ଘରର ଏହି କୋଣରେ ନାଲି କପଡାରେ ବାନ୍ଧି ରଖନ୍ତୁ ଏହି 1 ଜିନିଷ,ଦୂର ହୋଇଯିବ ଅଶାନ୍ତି ଏବଂ ଧନର ଅଭାବ କେବେ ବି ହେବ ନାହିଁ!

ବନ୍ଧୁଗଣ ଧ୍ୟାନ ରଖିବେ ଘରର ଠାକୁର ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସହ ଶ୍ରୀହରିଙ୍କ ମୂର୍ତ୍ତି ଏବଂ ନାଲି କପଡା ରେ ବନ୍ଧା ହୋଇଥିବା 1 ନଡ଼ିଆ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ମନେ ରଖନ୍ତୁ ପଇସା ରଖୁଥିବା ଆଲମାରୀ ର ମୁହଁ କେବ ବି ଦକ୍ଷିଣ ଦିଗକୁ ରଖିବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ | ଏବଂ ଏହାଦ୍ୱାରା ଧନ ନାଶ ହୋଇଥାଏ | ତେବେ ବନ୍ଧୁଗଣ ଶନିବାର ଦିନ କେବେ ବି ଝାଡୁ କିଣିବା ଉଚିତ୍ ନୁହେଁ,ଏହିପରି କରିବା ଦ୍ୱାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି | ମନେ ରଖନ୍ତୁ ଝାଡୁକୁ ବ୍ୟବହାର ସମୟରେ କେବେ ବି ଏହାକୁ ପାଦରେ ବଜାଇବା ଉଚିତ୍ ନୁହେଁ ଏହା ଅତ୍ୟନ୍ତ ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ |

ଘରେ ଲାଗିଥିବା ପାଣି ଟ୍ୟାପ ବନ୍ଦ କରିବା ପରେ ମଧ୍ୟ,ଯଦି ସେଥିରୁ ପାଣି ନିର୍ଗତ ହେବା ବନ୍ଦ ହୁଏନାହିଁ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହା ଦ୍ବାରା ଘରେ ଧନହାନୀ ଏବଂ ଟଙ୍କା ପଇସାର ଅଭାବ ସବୁବେଳେ ରହିଥାଏ | ଧ୍ୟାନ ରଖନ୍ତୁ ସୁନାରେ ତିଆରି ଜିନିଷ କୁ କେବେ ବି ବାମ ହସ୍ତରେ ପିନ୍ଧିବା ଉଚିତ୍ ନୁହେଁ | ଘରେ ନାଲି କିମ୍ବା ହଳଦିଆ କପଡା ରେ ସୁନା ଗୁଡେଇ ରଖିବା ଦ୍ବାରା ଶୁଭ ହୋଇଥାଏ ଏବଂ ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ | ମନେ ରଖିନ୍ତୁ ବନ୍ଧୁଗଣ ଖାଦ୍ୟ ଖାଇସାରିବା ପରେ କେବେ ବି ହାତ ଚାଟି ଖାଇବା ଉଚିତ୍ ନୁହେଁ | ଗୋଟିଏ ଓସ୍ତ ପତ୍ର କୁ ଗଙ୍ଗା ଜଳ ରେ ଧୋଇ ସେଥିରେ ଶ୍ରୀ ଲେଖି ମନି ପ୍ରସ୍ ରେ ରହିବ ଦ୍ବାରା କେବେ ବି ପର୍ସ ଖାଲି ହୁଏନାହିଁ |

ବନ୍ଧୁଗଣ ହରଡ ଡାଲି ସହିତ କେବେ ବି ଦହି ମିଶେଇ ଖାଇବା ଉଚିତ୍ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ | ଏହା ଦ୍ୱାରା ରକ୍ତ ଚାପ ବୃଦ୍ଧି ହୋଇଥାଏ | ବନ୍ଧୁଗଣ ମନେ ରଖିବେ ମହୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତ ଏବଂ ଲାଭଦାୟକ ହୋଇଥାଏ,ତେବେ ମହୁ କୁ କେବେ ବି ଗରମ କରି ଖାଇବା ଉଚିତ୍ ନୁହେଁ | ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ | ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଡାଲଚୀନ୍ ଗୁଣ୍ଡ ମିଶାଇ ପାଇବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ | ତେବେ ବନ୍ଧୁଗଣ ଯାଆଁଳା କଦଳୀ ମହାଦେବଙ୍କୁ ସୋମବାର ଦିନ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ |

