ମହିଳା ମାନେ ଏପରି ସ୍ନାନ କରବା ଦ୍ୱାରା ଆସିଥାଏ ବର୍ବାଦି ଏବଂ ଦାରିଦ୍ର୍ୟତା

ନିଜର ଦୈନନ୍ଦିନ ଜୀବନରେ ଅନେକ କାମ ରହିଥାଏ ଯାହା ମନୁଷ୍ୟ ପ୍ରତ୍ୟେକ ଦିନ କରିଥାଏ । ସେଥିମଧ୍ୟରୁ କିଛି କାମ ମନେ ରହିଥାଏ କାରଣ ତାହା ଏକ ଅଭ୍ୟାସ ହୋଇଥାଏ । ମାତ୍ର ଆଉ କିଛି କାମ ମନେ ରହେ ନାହିଁ । ସେଥିମଧ୍ୟରୁ ଗୋଟିଏ ଅନ୍ୟତମ କାମ ହେଉଛି ସ୍ନାନ କରିବା । ଯାହା ଅତ୍ୟନ୍ତ ଜରୁରୀ ହୋଇଥାଏ । ପ୍ରତ୍ୟେକ ଦିନ ସ୍ନାନ କରିବା ଖୁବ ଆବଶ୍ୟକ ଅଟେ । ଏପରି କୁହାଯାଏ ଯେ ବିନା ସ୍ନାନରେ କୌଣସି କାମ ସଫଳ ହୁଏନାହିଁ । ତେବେ ପ୍ରତ୍ୟେକ ଦିନ ଖାଦ୍ୟ ସେବନ କରିବା ଯେତେ ଜରୁରୀ ହୋଇଥାଏ ସ୍ନାନ କରିବା ମଧ୍ୟ ସେତିକି ଜରୁରୀ ହୋଇଥାଏ ।

ହିନ୍ଦୁ ଧର୍ମ ଅନୁଯାୟୀ କୌଣସି ବି କାର୍ଯ୍ୟ ପୂର୍ବରୁ ସ୍ନାନ କରିବା ଜରୁରୀ ହୋଇଥାଏ ନଚେତ କୌଣସିବି ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ । କିଛି ଲୋକ ଅଛନ୍ତି ଯେଉଁମାନେ ସ୍ନାନ କରିବା ସମୟରେ କିଛି ଭୁଲ କରିଥାନ୍ତି । ଯାହାର ପରିଣାମ ଅନୁଯାୟୀ ଘରକୁ ବର୍ବାଦି ଆସିବା ଏବଂ ଭୟଙ୍କର ରୋଗ ଆସିବା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଆମେ ଆପଣଙ୍କୁ ସ୍ନାନ ସମୟରେ ହେଉଥିବା ସେହିସବୁ ଭୁଲ ବିଷୟରେ କହିବୁ ।

୧ . ଅଧା ସଫାସୁତୁରା :-

ଅଧା ସ୍ନାନ କରିବା ଭଳି କାମ ଅନେକ ଲୋକ କରିଥାନ୍ତି । ଯାହାକି ବର୍ବାଦିର ସବୁଠାରୁ ବଡ଼ କାରଣ ଅଟେ । ଏହାଦ୍ବାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଅଧା ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ଜାତକ ମଧ୍ୟ ବିଗିଡ଼ି ଯାଇଥାଏ । ଏଥିପାଇଁ ଅଧୁରା କାମ କେବେ କରନ୍ତୁ ନାହିଁ ।

୨ . ମହିଳାଙ୍କ ସ୍ନାନ ଦ୍ୱାରା ଆସିଥାଏ ବର୍ବାଦି :-

ମହିଳା ମାନେ କେବେବି ଭୁଲରେ ଏପରି ସ୍ନାନ କରିବା ଉଚିତ ନୁହେଁ । ଅର୍ଥାତ ସ୍ନାନ ସମୟରେ ଅତି କମରେ ଗୋଟିଏ କପଡ଼ା ଶରୀରରେ ରହିବା ଉଚିତ ଅର୍ଥାତ । ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଖାସ କରି ମହିଳାଙ୍କୁ ରାତି ସମୟରେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ । ନଚେତ ମହିଳାଙ୍କ ଉପରେ ଦୋଷ ଲାଗିପାରେ ।

୩ . ସ୍ନାନ ପରେ ଅନ୍ୟର ଟାୱେଲ ବ୍ୟବହାର :-

ସ୍ନାନ କରି ସାରିବା ପରେ ଶରୀର ପୋଛିବା ପାଇଁ ଭୁଲରେ ବି ଅନ୍ୟର ଟାୱେଲ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ବାରା ବିଭିନ୍ନ ପ୍ରକାରର ତ୍ୱଚା ସମ୍ବନ୍ଧୀୟ ରୋଗ ହୋଇପାରେ । ଏହାଦ୍ବାରା କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇପାରେ । ତେଣୁ ସର୍ବଦା ସଫା ଟାୱେଲର ବ୍ୟବହାର କରନ୍ତୁ । ଅନ୍ୟର ବସ୍ତ୍ରକୁ ମଧ୍ୟ ଉପଯୋଗ କରିବା ଉଚିତ ନୁହେଁ । ଏହାଦ୍ବାରା ଦୋଷ ଲାଗିଥାଏ ।

୪ . ସ୍ନାନ କରିବା ସମୟରେ ସର୍ବପ୍ରଥମେ ତୁରନ୍ତ ମୁଣ୍ଡରେ ପାଣି ଢ଼ାଳିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ ଏବଂ ହାର୍ଟ ଅଟେକ ଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ସର୍ବପ୍ରଥମେ ପାଦରେ ପାଣି ଢାଳନ୍ତୁ ।

୫ . ବାହାରୁ କାମ କରି ଥକି ଯାଇ ଘରକୁ ଆସି ତୁରନ୍ତ ସ୍ନାନ କରନ୍ତୁ ନାହିଁ । ଏହାବ୍ୟତୀତ ଶାରୀରିକ ପରିଶ୍ରମ ପରେ ତୁରନ୍ତ ସ୍ନାନ କରନ୍ତୁ ନାହିଁ । ଏହାଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

Leave a Reply

Your email address will not be published. Required fields are marked *