ସ୍ୱାମୀର ଏହି ପାର୍ଶ୍ଵରେ ଶୋଇବା ଉଚିତ ନୁହେଁ ସ୍ତ୍ରୀ , ନଚେତ ସାରା ଜୀବନ ଭୋଗିବାକୁ ପଡ଼ିଥାଏ ଦୁଃଖ

ମନୁଷ୍ୟର ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ଦ୍ୱାରା ବାସ୍ତୁ ପ୍ରଭାବିତ ହୋଇଥାଏ । ମନୁଷ୍ୟର ରହଣି ସହଣୀ ଖାଦ୍ୟ ପେୟ ଏହା ମଧ୍ୟ ପ୍ରଭାବ ପକାଇଥାଏ । ଯାହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ । ତେବେ ବାସ୍ତୁ ଶାସ୍ତ୍ରର ନିୟମ ଅନୁଯାୟୀ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କିଛି ଜିନିଷକୁ ମନୁଷ୍ୟ ନିଜ ଜୀବନରେ ଉପଯୋଗ କରିବା ଉଚିତ । ଯେମିତିକି ଶୋଇବା , ଉଠିବା , ସ୍ନାନ କରିବା ଏବଂ ଭୋଜନ କରିବାର ସମୟ ଇତ୍ୟାଦି ।

ଠିକ ସମୟରେ ଶୋଇବା ଏବଂ ଉଠିବାର ଅନେକ ନିୟମ ରହିଛି ଯାହାକୁ ମନୁଷ୍ୟ ନିଜ ଜୀବନରେ ପାଳନ କରିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ଏବଂ ମନ ମଧ୍ୟ ଭଲ ହୋଇଥାଏ । ଏମିତିକି କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ଏବଂ କେତେ ସମୟ ଶୋଇବା ଉଚିତ । ଏହି ବିଷୟରେ ମଧ୍ୟ ବର୍ଣ୍ଣିତ ହୋଇଛି ଯାହାଦ୍ୱାରା ମନୁଷ୍ୟର ବ୍ୟକ୍ତଗତ ଜୀବନ ପ୍ରଭାବିତ ହୋଇଥାଏ ।

ଖାସ କରି ଘରର ମହିଳାଙ୍କୁ ଏହିସବୁ ନିୟମର ପାଳନ କରିବା ଆବଶ୍ୟକ । ତେବେ ଚାଲନ୍ତୁ ସେହି ନିୟମ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ପ୍ରଥମ ନିୟମ ଅନୁଯାୟୀ ଘରର ମୁଖ୍ୟଙ୍କ ଶୋଇବା କକ୍ଷ ନୈରୁତ ଦିଗରେ ରହିବା ଉଚିତ । ଏହି ଦିଗରେ ଶୋଇବା କକ୍ଷ ହେବା ଦ୍ୱାରା ବ୍ୟାପାର ଏବଂ ଚାକିରୀରେ ଲାଭ ମିଳିଥାଏ । ଏହାବ୍ୟତୀତ ପରିବାରରେ ଆଦର ବଜାୟ ରହିଥାଏ ।

୨ . ଶୋଇବା ସମୟରେ ମନୁଷ୍ୟର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ରହିବା ଆବଶ୍ୟକ । ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଉତ୍ତମ ହୋଇଥାଏ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ କାରଣ ଏହା ମୃତ୍ୟୁର ଦେବତା ଅର୍ଥାତ ଯମଙ୍କ ଦିଗ ହୋଇଥାଏ । ଯାହାଦ୍ୱାରା ମାନସିକ ସମସ୍ୟା ବଢ଼ିଥାଏ । ଏହିଭଳି ଉତ୍ତର ଦିଗକୁ ମୁଣ୍ଡ କରି ମଧ୍ୟ ଶୋଇବା ଉଚିତ ନୁହେଁ । ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହୋଇଥାଏ ଯାହାକି ହିନ୍ଦୁ ଧର୍ମର ସବୁଠାରୁ ଅଧିକ ପୂଜନୀୟ ହୋଇଥାଏ । ତେଣୁ ପୂର୍ବ ଦିଗକୁ ଗୋଡ଼ କରି ଆଦୋୖ ଶୁଅନ୍ତୁ ନାହିଁ ।

