ବୁଦ୍ଧିମାନ ଲୋକ ସକାଳର ଆରମ୍ଭ ଏହି 3 କାମ ରୁ କରିଥାନ୍ତି – ଚାଣକ୍ୟ ନୀତି |

ଯଦି ମୁକ୍ତି ଚାହୁଁଛନ୍ତି ତେବେ ସମସ୍ତ ବିଷୟ ବାସନା କୁ ବିଷ ପରି ଛାଡିଦିଅ ଏବଂ ସହନଶୀଳତା, ନମ୍ରତା, ଦୟା, ପବିତ୍ରତା ଏବଂ ସତ୍ୟତା କୁ ଅମୃତ ପରି ପିଇଦିଅ |

ଯେଉଁ ନୀଚ ଲୋକ ଗୁପ୍ତ କଥା କୁ ଅନ୍ୟଙ୍କ ଆଗରେ ଉଜାଗର କରିଦିଅନ୍ତି ସେମାନେ ଏମିତି ହିଁ ନଷ୍ଟ ହୋଇଯାଇଥାନ୍ତି ଯେମିତି କେଳା ଘରେ ରହୁଥିବା ସାପ |

ସୁନା ରେ ସୁଗନ୍ଧ,ଆଖୁରେ ଫଳ,ଚନ୍ଦନ ରେ ଫୁଲ, ବିଦ୍ୱାନ କୁ ଧନୀ ଏବଂ ରାଜା କୁ ଚିରଞ୍ଜିବି କରି ନାହିଁ, ଲାଗୁଛି ବିଧାତା କୁ ବୁଦ୍ଧି ଦେବା ପାଇଁ କେହି ନଥିଲେ |

ସବୁ ଔଷଧୀୟ ରୁ ଗୁଳୁଚି ପ୍ରଧାନ ଅଟେ,ସବୁ ସୁଖ ରୁ ଭୋଜନ ଶ୍ରେଷ୍ଠ ଅଟେ,ସବୁ ଇନ୍ଦ୍ରିୟ ରୁ ଆଖି ଉତ୍ତମ ଅଟେ,ଏବଂ ପୁରା ଶରୀର ରେ ମୁଣ୍ଡ ଶ୍ରେଷ୍ଠ ଅଟେ |

ନା ତ ଆକାଶ କୁ କୌଣସି ଦୂତ ଯାଇପାରିବ, ନା ଏହି ସମ୍ବନ୍ଧ ରେ କେଉଁଠି କଥା ପଡେ,ନା ପୂର୍ବରୁ ଏହା ବିଷୟରେ କେହି କିଛି କହିଛି ତଥାପି ଆକାଶ ରେ ଭ୍ରମଣ କରୁଥିବା ଚନ୍ଦ୍ର ଏବଂ ସୂର୍ଯ୍ୟ ଗ୍ରହଣ ବିଷୟରେ ଯେଉଁ ଦ୍ଵିଜ ( ପୁରୋହିତ ) ଆଗରୁ ହିଁ ଜାଣି ନିଏ, ସେ ବିଦ୍ୱାନ କେମିତି ନୁହେଁ?

ଏହି 7 କୁ ସୋଇଥିବା ଦେଖିଲେ ତତ୍କାଳ ଉଠେଇ ଦେବା ଉଚିତ :-

1.ବିଦ୍ୟାର୍ଥୀ 2.ଚାକର 3. ପଥିକ 4.ଭୋକ ରେ ବ୍ୟାକୁଳ 5.ଭୟ ରେ ଡରୁଥିବା 6. ଭଣ୍ଡାରୀ 7.ଦ୍ୱାରପାଳ

ଏହି 7 କୁ ସୋଇଥିବା ଦେଖିଲେ ଉଠେଇବା ଉଚିତ ନୁହେଁ :-

1.ସାପ 2. ରାଜା 3. ସିଂହ 4.ମହୁମାଛି 5. ଛୋଟ ଛୁଆ 6.ଅନ୍ୟଙ୍କ କୁକୁର 7.ମୂର୍ଖ ବ୍ୟକ୍ତି

ଯିଏ ଧନ ପାଇଁ ବେଦ କୁ ପଢିଲା,ତଥା ଶୁଦ୍ର ଙ୍କ ଅନ୍ନ କୁ ଖାଇଲା, ଏହିପରି ବ୍ରାହ୍ମଣ ବିଷହୀନ ସାପ ପରି କଣ କରିପାରିବ?

ଯାହାର ରାଗିବାର ଡର ନାହିଁ ଆଉ ନା ହିଁ ପ୍ରସନ୍ନ ହେବାର କୌଣସି ଲାଭ ଅଛି, ଯାହାଙ୍କର ନା ହିଁ ଦଣ୍ଡ ଦେବା ଅବା ଦୟା କରିବାର ସାମର୍ଥ୍ୟ ଅଛି, ସେ ରାଗିକି ବି କଣ କରିଦେବ?

ବିଷହୀନ ସର୍ପ କୁ ବି ନିଜର ଫଣା ବିସ୍ତାର କରି ଫୁକାର କରିବା ଉଚିତ,କାରଣ ବିଷ ଥାଉ କି ନଥାଉ କିନ୍ତୁ ଫୁକାର କରିବା ଦ୍ୱାରା ଭୟ ନିଶ୍ଚିନ୍ତ ଜନ୍ମ ନେଇଥାଏ |

ବୁଦ୍ଧିମାନ ଲୋକ ପ୍ରାତଃ କାଳ ଜୁଆରି ଙ୍କ କଥାରୁ ଅର୍ଥାତ ମହାଭାରତ କଥାରୁ, ଦ୍ୱିପ୍ରହର ରେ ସ୍ତ୍ରୀ ପସଙ୍ଗ ରୁ ଅର୍ଥାତ ରାମାୟଣ ଠୁ ଏବଂ ରାତ୍ରି ରେ ଚୋର ଙ୍କ କଥାରୁ ଅର୍ଥାତ ଶ୍ରୀମଦ ଭାଗବତ ଗୀତା ରୁ ନିଜ ସମୟ କାଟି ଦିଅନ୍ତି | ( ଏହି ଶ୍ଳୋକ ର ବହୁତ ହିଁ ବ୍ୟାପକ ଅର୍ଥ ଅଛି ଏହାର ଅର୍ଥ କୁ ଅନର୍ଥ କରିବାର ପ୍ରୟାସ କରନ୍ତୁ ନାହିଁ, ଧ୍ୟାନ ରଖନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଏଥିରେ କୌଣସି ଗ୍ରନ୍ଥ ବିଷୟରେ ଆଲୋଚନା କରିନାହାନ୍ତି )

ନିଜ ହାତରେ ଗୁନ୍ଥି ଥିବା ମାଳା,ନିଜ ହାତରେ ଘଷି ଥିବା ଚନ୍ଦନ ଏବଂ ନିଜ ହାତରେ ଲେଖିଥିବା ସ୍ତ୍ରୋତ, ଏହି ସବୁ କୁ ନିଜ କାର୍ଯ୍ୟ ରେ ଲଗେଇବା ଦ୍ୱାରା ଇନ୍ଦ୍ର ଙ୍କ ଲକ୍ଷ୍ମୀ ନଷ୍ଟ ହୋଇଯାଏ |

ଆଖୁ,ତିଲ,ଶୁଦ୍ର, ସ୍ଵର୍ଣ, ମାଟି, ଚନ୍ଦନ, ଦହି ଏବଂ ପାନ ଏହାକୁ ଯେତେ ମଥା ଯାଏ ସେତେ ଗୁଣ ବୃଦ୍ଧି ହୋଇଥାଏ |

ଦରିଦ୍ରତା ବି ନମ୍ରତା ଠୁ ଶୋଭିତ ହୋଇଥାଏ,ସ୍ୱଛତା ଦ୍ୱାରା ଖରାପ କପଡା ବି ଭଲ ଲାଗେ, ଖରାପ ଭୋଜନ ଗରମ ଗରମ ଭଲ ଲାଗେ, ଏବଂ କୃପଣ ବ୍ୟକ୍ତି ସୁଶୀଳତା ପାଇଁ ଭଲ ଲାଗିଥାଏ |

Leave a Reply

Your email address will not be published. Required fields are marked *