ଜାଣି ରଖନ୍ତୁ ଏହି କିଛି ରହସ୍ୟମୟି ଗଛ ବିଷୟରେ ଯାହା ଘରକୁ ଆସୁଥିବା ବିପଦକୁ ନେଇଯାଏ ନିଜ ଉପରକୁ

ଏମିତିରେ ଅନେକ ଗଛ ଅଛି ଯାହା ବାସ୍ତୁ ଅନୁଯାୟୀ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ ଏବଂ ଜୀବନର ସମସ୍ୟାକୁ ଦୂରେଇ ଦେଇଥାଏ ।

୧ . କଦଳୀ ଗଛ :-

କଦଳୀ ଗଛକୁ କେବେବି ଘର ସାମ୍ନାରେ ଲଗାଇବା ଉଚିତ ନୁହେଁ । ଏମିତିରେ କଥାରେ ଅଛି ଯେ ଘର ପଛରେ କଦଳୀ ଗଛ ଏବଂ ଘର ସାମ୍ନାରେ ବେଲ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ତେଣୁ କଦଳୀ ଗଛକୁ ସର୍ବଦା ଘରର ପଛରେ ଲଗାନ୍ତୁ ।

୨ . ତୁଳସୀ ଗଛ :-

ବାସ୍ତୁ ଅନୁଯାୟୀ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ଏହି ଗଛକୁ ଘର ସାମ୍ନାରେ ଲଗାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ ଏବଂ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଯେତେବେଳେ ଘରେ ନକରାତ୍ମକ ଶକ୍ତି ଅଧିକ ହୋଇଯାଏ ସେତେବେଳେ ତୁଳସୀ ଗଛ ଶୁଖିବା ଆରମ୍ଭ କରିଦିଏ । କାରଣ ତୁଳସୀ ଗଛ ନକରାତ୍ମକତାକୁ ଅବଶୋଷିତ କରିଥାଏ ଏବଂ ଘର ଉପରକୁ କୌଣସି ବିପଦ ଆସିବାକୁ ଦିଏନାହିଁ । ତେଣୁ ତୁଳସୀ ଗଛର ପତ୍ର ଶୁଖିଗଲେ ତାହାକୁ ଛିଡ଼ାଇ ଦିଅନ୍ତୁ କିମ୍ବା ମାଟିରେ ଦବାଇ ନୂଆ ଗଛ ଲଗାଇ ଦିଅନ୍ତୁ ।

୩ . ଅଁଳା ଗଛ :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅଁଳା ଗଛର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଏପରି କୁହାଯାଏ ଯେ ବୁଧ ଗ୍ରହକୁ ଶାନ୍ତ କରିବା ପାଇଁ ଅଁଳା ଗଛ ମୂଳରେ ସ୍ନାନ କରାଯାଏ । ଏହାବ୍ୟତୀତ ଘର ସାମ୍ନାରେ ପୂର୍ବ ଦିଗରେ ଅଁଳା ଗଛ ଲଗାଇଲେ ଘରୁ ନକରାତ୍ମକତା ଦୂରେଇ ଯାଇ ସକାରାତ୍ମକତା ପ୍ରବେଶ କରିଥାଏ । ଯଦି ଘରେ ପିଲାଙ୍କର ପାଠ ପଢ଼ାରେ ମନ ଲାଗୁନାହିଁ ତେବେ ତାଙ୍କ ବହି ଭିତରେ ଅଁଳା ଗଛର ପତ୍ର କିମ୍ବା ତେନ୍ତୁଳି ଗଛର ପତ୍ରକୁ ଏକ ସବୁଜ କପଡ଼ାରେ ବାନ୍ଧି ରଖି ଦିଅନ୍ତୁ । ଏହାଦ୍ବାରା ପିଲାଙ୍କର ପାଠ ପଢ଼ିବାକୁ ଆଗ୍ରହ ହେବ ।

୪ . ଡାଳିମ୍ବ ଗଛ :-

ଏପରି ମାନ୍ୟତା ରହିଛି ଯେ ଡାଳିମ୍ବ ଗଛରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଉଭୟ ବାସ କରନ୍ତି । ତେଣୁ ଘର ସାମ୍ନାରେ ଡାଳିମ୍ବ ଗଛ ଲଗାଇଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଭଗବାନଙ୍କୁ ଡାଳିମ୍ବ ଅର୍ପଣ କଲେ ଭଗବାନ ଖୁବ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଡାଳିମ୍ବ ଫୁଲକୁ ଶିବଲିଙ୍ଗରେ ଅର୍ପଣ କଲେ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ।

୫ . ହରସିଙ୍ଗାର ଗଛ :-

ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି ତେବେ ଘର ସାମ୍ନାରେ ନିଶ୍ଚିତ ଭାବରେ ହରସିଙ୍ଗାର ଗଛ ଲଗାଇ ଦିଅନ୍ତୁ । ଏହି ଗଛ କେବେବି ଘରକୁ ନକରାତ୍ମକ ଶକ୍ତି ଆସିବାକୁ ଦିଏନାହିଁ ।

୬ . ମନୀ ପ୍ଲାଣ୍ଟ :-

ଏହି ଗଛ ନକରାତ୍ମକ ଶକ୍ତିରୁ ବଞ୍ଚାଇବା ସହିତ ଧନ ମଧ୍ୟ ଦେଇଥାଏ । ତୁଳସୀ ଗଛ ଏବଂ ମନୀ ପ୍ଲାଣ୍ଟ ଏହି ଦୁଇଟି ଗଛ ଘରକୁ ନକରାତ୍ମକତା ଆସିଲେ ସର୍ବପ୍ରଥମେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ତେଣୁ ଯଦି ମନୀ ପ୍ଲାଣ୍ଟ ଗଛର ପତ୍ର ଶୁଖି ଯାଉଛି କିମ୍ବା ହଳଦିଆ ପଡ଼ି ଯାଉଛି ତେବେ ତାହାକୁ ବାହାର କରି ନୂଆ ଗଛ ଲଗାଇ ଦିଅନ୍ତୁ ।

୭ . ବେଲ ଗଛ :-

ଯଦି ଆପଣ ମୁଖ୍ୟଦ୍ୱାର ପାଖରେ କିମ୍ବା ଘର ବାଉଣ୍ଡ୍ରିର ବାହାରେ ମାତ୍ର ଘର ସାମ୍ନାରେ ବେଲ ଗଛ ଲଗାଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ବେଲ ଗଛର ଛାୟା ଘର ଉପରେ ପଡ଼ିଲେ ମଧ୍ୟ ତାହା ଅତ୍ୟନ୍ତ ଉତ୍ତମ ଅଟେ । ଏମିତିରେବି ବେଲ ଗଛ ମହାଦେବଙ୍କ ପ୍ରିୟ ଅଟେ ଏବଂ ମାତା ଲକ୍ଷ୍ମୀଙ୍କର ମଧ୍ୟ ପ୍ରିୟ ଅଟେ । ଯଦି ଆପଣ ୪୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ବେଲ ପତ୍ର ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରନ୍ତି ତେବେ ଧନ ସମ୍ବନ୍ଧୀୟ ସମସ୍ୟା ସବୁଦିନ ପାଇଁ ଦୂରେଇ ଯାଏ ।

Leave a Reply

Your email address will not be published. Required fields are marked *