ରାତାରାତି ଚମକିବ ଭାଗ୍ୟ । ତକିଆ ତଳେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ ଚମତ୍କାର :-

ମୁଣ୍ଡ ତଳେ ରଖୁଥିବା ତକିଆ ମଧ୍ୟ ଆପଣଙ୍କୁ ମାଲାମାଲ କରିପାରେ । କଥାଟା ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ ଅଟେ । ମାତ୍ର ରାତିରେ ଶୋଇବା ସମୟରେ ତକିଆ ତଳେ କେବଳ କିଛି ଜିନିଷ ରଖିଦେବା ଉଚିତ । ଯାହାଦ୍ୱାରା ଆପଣଙ୍କ ଭାଗ୍ୟ ବଦଳି ଯିବ । ଏକ ଲୋକ କଥା ଅନୁଯାୟୀ ମନୁଷ୍ୟ ଯେତେ ଧନୀ ହୋଇଥାଉ ନା କାହିଁକି ତାକୁ ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ସାଧାରଣ ତକିଆର ଆବଶ୍ୟକତା ଥାଏ । ତେଣୁ ତକିଆ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ମାତ୍ର ସେହି ତକିଆ ର ଉପଯୋଗ କରି ଆପଣ ରାତାରାତି ନିଜ ଭାଗ୍ୟ ବଦଳାଇ ପାରିବେ । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

୧ . ସକାରାତ୍ମକ ଶକ୍ତିରେ ଭରପୁର ମୟୁର ପର :-

ସକାରାତ୍ମକ ଶକ୍ତିର ଉପଲବ୍ଧି ପାଇଁ ଏବଂ କାର୍ଯ୍ୟରେ ସଫଳ ହେବା ପାଇଁ ରାତିରେ ତକିଆ ତଳେ ନିଶ୍ଚୟ ଏକ ମୟୁର ପର ରଖି ଦିଅନ୍ତୁ । ଏହାର ପ୍ରଭାବ ଅତ୍ୟନ୍ତ ଲାଭକାରୀ ସିଦ୍ଧ ହୋଇଥାଏ । ତକିଆ ତଳେ ମୟୁର ପର ରଖି ଶୋଇଲେ ବ୍ୟକ୍ତିର ଜାତକରେ ଥିବା ଦୋଷ ଦୂର ହୋଇଯାଏ । ଏମିତିରେ ବ୍ୟକ୍ତିର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ତାର ସାଥ ଦେଇଥାଏ । ମୟୁର ପର ଆପଣଙ୍କୁ ଦୁର୍ଘଟଣା ଠାରୁ ମଧ୍ୟ ରକ୍ଷା କରିଥାଏ । ସକାଳୁ ଉଠିବା ପରେ ତକିଆ ତଳୁ ମୟୁର ପର ଉଠାଇ ନିଶ୍ଚୟ ଦର୍ଶନ କରନ୍ତୁ । ଯାହାର ପରିଣାମ ଅତ୍ୟନ୍ତ ଶୁଭ ହୋଇଥାଏ ।

୨ . ତୁଳସୀ ପତ୍ର :-

ରାତିରେ ଶୋଇବା ପୂର୍ବରୁ ତକିଆ ତଳେ ଚାରି ପାଞ୍ଚଟି ତୁଳସୀ ପତ୍ର ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ । ସକାଳୁ ଉଠି ସେହି ତୁଳସୀ ପତ୍ର ଖାଇ ଦିଅନ୍ତୁ । ଯାହାଦ୍ୱାରା ନକରାତ୍ମକ ଶକ୍ତି ଠାରୁ ମୁକ୍ତି ମିଳିଥାଏ । ଏହାସହିତ ଅନେକ ଘାତକ ରୋଗ ଠାରୁ ମଧ୍ୟ ମୁକ୍ତି ମିଳିଥାଏ । ମାତ୍ର ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ।

୩ . ମୁଦ୍ରା :-

ତକିଆ ତଳେ ଏକ ଟଙ୍କିଆ ମୁଦ୍ରା ରଖିଲେ ଦରିଦ୍ରତା ଦୂର ହେବା ସହିତ ଭାଗ୍ୟ ମଧ୍ୟ ଚମକିଥାଏ । ଏହାଦ୍ବାରା ଧୀରେ ଧୀରେ ବ୍ୟକ୍ତିର ଦୋଷ କମିଥାଏ ଏବଂ ସକାରାତ୍ମକ ଶକ୍ତିର ସଞ୍ଚାର ବଢ଼ିଥାଏ ।

୪ . ରୁପା ମୁଦ୍ରା :-

ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମାର ସ୍ଥିତି ଭଲ ନାହିଁ ତେବେ ତକିଆ ତଳେ ରୁପା ମୁଦ୍ରା ରଖି ଦିଅନ୍ତୁ । ଯଦି ବୁଧ ଗ୍ରହର ଦୋଷ ରହିଛି ତେବେ ତକିଆ ତଳେ ସୁନା ରୁପା ଆଭୂଷଣ ରଖି ଦିଅନ୍ତୁ । ଏହାଦ୍ବାରା ଆର୍ଥିକ ସମୃଦ୍ଧି ମଧ୍ୟ ହୋଇଥାଏ ।

୫ . ଧାର୍ମିକ ବସ୍ତୁ :-

ତକିଆ ତଳେ ଧାର୍ମିକ ବସ୍ତୁ ରଖି ଶୋଇଲେ ବ୍ୟକ୍ତିର ଭାଗ୍ୟ ପ୍ରବଳ ହୋଇଥାଏ । ତାକୁ କୌଣସି କଥାରେ ଭୟ ରହେ ନାହିଁ ଏବଂ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ । ଏହାସହିତ ବ୍ୟକ୍ତି ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ପରିଣାମ ମଧ୍ୟ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *