . ଯଦି ଆପଣଙ୍କ ମନ ହଠାତ ବିଚଳିତ ହେଉଛି କିମ୍ବା କୌଣସି ଶକ୍ତି ଦ୍ୱାରା ଭୟ ଲାଗୁଛି କିମ୍ବା ହଠାତ ମୃତ୍ୟୁର ଭୟ ଆସୁଛି ତେବେ ରାତିରେ ଶୋଇବା ପୂର୍ବରୁ ଥରେ ହନୁମାନ ଚାଳିଶା ପାଠ କରି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ଭୟରୁ ମୁକ୍ତି ମିଲିବ ଏବଂ ନିଦ ମଧ୍ୟ ଭଲ ହେବ ।

Leave a Reply

Your email address will not be published. Required fields are marked *