ରୋଷେଇ ଘରେ ତାୱାରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ , କ୍ରୋଧିତ ହୁଅନ୍ତି ମାତା ଲକ୍ଷ୍ମୀ

ଶାସ୍ତ୍ରର ବର୍ଣ୍ଣନା ଅନେକ ବିଦ୍ୱାନ ମୁନି ଋଷି ମାନେ କରିଛନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ନିର୍ମାଣ ସଠିକ ଦିଗ ଦେଖି କରିବା ଉଚିତ । ଘରେ ରଖାଯାଉଥିବା ପ୍ରତ୍ୟେକ ବସ୍ତୁ ସହିତ ଗ୍ରହ ମାନଙ୍କର ସମ୍ବନ୍ଧ ରହିଥାଏ । ଯାହାଦ୍ୱାରା ଘରର ନକରାତ୍ମକତା ବଢ଼ିଯାଏ ଏବଂ ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ରୋଷେଇ ଘରେ ଥିବା ପ୍ରତ୍ୟେକ ବସ୍ତୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ।

ରୋଷେଇ ପାଇଁ ବ୍ୟବହୃତ ହେଉଥିବା ତାୱା କରେଇ ଯେତେ ଅଧିକ ଗୁରୁତ୍ୱପୂର୍ଣ୍ଣ ସେତେ ଅଧିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । କାରଣ ଏହା ରାହୁ ଏବଂ କେତୁର ପ୍ରତୀକ ହୋଇଥାଏ । ତେଣୁ ଏଥିପାଇଁ କିଛି ଖାସ ମାନ୍ୟତା ରହିଛି ଯାହାକି ଆପଣଙ୍କ ସମସ୍ୟାକୁ ଦୂର କରିଦେବ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତାୱା ଏବଂ କରେଇ ରାହୁର ପ୍ରତୀକ ଅଟେ ।

ତେବେ ଆଜି ଆମେ ଏପରି ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହାର ବ୍ୟବହାର କରିବା ଦ୍ଵାରା ଆମ ଜୀବନରେ ନକାରାତ୍ମକ ପ୍ରଭାବ ପଡିପାରେ । ତେବେ ସେହି ଦୁଇଟି ଜିନିଷ ହେଉଛି ତାୱା ଏବଂ କରେଇ । ତାୱା ର ବ୍ୟବହାର ରୋଷେଇ ଘରେ ରୁଟି କରିବା ପାଇଁ କରା ଯାଇଥାଏ । ଏବଂ କରେଇ ତରକାରୀ କରିବା ପାଇଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଏଗୁଡ଼ିକର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ ଏହି ଦୁଇଟି ଜିନିଷରେ କଣ ତିଆରି କରିବା ପାଇଁ କୁହାଯାଇଛି ଆଉ କଣ ତିଆରି କରିବା ପାଇଁ ବାରଣ କରାଯାଇଛି ।

ରାହୁ ଦୋଷ ପାଇଁ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ବ୍ୟକ୍ତି ଜୀବନରେ ଅନେକ କ୍ଳେଶ ଆସି ଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ କୁଣ୍ଡଳିରେ ରାହୁ ଦୋଷ ଲାଗି ରହିଥାଏ , ସେମାନଙ୍କର ଅନେକ ଆର୍ଥିକ ସମସ୍ୟା ଦେଖା ଯାଇଥାଏ । ଧନ ଅଭାବ ତାଙ୍କର ଜୀବନରେ ଦୁଃଖ ଆଣି ଦେଇଥାଏ । ଘରେ ପାରିବାରିକ ସମସ୍ୟା ମଧ୍ୟ ଲାଗି ରହିବା ସହ ବ୍ୟକ୍ତି ମାନସିକ କଷ୍ଟରେ ପୀଡିତ ହୋଇ ରହିଥାନ୍ତି । ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ରାହୁ ପାଇଁ ଦେଖା ଯାଇଥାଏ । ପେଟ ରୋଗ ହୋଇଥାଏ । ବ୍ୟକ୍ତି ମାନସିକ ଚାପରେ ପୀଡିତ ରହିଥାନ୍ତି । ପରିବାରରେ ନିଜ ଲୋକଙ୍କ ମଧ୍ୟରେ କଳହ ଦେଖା ଯାଇଥାଏ ।

ତେଣୁ ରୋଷେଇ କରିବା ସମୟରେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ , ଯାହା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂରେଇ ଯିବ । ତେବେ ଆସନ୍ତୁ ସେ ବିଷୟରେ ଜାଣି ନେବା । ରୋଷେଇ ଘର ସବୁବେଳେ ସଫା ସୁତୁରା ରଖିବା ଉଚିତ୍ ଏବଂ ଏହାକୁ ପ୍ରାକୃତିକ ଆଲୋକରେ ଭରପୁର ରଖିବା ଉଚିତ୍ । ରୋଷେଇ ଘରେ ଭାଙ୍ଗି ଯାଇଥିବା ଜିନିଷ ଆଦୌ ରଖନ୍ତୁ ନାହିଁ । ରୋଷେଇ ଘର ମଧ୍ୟକୁ ଜୋତା ପିନ୍ଧି ଆଦୌ ପ୍ରବେଶ କରନ୍ତୁ ନାହିଁ । ମାଆ ଅନ୍ନପୂର୍ଣ୍ଣାଙ୍କ ଫୋଟ ଘରର ଇଶାନ କୋଣରେ ରଖନ୍ତୁ , ଯାହାଦ୍ଵାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ତାୱା ଏବଂ କରେଇ ରାହୁର ପ୍ରତୀକ ଅଟେ । ରୋଷେଇ କରି ସାରିବା ପରେ କରେଇକୁ ସେମିତି ଛାଡ଼ିଦେବା ଉଚିତ ନୁହେଁ ।

ନଚେତ ଏହାଦ୍ବାରା ଅନେକ ସମସ୍ୟା ଆସିଥାଏ । ଘରର ମୁରବୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ମହିଳା ମାନେ ରାତିରେ କେବେବି ଅଇଁଠା ବାସନକୁ କିମ୍ୱା ତାୱା କରେଇକୁ ସେମିତି ରୋଷେଇ ଘରେ ଛାଡ଼ିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲିଯାନ୍ତି । ଏହାଦ୍ବାରା ରାହୁ ମଧ୍ୟ ଆକ୍ଟିଭ ହୋଇଯାଏ ଏବଂ ଘରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *