ଜାଣନ୍ତୁ ମୃତ୍ୟୁର ରହସ୍ୟ ବିଷୟରେ କଣ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ । ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ପାଞ୍ଚଟି ସଙ୍କେତ , ଆଦୋୖ ଅଣଦେଖା କରନ୍ତୁ ନାହିଁ :-

ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ମିଳୁଥିବା ସଙ୍କେତ ବିଷୟରେ କହିଛନ୍ତି । ମୃତ୍ୟୁ ଯେତେବେଳେ ମନୁଷ୍ୟ ନିକଟକୁ ଆସିଥାଏ ସେତେବେଳେ ମନୁଷ୍ୟକୁ ପ୍ରକୃତି ଦ୍ୱାରା ଅଦ୍ଭୁତ ସଙ୍କେତ ମିଳିଥାଏ । ଯଦି ମନୁଷ୍ୟକୁ ସେପରି କିଛି ଦେଖାଯାଏ ତେବେ ସେ ଜାଣିନେବା ଉଚିତ ଯେ ଆଉ ଏକ ଘଣ୍ଟା ପରେ ତାର ମୃତ୍ୟୁ ହେବାକୁ ଯାଉଛି । କିଛି ଲୋକ ସେହି ସଙ୍କେତକୁ ବୁଝି ପାରନ୍ତି ନାହିଁ ଏବଂ ସେମାନଙ୍କର ମୃତ୍ୟୁ ହୋଇଯାଏ । ମନୁଷ୍ୟ ନିଜର ଶେଷ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଯାହାଦ୍ୱାରା ତାକୁ ନର୍କ ଭୋଗିବାକୁ ପଡ଼ିବ ନାହିଁ । ସ୍ୱପ୍ନ ସାଧରଣତଃ ପଶୁ ପକ୍ଷୀ ଦ୍ୱାରା କିମ୍ବା ସ୍ବପ୍ନରେ ମିଳିଥାଏ

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ମନୁଷ୍ୟର ଜନ୍ମ ଅଛି ଅର୍ଥ ମୃତ୍ୟୁ ମଧ୍ୟ ରହିଛି । କିନ୍ତୁ ମନୁଷ୍ୟ ତାହାକୁ ଟାଳିବାକୁ ଚେଷ୍ଟା କରିଥାଏ । ମାତ୍ର ମୃତ୍ୟୁ ଆସିଲେ ତାହା ସୁନିଶ୍ଚିତ ଏବଂ ତାକୁ ସେହି ବିଷୟରେ ଆଗରୁ ଜଣା ପଡ଼ିଯିବ । ଶ୍ରୀକୃଷ୍ଣ ଏପରି ପାଞ୍ଚଟି ସଙ୍କେତ ବିଷୟରେ କହିଛନ୍ତି ଯାହା ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ମିଳିଥାଏ । ଯାହାଦ୍ୱାରା ମନୁଷ୍ୟ ନିଜ ମୃତ୍ୟୁ ବିଷୟରେ ଜାଣି ପାରେ । ତେଣୁ ମୃତ୍ୟୁର କିଛି ସମୟ ପୂର୍ବରୁ ନିଜ ମୃତ୍ୟୁ ବିଷୟରେ ଜାଣି ମନୁଷ୍ୟ ନିଜ ପରିବାର ଲୋକଙ୍କୁ ଏହି ବିଷୟରେ ଅବଗତ କରାଇ ପାରେ ।

୧ . ସାରା ଜୀବନର କର୍ମ ଦେଖାଯିବା :-

ଯଦି ଜଣେ ବ୍ୟକ୍ତିର ମୃତ୍ୟୁ ସମୟ ପାଖେଇ ଆସେ ତେବେ ତାର ମନ ହଠାତ ଆଶ୍ୱସ୍ତ ହୋଇଯାଏ । ତା ଦ୍ୱାରା ହୋଇଥିବା ଖରାପ କାମ ବିଷୟରେ ମନେ ପଡ଼ିଥାଏ । ସେ ସେହି ଖରାପ ଅଭ୍ୟାସକୁ ଅଟକାଇ ପାରେ ନାହିଁ । ଏହାବ୍ୟତୀତ ଭଲ କାମ ବିଷୟରେ ମଧ୍ୟ ସ୍ମରଣ ହୋଇଥାଏ । ତେଣୁ ସେ ନିଜର ଭଲ ଏବଂ ଖରାପ କାମର ସନ୍ତୁଳନ ବନାଇବାକୁ ଆରମ୍ଭ କରିଦିଏ । ସେ ଧ୍ୟାନ ଯୋଗର ଅବସ୍ଥାରେ ପହଞ୍ଚି ଯାଏ । ଏହି ବିଷୟରେ ତାକୁ କିଛିବି ଜ୍ଞାତ ନଥାଏ । ଏହି ସଙ୍କେତ କେବଳ କିଛି ସମୟ ପାଇଁ ହୋଇଥାଏ । କିଛି ସମୟ ପରେ ସେ ପୁଣିଥରେ ଚେତନାକୁ ଆସିଯାଏ । ଯାହାକୁ ସେ କିଛି ସମୟ ପରେ ଭୁଲିଯାଏ ।

୨ . ମୃତ୍ୟୁ ପୂର୍ବରୁ ରହସ୍ୟମୟି ଦ୍ୱାର ଦେଖାଯିବା :-

ଗରୁଡ଼ ପୁରାଣ ଅନୁଯାୟୀ ମନୁଷ୍ୟର ମୃତ୍ୟୁ ସମୟ ଆସିବାର କିଛି ସମୟ ପୂର୍ବରୁ ତାକୁ ରାହସ୍ୟମୟୀ ଦ୍ୱାର ଦେଖା ଯାଇଥାଏ । କିଛି ଲୋକକୁ ସେଥିରେ ନିଆଁ ଦେଖା ଯାଉଥିବା ବେଳେ ଆଉ କିଛି ଲୋକକୁ ଜ୍ୟୋତି ଆଲୋକ ଦେଖା ଯାଇଥାଏ । ଯଦି ଏପରି ସଙ୍କେତ କୌଣସି ବ୍ୟକ୍ତିକୁ ମିଳିଥାଏ ତେବେ ଗୋଟିଏ ଘଣ୍ଟାରେ ତାର ମୃତ୍ୟୁ ହୋଇଯାଏ । ମୃତ୍ୟୁ ପୂର୍ବରୁ ମନୁଷ୍ୟ ଯେଉଁ ଦ୍ୱାର ଦେଖିଥାଏ , ମୃତ୍ୟୁ ପରେ ସେ ସେହିଠାକୁ ହିଁ ଯାଇଥାଏ । କିନ୍ତୁ ତାକୁ ଦ୍ୱାରର ପଛ ଅଞ୍ଚଳ ଦେଖାଯାଏ ନାହିଁ । ତାକୁ କେବଳ ସ୍ୱର୍ଗ ଏବଂ ନର୍କର ଦ୍ୱାର ଦେଖା ଯାଇଥାଏ ଯାହା ଅତ୍ୟନ୍ତ ବିଶାଳ ହୋଇଥାଏ ।

୩ . ଯମରାଜଙ୍କ ଦୂତ ଆସିବାର ଆଭାସ :-

ଭଗବାନ ଶ୍ରୀକୃଷ୍ଣଙ୍କ ସୁଲଭ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁକୁ ଏକ ମାତ୍ର ଗୋଟିଏ ପ୍ରହର ବାକି ଥାଏ ତାକୁ ଯମରାଜଙ୍କ ଦୂତ ତାଙ୍କ ପାଖକୁ ଆସିବାର ଆଭାସ ହୋଇଥାଏ । ସେ ଅନୁଭବ କରିଥାଏ ଯେ ତା ପାଖରେ କିଛି ନକରାତ୍ମକ ଶକ୍ତି ଉପସ୍ଥିତ ଅଛି । ମାତ୍ର ମୃତ୍ୟୁର ଠିକ ୨୧ ସେକେଣ୍ଡ ପୂର୍ବରୁ ତା ସାମ୍ନାରେ ସ୍ୱୟଂ ଯମଦୂତ ଛିଡ଼ା ହେବାର ଦେଖା ଯାଇଥାଏ ।

ଯାହାକୁ ଦେଖି ସେ ଚମକି ପଡ଼ିଥାଏ । ସେ ନିଜର ମାନସିକ ସନ୍ତୁଳନ ହରାଇ ବସେ । କିନ୍ତୁ ସେ ସେତେବେଳେ କିଛିବି କରିପାରେ ନାହିଁ । ସେତେବେଳେ ସେ କାନ୍ଦିବାକୁ ଲାଗିଥାଏ ମାତ୍ର ପରିବାର ଲୋକେ କିଛିବି ବୁଝି ପାରନ୍ତି ନାହିଁ । ତାପରେ ତାର ମୃତ୍ୟୁ ହୋଇଯାଏ ।

୪ . ପୂର୍ବଜ ଦେଖାଯିବା :-

ମୃତ୍ୟୁର କିଛି ଦିନ ପୂର୍ବରୁ ବ୍ୟକ୍ତିକୁ ନିଜ ପୂର୍ବଜଙ୍କ ଦ୍ଵାରା ସଙ୍କେତ ମିଳିଥାଏ । ଯଦି ସ୍ବପ୍ନରେ ପୂର୍ବଜ କାନ୍ଦୁଥିବାର ଦେଖା ଯାଆନ୍ତି ତେବେ ଏହାର ଅର୍ଥ ଆଉ କିଛି ଦିନ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଯିବ ।

Leave a Reply

Your email address will not be published. Required fields are marked *