ପେଟ ରେ ଗ୍ୟାସ ସମସ୍ୟା ସୃଷ୍ଟି ହେଉଥିଲେ,ଖାଦ୍ୟ ଖାଇବା ପରେ ଜୁଆଣି ପାଣି ପିଇବା ଦ୍ବାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ | ବନ୍ଧୁଗଣ ଧ୍ୟାନ ରଖିବେ ଯଦି ଦାନ୍ତରେ ସମସ୍ୟା ହେଉଛି ତେବେ ଲେମ୍ବୁ ରସ ସହିତ ଲୁଣ କୁ ମିଶେଇ ଦାନ୍ତ ରେ ଘଷିବା ଦ୍ବାରା ଦାନ୍ତ ମୂଳ ବିନ୍ଧିବା ଦୂର ହୁଏ | ଏହା ସହ ଦାନ୍ତ ମାଢ଼ି ମଧ୍ୟ ମଜବୁତ୍ ହୋଇଥାଏ | ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତ ପୋକ ଖାଇ ବିନ୍ଧୁଛି ତେବେ ରସୁଣ କୁ ଛେଚି ରସକୁ ପୋକ ଖାଇ ଥିବା ସ୍ଥାନ ରେ ଲଗାଇଲେ ଦାନ୍ତ ବିନ୍ଧା ଏବଂ ଦରଜ ରୁ ମଧ୍ୟ ଆରାମ ମିଳିଥାଏ | ଦାନ୍ତରେ ପାଇରିଆ ହୋଇଥିଲେ ଅମୃତ ଭଣ୍ଡା ର କ୍ଷୀର କୁ ଦାନ୍ତ ମୂଳରେ ମାଲିସ କଲେ ଦାନ୍ତ ରୁ ଏହି ସମସ୍ୟା ଦୂର ହୋଇଥାଏ |

ବନ୍ଧୁଗଣ ମନେ ରଖିବେ ଦୃଷ୍ଟି ଶକ୍ତି କମଜୋର ହେଲେ,ପ୍ରତ୍ୟେକ ଦିନ କାଠଚମ୍ପା ଫୁଲ କୁ କିଛି ସମୟ ଶୁଙ୍ଘିବାକୁ ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ | ଯଦି ଶରୀରରୁ ଅଧିକ ଝାଳ ବାହାରୁଥାଏ ତେବେ ଦୂରଦୁରା ପତ୍ର ର ରସ ପଦ ରେ ଲଗାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ | ଯଦି ଆପଣଙ୍କର ଲିଭର ଅର୍ଥାତ୍ ଯକୃତ ସମସ୍ୟା ରହିଛି ତେବେ ସମସ୍ତ ପ୍ରକାର ନିଶା ଦ୍ରବ୍ୟ ଠାରୁ ଦୂରରେ ରହିବା ଉଚିତ ଏବଂ ଏହା ସହ ପାଚିଲା ସପୁରୀ ରସ ପାଇବା ଦ୍ଵାରା ଯକୃତ ଜନିତ ସମସ୍ୟା ଦୂର ହୋଇଥାଏ | ଥଣ୍ଡା ଅଧିକ ହୋଇଥିଲେ ଅଦା ପକା ଚା ଦିନ କୁ ଦୁଇ ତିନି ଥର ପିଇବା ଦ୍ବାରା ଥଣ୍ଡାରୁ ଆରାମ ମିଳିଥାଏ | ଶୋଇବା ସମୟ ରେ କେବେ ବି ମୁଣ୍ଡ ପାଖରେ ପାଣି ରଖି ଶୋଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥିବା ଏବଂ ଏହା ଯୋଗୁ ସ୍ୱାସ୍ଥ୍ୟ ଏବଂ ମାନସିକ ଅଶାନ୍ତି ଦେଖା ଦେଇଥାଏ | ଶୋଇବା ସମୟରେ କେବେ ବି ମୁଣ୍ଡ ପାଖରେ ବହି ରଖି ଶୋଇବା ଉଚିତ୍ ନୁହେଁ ଏହାଦ୍ୱାରା ବୁଦ୍ଧି ନଷ୍ଟ ହୋଇଥାଏ |

ଏବଂ ଶୋଇବା ଖଟ ଉପରେ କେବେ ବି ବସିକି ପଢ଼ିବା ଉଚିତ୍ ନୁହେଁ ଏହା ଦ୍ବାରା ଉନ୍ନତି ରେ ବାଧା ଆସିଥାଏ | ଘରେ ଏପରି ଦର୍ପଣ ଲଗେଇବା ଉଚିତ୍ ନୁହେଁ ଯେମିତି ପଇସା ରଖୁଥିବା ସ୍ଥାନ ର ପ୍ରତିବିମ୍ବ ଦେଖାଯିବ ଏହା ଦ୍ଵାରା ବ୍ୟର୍ଥ ଖର୍ଚ୍ଚ ହୋଇଥାଏ | ଏବଂ ଘରେ ଧନ ସଞ୍ଚୟ ଏବଂ ରୋଜଗାର ରେ ବାଧା ବିଗ୍ନ ଆସିଥାଏ | ଅଧିକ ପରିଶ୍ରମ ପରେ ମଧ୍ୟ ଧନ ଲାଭ ହୋଇନଥାଏ | ବନ୍ଧୁଗଣ ମନେ ରଖିବେ ଘରର ବାମ ପଟ କୋଣ ରେ କୌଣସି ଭାରି ଜିନିଷ ରଖିବେ ନାହିଁ | ଏହାଦ୍ବାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ,ତେବେ ବନ୍ଧୁଗଣ ପ୍ରତ୍ୟେକ ଦିନ ଗୁରୁଜନ ଏବଂ ବ୍ରାହ୍ମଣଙ୍କୁ ପ୍ରଣାମ କରିବା ଉଚିତ୍ ଏହା ଶୁଭ ହେବା ସହିତ କାର୍ଯ୍ୟ ରେ ସଫଳତା ଦେଇଥାଏ |

Leave a Reply

Your email address will not be published. Required fields are marked *