୩ . ଘରର ମହିଳାଙ୍କୁ ନିଜର ସୁନା ଏବଂ ରୁପା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ମହିଳା ମାନେ ଥିଲା ସମୟରେ ଶୋଇବା ସହିତ ଜଲଦି ଉଠିବା ଉଚିତ । ନିତ୍ୟକର୍ମ ଶେଷ କରି ପୂଜାପାଠ କରିବା ଉଚିତ । ଏହାଦ୍ବାରା ଘରେ ସୁଖ ଶାନ୍ତି ଏବଂ ଉତ୍ସାହ ରହିଥାଏ । ଘରେ ମହିଳା ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ ଏବଂ ଶାରୀରିକ ମାନସିକ ଚିନ୍ତା ମଧ୍ୟ ବଢ଼ିଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା ଭଲ ନୁହେଁ । ତେଣୁ ମହିଳା ମାନେ ନିଜ ଶୀଘ୍ର ଉଠି ଅନ୍ୟ ମାନଙ୍କୁ ମଧ୍ୟ ଜଲଦି ଉଠାଇବାକୁ ପ୍ରଯତ୍ନ କରିବା ଉଚିତ।

୪ . ଆବଶ୍ୟକ ନଥିଲେ ମହିଳା ମାନେ ଦିନରେ ଶୋଇବା ଉଚିତ ନୁହେଁ । ଦିନରେ ଶୋଇବା ଆରୋଗ୍ୟ ଦୃଷ୍ଟିରୁ ଭୁଲ ହୋଇଥାଏ । ଏପରି କରିବା ଦ୍ୱାରା ଶରୀର ଏବଂ ମନରେ ଆଳସ୍ୟ ଭରିଯାଏ । ଏହାର ଖରାପ ପ୍ରଭାବ ଘରର ସମସ୍ତଙ୍କ ଉପରେ ପଡ଼ିଥାଏ ।ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ମହିଳା ମାନେ ସନ୍ଧ୍ୟା ସମୟରେ ମଧ୍ୟ ଶୋଇବା ଉଚିତ ନୁହେଁ । ଏହାଦ୍ବାରା ଘରୁ ଲକ୍ଷ୍ମୀ ଚାଲି ଯାଆନ୍ତି ।

୫ . ଘରର ବଡ଼ ମହିଳାଙ୍କୁ ସର୍ବଦା ଦକ୍ଷିଣ ଦିଗରେ ଶୋଇବା ଉଚିତ । କାରଣ ଦକ୍ଷିଣ ଦିଗର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ । ଏହାଦ୍ବାରା ମହିଳାଙ୍କ ସ୍ଵଭାବ ବଜାୟ ରହିଥାଏ ।

୬ . ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୟନ କକ୍ଷରେ ସ୍ୱାମୀ ସ୍ତ୍ରୀର ଲଢ଼େଇ ଝଗଡ଼ାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ । ଯାହାଦ୍ୱାରା ରାହୁ ଏବଂ କେତୁର ପ୍ରଭାବ ପଡ଼ିଥାଏ । ତେଣୁ ସ୍ୱାମୀ ସ୍ତ୍ରୀ ଶୋଇବା କକ୍ଷରେ କୌଣସି ପ୍ରକାରର କଲହ କରିବା ଉଚିତ ନୁହେଁ । ସ୍ତ୍ରୀ ସର୍ବଦା ସ୍ୱାମୀର ବାମ ପଟେ ଶୋଇବା ଉଚିତ ।

୭ . ମହିଳା ମାନେ କେବେବି ନିଜ କେଶରେ ସୁଗନ୍ଧିତ ଫୁଲ କିମ୍ବା ଗଜରା ଲଗାଇ ଶୋଇବା ଉଚିତ ନୁହେଁ । ଏହା ଖରାପ ଶକ୍ତିକୁ ଆକର୍ଷିତ କରିବାର କାମ କରିଥାଏ । କେଶକୁ ମୁକୁଳା ରଖି ମଧ୍ୟ ଶୋଇବା ଉଚିତ ନୁହେଁ ।

୮ .ଶୋଇବା ପୂର୍ବରୁ ନିଜର ପାଦକୁ ପରିଷ୍କାର କରି ଶୁଅନ୍ତୁ । ବିଛଣାରେ ବସି ଭୋଜନ କରିବା ଉଚିତ ନୁହେଁ । ଅଇଁଠା ମୁହଁରେ ଶୋଇବାକୁ ଯିବା ମଧ୍ୟ ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *